ଭୂମିହୀନ ଅଗ୍ନି ବିପନ୍ନ ପରିବାର କୁ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ ଜନ ମଙ୍ଗଳ ରାସୋଳ ସଂଗଠନ ତରଫରୁ ସହାୟତା ପ୍ରଦାନ !

ଢେଙ୍କାନାଳ : ହିନ୍ଦୋଳ ବ୍ଲକ ଅନ୍ତର୍ଗତ କନ୍ତାମିଲା ଗ୍ରାମ ର କମାର ସାହି ରେ ସମୟ ର କରାଘାତ ରେ ଅଗ୍ନି ବିପନ୍ନ ପରିବାର ପବିତ୍ର ବେହେରା,ପତ୍ନୀ ମମିତା ବେହେରା,ଶିଶୁ କନ୍ୟା ସୋନାଲି ଙ୍କର ହାତୀ ପ୍ରବଣ ଅଞ୍ଚଳରେ ପ୍ରଚଣ୍ଡ ରୌଦ୍ରତାପରେ ଖୋଲା ଆକାଶ ତଳେ କଟୁଛି ଜୀବନ। ପ୍ରକାଶ ଥାଉ କି ରାତି ରେ ହାତୀ ପଲ ଆସିବା ର ଆଶଙ୍କା କରି ଏକୁଟିଆ ମମିତା ବେହେରା ତିନି ବର୍ଷର ଶିଶୁ କନ୍ୟା ସୋନାଲି ବେହେରା ଙ୍କୁ ଧରି ଘର ଛାଡି ଅଳ୍ପ କିଛି ଦୂର ରେ ଥିବା ସାହି ଭାଇ ଙ୍କ ଘରେ ଆଶ୍ରୟ ନେଇଥିବା ବେଳେ ରାତି ପ୍ରାୟ ଏଗାର ଘଟିକା ସମୟ ରେ କୌଣସି କାରଣରୁ ଘରେ ନିଆଁ ଲାଗି ସମସ୍ତ ଆସବାବ ପତ୍ର, ପୋଷାକ,ସମେତ ଅର୍ଜିତ ସମ୍ପତି,ସରକାରୀ କାଗଜ ପତ୍ର ସବୁ କିଛି ପୋଡ଼ି ମାଟିରେ ମିଶିଯାଇଛି।ନିଜର ପିନ୍ଧା ବସ୍ତ୍ର ଛଡା ଏବେ ତାଙ୍କ ପାଖରେ କିଛି ବି ନାହିଁ। ଜନ ମଙ୍ଗଳ ରାସୋଳ ସଂଗଠନ ର ପ୍ରତିଷ୍ଠାତା ବିଭୁ ଶତପଥୀ,ସଭାନେତ୍ରୀ ନିରୁପମା ମିଶ୍ର,ସଂପାଦକ ପ୍ରଦୀପ ନାୟକ,ସହ ସଂଯୋଜକ ଚନ୍ଦନ ସାହୁ, ଆଜୀବନ ସେଵିକା ରଶ୍ମୀତା ଶତପଥୀ,ମୋ ଗାଁ ମୋ ସମ୍ମାନ କନ୍ତାମିଲା ଗ୍ରାମ ମୁଖ୍ୟ ତଥା ଜନ ମଙ୍ଗଳ ରାସୋଳ ସେବକ ସଂଗ୍ରାମ ଅମାନ୍ତ ଓ ରିପୋର୍ଟର ସନ୍ତୋଷ ମହାପାତ୍ରଙ୍କର ଏକ ମିଳିତ ଟିମ ଅଗ୍ନି ବିପନ୍ନ ପରିବାର ପାଖରେ ପହଞ୍ଚି ପରିସ୍ଥିତି ର ଅନୁଧ୍ୟାନ ପୂର୍ବକ ଏକ ମାସର ସଉଦା ସମେତ ନୂତନ ଓ ବ୍ୟବହାର ଯୋଗ୍ୟ ବସ୍ତ୍ର,ରୋଷେଇ ଉପକରଣ, ସୌପ,ବେଡ୍ ସିଟ୍ ଆଦି ଦାନ କରାଯିବା ସହିତ ସଂଗଠନ ତରଫରୁ ମାତ୍ର ୧୦୦୦ଟଙ୍କା ର ଆର୍ଥିକ ସହାୟତା ରାଶି ପ୍ରଦାନ ପୂର୍ବକ ସମବେଦନା ଜ୍ଞାପନ କରି ଦୁଃଖୀ ପରିବାର ମୁହଁ ରେ ହସ ଫୁଟାଇବା ର ଛୋଟ ପ୍ରୟାସ ଟିଏ କରା ଯାଇଛି।ଘଟଣା ଟି ୧୦ ଦିନରୁ ଅଧିକ ହୋଇଯାଇଥିଲେ ସୁଦ୍ଧା ପ୍ରଶାସନ ସ୍ତର ରେ କେବଳ ଗୋଟିଏ ପାଲ ଯୋଗାଇ ଦିଆଯାଇଛି।ସେହି ପାଲ ଟିଏ ପାଇଁ ନିଜେ ପୀଡ଼ିତ ପରିବାର ଅଟୋଭଡା450 ଟଙ୍କା ଖର୍ଚ କରି ହିନ୍ଦୋଳ ଆର୍.ଆଇ ଅଫିସ୍ ରୁ ସଂଗ୍ରହ କରିଛନ୍ତି ଯାହାକି ଏତାଦୃଶ ବିପଦ ସମୟ ରେ ବେଡି ଉପରେ କୋରଡ଼ା ମାଡ଼ ସଦୃଶ।ଦୁଃଖର ବିଷୟ ପ୍ରଶାସନ ସ୍ତର ରେ ହେଉ ଅବା ନେତା ମନ୍ତ୍ରୀ କେହି ବି ତାଙ୍କର ଏତାଦୃଶ ବିପଦ ସମୟ ରେ ପାଖରେ ଠିଆ ହେବା ପାଇଁ ଉଚିତ ମନେ କରୁ ନଥିବା ବେଳେ ସଂଗଠନ ତରଫରୁ ଯତ୍କିନ୍ଚୀତ୍ ସାହାଯ୍ୟ ଅବା କେତେ ଦିନ ପାଇଁ ବୋଲି ସ୍ଵତଃ ମନ କୁ ପ୍ରଶ୍ନ ଆସେ।ସଂଗଠନ ତରଫରୁ ଅନୁରୋଧ ଯଦି ପ୍ରଶାସନ ସ୍ତର ରେ ତୁରନ୍ତ ପଦକ୍ଷେପ ନିଆଯିବା ସହିତ ପ୍ରତିନିଧି ପଠାଇ ଅସହାୟ ଅଗ୍ନି ବିପନ୍ନ ପରିବାର କୁ ସରକାରୀ ସହାୟତା ଯୋଗାଇ ଦିଏନ୍ତେ ହୁଏତ ପରିବାର ଟି ବହୂ ଉପକୃତ ହେବା ସହିତ ନିଜ ଭବିଷ୍ୟତ କୁ ପୁନଃ ଗଢିବା ପାଇଁ ସାହାସ ଶକ୍ତି ଜୁଟାଇ ପାରନ୍ତେ। ସଂଗଠନ ତରଫରୁ ଏତାଦୃଶ ସେବା ଯୋଗାଇ ଦେବା ସହିତ ପରିବାର ର ପରିସ୍ଥିତି କୁ ଦେଖି ଆଗାମୀ ଦିନ ରେ ସଂଗଠନ ର କ୍ଷମତା ଅନୁଯାୟୀ ସାହାଯ୍ୟ ସହଯୋଗ ପ୍ରଦାନ କରାଯିବ ବୋଲି ସଂଗଠନର ସଂପାଦକ ପ୍ରଦୀପ ନାୟକ ଦୃଢୋକ୍ତି ପ୍ରଦାନ କରିଥଲେ।

Leave A Reply

Your email address will not be published.

10 − eight =