ଭୁବନ ଠାରେ ଭୀମ ଭୋଇ ସାମର୍ଥ୍ୟ ଶିବିର ରେକର୍ଡ ସଂଖ୍ୟକ ୮୨୦ ଭିନ୍ନକ୍ଷମ ପଞ୍ଜୀକୃତ !

ଢ଼େଙ୍କାନାଳ : ଭୁବନ ବ୍ଲକ ପ୍ରଶାସନ ତରଫରୁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଭୀମ ଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିର କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ମାନସିକ ଅନଗ୍ରସର ୨୦୯ ଜଣ, ଅସ୍ଥିଶଲ୍ୟ ୩୫୭ ଜଣ,ଦୃଷ୍ଟି ବାଧକ ୧୧୯ଜଣ, ଶ୍ରବଣ ବାଧକ ୧୧୯ ଜଣ ଓ ଶିଶୁ ବିଭାଗ ରେ ୧୬ ଜଣ ସମୁଦାୟ ୮୨୦ ଜଣ ଙ୍କୁ ବିଶେଷଜ୍ଞ ଙ୍କ ଦ୍ଵାରା ପରୀକ୍ଷା କରାଯାଇଥିଲା । ୮୨୦ ଜଣ ଭିନ୍ନକ୍ଷମ ପଞ୍ଜୀକୃତ ହେବା ସର୍ବକାଳୀନ ରେକର୍ଡ଼ ବୋଲି କୁହାଯାଉଛି । ସେଥି ମଧ୍ୟରୁ ୨୧ ଜଣଙ୍କୁ ବସ୍ ପାସ, ୩ ଜଣଙ୍କୁ ବାଣୀଶ୍ରୀ ବୃତ୍ତି ଓ ୧୦ ଜଣ ଭିନ୍ନକ୍ଷମଙ୍କୁ ବ୍ୟାଙ୍କ ଋଣ ପ୍ରଦାନ କରାଯାଇଥିଲା । ବିଡିଓ ଆୟୁସୀ ମହାପାତ୍ର ଙ୍କ ତତ୍ତ୍ଵାବଧାନରେ ବିଭିନ୍ନ ବିଭାଗର ଡାକ୍ତର ମାନେ ଭିନ୍ନକ୍ଷମ ମାନଙ୍କୁ ପରୀକ୍ଷା କରି ଭିନ୍ନକ୍ଷମ ଉପକରଣ,ଔଷଧ ,ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକ ଆକାଉଣ୍ଟ ଅଫିସର ପ୍ରଶାନ୍ତ କୁମାର ବିଶ୍ବାଳ, ସାମାଜିକ ସୁରକ୍ଷା ଅଧିକାରୀ ବିଜନ କୁମାର ମିଶ୍ର ଓ ସମସ୍ତ କର୍ମଚାରୀ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ। ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ର ଏନ୍ ଏସ ଏସ ,ଭୁବନ ଉଚ୍ଚ ବିଦ୍ୟାଳୟ ର ସ୍କାଉଟ ଆଣ୍ଡ ଗାଇଡ ଛାତ୍ର ଏବଂ ପୋଲିସ ବାହିନୀ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ।

Leave A Reply

Your email address will not be published.

3 × 5 =