ଗୁଣ୍ଡିଚାପଡା ବସ୍ ଷ୍ଟାଣ୍ଡ ଠାରେ ଅହମଦିୟା ଯୁବ ସଂଗଠନ ପକ୍ଷରୁ ଜଳ ଛତ୍ର !

ଢେଙ୍କାନାଳ : ସହର ଉପକଣ୍ଠ ଗୁଣ୍ଡିଚାପଡ଼ା ବସ୍ ଷ୍ଟାଣ୍ଡ ଠାରେ ଅହମଦିୟା ମୁସଲିମ ଯୁବ ସଂଗଠନ ପକ୍ଷରୁ ଜଳଛତ୍ର ଖୋଲାଯାଇଛି। ସଂପ୍ରତି ଗ୍ରୀଷ୍ମ ପ୍ରବାହ ଯୋଗୁଁ ପଥଚାରୀ ମାନେ ଶୋଷରେ ଡହଳ ବିକଳ ହେଉଛନ୍ତି। ତାପମାତ୍ରା ୪୨-୪୩ ଉପରେ ରହୁଥିବାରୁ ପାଣି ମୁନ୍ଦାଏ ପିଇବା ପାଇଁ ବାଟୋଇ ମାନେ ହଟହଟା ହେଉଛନ୍ତି। ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ସମ୍ମୁଖରେ ରଖି ଅହମଦିୟା ଯୁବ ସଂଗଠନର ସଦସ୍ୟମାନେ ଗୁଣ୍ଡିଚାପଡ଼ା ବସ୍ ଷ୍ଟାଣ୍ଡ ସହିଦ୍ ସ୍ମାରକୀ ଠାରେ ଜଳ ଛତ୍ର ଖୋଲି ପଥଚାରୀ ମାନଙ୍କ ତୃଷ୍ଣା ନିବାରଣ କରୁଛନ୍ତି। ସ୍ଥାନୀୟ ଯୁବ ସଂଗଠନ ପକ୍ଷରୁ ଖୋଲାଯାଇଥିବା ଏହି ଜଳ ଛତ୍ର କେନ୍ଦ୍ରରୁ ବାଟୋଇ ମାନଙ୍କୁ ଦହି ସରବତ ତଥା ବିଶୁଦ୍ଧ ପାନୀୟ ଜଳ ପ୍ରଦାନ କରାଯାଉଛି। ଅହମଦିୟା ମୁସଲିମ ସମ୍ପ୍ରଦାୟ ଗୁଣ୍ଡିଚାପଡ଼ାର ସଭାପତି ସୁଲେମାନ ଅଲୀ ଖାଁ ତଥା ସଲିମ ଉଦ୍ଦିନ ଖାଁ ସାମୁହିକ ଦୂଆ (ନିରବ ପ୍ରାର୍ଥନା) କରି ଏହି ଜଳ ଛତ୍ରର ଶୁଭାରମ୍ଭ କରିଥିଲେ। ଏହି ଶୁଭକାର୍ଯ୍ୟକୁ ଅହମଦିୟା ମୁସଲିମ ଯୁବ ସଂଗଠନର ଅଧ୍ୟକ୍ଷ ଶେଖ୍ ଜହୀର, ପୁର୍ବତନ ଅଧ୍ୟକ୍ଷ ମହମୁଦ ଖାଁ ସମେତ ଆସିଫ ଅଲ୍ଲୀ ସୁଲେମାନ, ଶେଖ୍ ତନୱିର,ଇଦରିସ ଖାଁ, ଭାରତୀୟ ସେନାର ଅବସରପ୍ରାପ୍ତ ଜବାନ ତୋରାବ ଖାଁ, ଶେଖ୍ ମେହଦି, ଆଦିଲ ଅଲୀ ଖାଁ, ଫରିଦ ଉଦ୍ଦିନ ଖାଁ, କରିମ୍ ଖାଁ ବବଲୁ, ହମିଦ ଅହମଦ, ମୁଜାହିର ଅହମଦ ପ୍ରମୁଖ ସହଯୋଗ କରିଥିଲେ।

Leave A Reply

Your email address will not be published.

20 − 7 =