ଢେଙ୍କାନାଳ : ଜାତୀୟ ସ୍ତରର ବିଭିନ୍ନ ପ୍ରତିଯୋଗୀତାରେ ଚମତ୍କାର ପ୍ରଦର୍ଶନ କରିଥିବାରୁ କ୍ରୀଡା ଓ ଯୁବ ସେବା ବିଭାଗ ପକ୍ଷରୁ ଢେଙ୍କାନାଳର୧୨ଜଣ କିକ୍ ବକ୍ସିଂ ପ୍ରତିଯୋଗୀଙ୍କୁ ୧୩ ତାରିଖ ଦିନ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଏକ ସ୍ୱତନ୍ତ୍ର ଉତ୍ସବରେ ପୁରସ୍କାର ରାଶି ପ୍ରଦାନ କରାଯାଇସମ୍ବର୍ଦ୍ଧିତ କରାଯାଇଛି । କ୍ରୀଡା ନିର୍ଦ୍ଦେଶକ ସିଦ୍ଧାନ୍ତ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରୀଡାବିତ୍ ମାନଙ୍କୁ ପୁରସ୍କୃତ କରିଥିଲେ । ଢେଙ୍କାନାଳର୧୨ଜଣ ଖେଳାଳି ସ୍ମୃତି ଭୋଇ, ଶ୍ରୀୟଙ୍କା ସାମଲ, ଅରୁନ୍ଧତୀ ସାହୁ, ରୋସ୍ନି ବେଗମ୍, ଜ୍ୟୋତି ବେହେରା, ରୂପା ନାଏକ, ଶୁଭଶ୍ରୀ ରାଉତ, ଯୋଗେଶ୍ୱରସାହୁ, ଦୂଲାରାମ ହାସଦା, ସୁଶିଲ କୁମାର ରାଉତ, ଚନ୍ଦନ ସାହୁ, ରତିକାନ୍ତ ସାହୁ ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ପୁରସ୍କୃତ ହୋଇଛନ୍ତି । ଏହିସଫଳତା ପାଇଁ ୱାକୋ ଓଡିଶା ମୁଖ୍ୟ ଉପଦେଷ୍ଟା ଭବାନୀ ପ୍ରସାଦ ମିଶ୍ର, ସଭାପତି କାର୍ତିକ ଡାକୁଆ, ଢ଼େଙ୍କାନାଳ ଡାଇମଣ୍ଡ କିକ ବକ୍ସିଂ ଆସୋସିଏସନ୍ରସଭାପତି ଶଶିକାନ୍ତ ଗଡ଼ନାୟକ, ଉପସଭାତି ସନ୍ତୋଷ କୁମାର ପରିଡ଼ା, ସମ୍ପାଦିକା କୀର୍ତି ରାଣୀ ସାହୁ, ଯୁଗ୍ମ ସମ୍ପାଦକ ବାପି ସାମଲ, ଉପାଧ୍ୟକ୍ଷ ଅରବିନ୍ଦବେହେରା ଏବଂ କୋଚ୍ ମିହିର କୁମାର ସାହୁ ଆସୋସିଏସନର ସମସ୍ତ ସଦସ୍ୟ ଏହି ଖେଳାଳି ମାନଙ୍କୁ ଶୁଭେଛା ଜଣାଇଛନ୍ତି ।