ହିନ୍ଦୋଳ ମହାବୀର ହନୁମାନଙ୍କ ମୂର୍ତ୍ତି ସ୍ଥାପନା କାର୍ଯ୍ୟକ୍ରମ ଅନୁଷ୍ଠିତ !

ଢ଼େଙ୍କାନାଳ: ହିନ୍ଦୋଳ ବ୍ଲକ୍ ର କୁରୁମିଠା କାଳୀହୁଣ୍ଡି ରାସ୍ତା ପାର୍ଶ୍ବରେ ଥିବା ମା ଅନ୍ଧାରୀ ଦେବୀ ଙ୍କ ପୀଠ ଅବସ୍ଥିତ। ଶନିବାର ଦିନ ସେଠାରେ ମା’ ଙ୍କ ପୀଠ ପାଖରେ ରାମଙ୍କର ପରମଭକ୍ତ ମହାବୀର ହନୁମାନଙ୍କର ମୂର୍ତ୍ତି ସ୍ଥାପନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିନିମିତ୍ତ ମା ଅନ୍ଧାରୀ ଦେବୀ ଙ୍କୁ ଷୋଡ଼ଶ ପୂଜା ମାଧ୍ୟମରେ ଆରାଧନା କରାଯାଇଥିଲା। ଏହା ପରେ ବିଭିନ୍ନ ଉପଚାର କରି ମହାବୀର ହନୁମାନଙ୍କୁ ବ୍ରାହ୍ମଣ ମାନଙ୍କ ଦ୍ଵାରା ଜୀବନ୍ୟାସ ଦିଆଯାଇଥିଲା। ତତ୍ ସଙ୍ଗେ ସଙ୍ଗେ ଦେବୀ ଙ୍କ ପୀଠରେ ହୋମଯଜ୍ଞ କରାଯାଇଥିଲା। ବିଭିନ୍ନ ଅଞ୍ଚଳର ପୁରୁଷ ଓ ମହିଳା ଶ୍ରଦ୍ଧାଳୁ ମାନେ ସେଠାରେ ପହଞ୍ଚି ମା ଅନ୍ଧାରୀ ଦେବୀ ଓ ବୀର ହନୁମାନ ଙ୍କୁ ପୂଜାର୍ଚ୍ଚନା କରିଥିଲେ। ତା ପରେ ସଂକୀର୍ତ୍ତନ ମଣ୍ଡଳୀ ମାନଙ୍କ ଦ୍ଵାରା ଭଜନ ପରିବେଷଣ କରିବା ସଙ୍ଗେ ସଙ୍ଗେ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା। ଯାହା ମାନସିକ କଲେ ତାହା ପୂରଣ ହୋଇଥାଏ , ଯାହାଫଳରେ ବହୁ ଭକ୍ତମାନେ ନିଜର ମାନସିକ ପୂରଣ ହେବାରେ ସେଠାରେ ପହଞ୍ଚି ମା ଙ୍କ ପୂଜାର୍ଚ୍ଚନା କରିବା ସହ ତାଙ୍କ ଗୁଣଗାନ କରିଥାଆନ୍ତି। କୁହାଯାଏ ଏହି ଦେବୀ କୁଆଡ଼େ ପ୍ରତ୍ୟକ୍ଷ ଏବଂ ଯାହା ମାନସିକ କଲେ ତାହା ଫଳପ୍ରଦ ହୋଇଥାଏ। ସେଥିପାଇଁ ଭକ୍ତମାନେ ମା ଙ୍କ ଉପରେ ଅଗାଢ ବିଶ୍ୱାସ ରଖି ଦୂରଦୂରାନ୍ତରୁ ମା ଙ୍କ ନିକଟକୁ ଛୁଟି ଆସିଥାଆନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା କି ଏକ ତେନ୍ତୁଳି ଗଛର ମୂଳର ଗର୍ତ୍ତ ଭିତରେ ମା ଙ୍କ ବିଜେସ୍ଥଳୀ । ଏ ସଂପର୍କରେ ମନ୍ଦିରର ପୂଜକ ଦୁର୍ଯ୍ୟୋ ଭୋଇ ଙ୍କୁ ପଚାରିବାରେ ସେ କୁହନ୍ତି ମୁଁ କିଛି କହିବାର ଆବଶ୍ୟକତା ନାହିଁ, ଯାହା କହିବେ ଭକ୍ତ ମାନେ ତାଙ୍କ ମୁଖରେ ଅନୁଭବର କଥା କହିବେ।

Leave A Reply

Your email address will not be published.

twenty − 8 =