କପିଳାସ ମହୋତ୍ସବ ଉଦଘାଟି : ତପର୍ବତାରୋହଣ କଲେ ଶତାଧିକ ଛାତ୍ରଛାତ୍ରୀ !

ଢେଙ୍କାନାଳ : ମାଇକ୍ରୋମିଡିଆ ଆୱାରନେସ୍ ଅନୁଷ୍ଠାନର ୨୫ତମ ପ୍ରତିଷ୍ଠା ଦିବସ ତଥା ରାଜ୍ୟସ୍ତରୀୟ ପ୍ରତିଭା ଚୟନ ଓ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମର ୨୨ବର୍ଷପର୍ତି ଅବସରରେ କପିଳାସ ମହୋତ୍ସବ ୨୦୨୪ ଶନିବାର ଉଦ୍‌ଘାଟିତ ହୋଇଯାଇଛି । ଏହି ଉପଲକ୍ଷେ କପିଳାସର ଶ୍ରୀଶ୍ରୀ ଚନ୍ଦ୍ରଶେଖର ଜିଉ ଓ ମା’ ପାର୍ବତୀଙ୍କ ନିକଟରେସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା । ଅତିଥିମାନେ ପ୍ରଥମେ ମଶାଲରେ ଅଗ୍ନି ସଂଯୋଗ କରି ମନ୍ଦିର ବେଢ଼ା ପରିକ୍ରମା କରି ସବୁଜ ପତାକା ଦେଖାଇବା ପରେ ପର୍ବତାରୋହଣକାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଶତାଧିକ ଛାତ୍ରଛାତ୍ରୀ ପ୍ରଥମେ ୧୩୫୨ ପାହାଚ ଏବଂ ପରେ ଦେବସଭା ପର୍ଯ୍ୟନ୍ତ ପର୍ବତ ଆରୋହଣ କରିଥିଲେ । ମୁଖ୍ୟ ଅତିଥି ଭାବେବିଶିଷ୍ଟ ସମାଜସେବୀ ତଥା ଶିଳ୍ପଦ୍ୟୋଗୀ ଗଙ୍ଗାଧର ସାମଲ, ସମ୍ମାନିତ ଅତିଥି ଭାବରେ ଗଁଦିଆ ପଂଚାୟତ ସମିତି ଅଧ୍ୟକ୍ଷା ରୀନାରାଣୀ ଖଟୁଆ, ବୟନିକାର ରାଜ୍ୟ ସଭାପତିପ୍ରକାଶ ମେହେର, ସମାଜସେବୀ ନରେନ୍ଦ୍ର ସାହୁ, ସୁକାନ୍ତ ମିଶ୍ର, ପର୍ବତାରୋହିଣୀ ବିଭାରାଣୀ ପାତ୍ରଙ୍କ ଓ କପିଳାସ ପୀଠର ସେବାୟତମାନେ ଉପସ୍ଥିତ ରହିଥିଲେ । ଏହିକାର୍ଯ୍ୟକ୍ରମ ଏଭେରେଷ୍ଟ ଆରୋହିଣୀ ସ୍ୱର୍ଗତ କଳ୍ପନା ଦାଶଙ୍କ ସ୍ମୃତିରେ ଉତ୍ସର୍ଗ କରାଯାଇଥିଲା । ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ବାସିନ୍ଦା ଏଥିରେ ସାମିଲ ହୋଇଥିଲେ ।ମାଇକ୍ରୋମିଡିଆର ନିର୍ଦ୍ଦେଶକ ଅଥୟ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କପିଳାସ ମହୋତ୍ସବର ଆବାହକ ମାଷ୍ଟର ଇଂ ସୌମ୍ୟବ୍ରତ ସାହୁ କାର୍ଯ୍ୟକ୍ରମସଂଯୋଜନା କରିଥିଲେ । ସଭାପତି ପରେଶ ଚନ୍ଦ୍ର ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ । ଅପରାହ୍ନ ୪ଟାରେ ସହିଦ ବୀର ବାଜି ରାଉତଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣକରାଯାଇ ବାଜିଚୌକ ଛକଠାରୁ ମଶାଲ ସହ ପାଇକ ଖେଳ ପ୍ରଦର୍ଶନ, ମହିଳା ସଂକୀର୍ତନ, କ୍ରୀଡ଼ା ଅନୁଷ୍ଠାନ, କଳାପ୍ରେମୀ ମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ସାଂସ୍କୃତିକଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ପରେରେ ସଂଧ୍ୟାରେ ଟାଉନ୍ ହଲ୍ ବିଭିନ୍ନ ସ୍ଥାନରୁ ଆସିଥିବା ସଂକୀର୍ତନ ମଣ୍ଡଳୀଙ୍କ ଦ୍ୱାରା ଲୋକକଳା ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସ୍ୱତନ୍ତ୍ରକବିତା ଆସର ଅନୁଷ୍ଠିତ ହୋଇଥିଲା । ଏଥି ସହ ସାହିତ୍ୟିକ ଡ. ବିଧାନ ଚନ୍ଦ୍ର ମିଶ୍ରଙ୍କ ସ୍ମୃତି ସଂଧ୍ୟା ନାମରେ ନାମିତ ସଭାକୁ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ମୁଖ୍ୟ ଅତିଥି ଭାବେଯୋଗଦେଇ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ବରିଷ୍ଠ ଆଇନ୍‌ଜୀବୀ ଦୀପ୍ତିଶ ପ୍ରସାଦ ପଟ୍ଟନାୟକ, କବିବାହାଦୂର ପାଟ୍ଟସାହାଣି, ଅଧ୍ୟାପିକା ଡ. ପୁଷ୍ପଲତା ରଥ, ଜିଲ୍ଲା ଲେଖକ ସଂସଦର ସଭାପତି ବସନ୍ତ କୁମାର ପଟ୍ଟନାୟକ, ଢେଙ୍କାନାଳ ସାଂଧ୍ୟ ମହାବିଦ୍ୟାଳୟର ଅଧ୍ୟକ୍ଷସମୀର କୁମାର ସାହୁ ଯୋଗଦେଇଥିଲେ । ବିଧାନ ଚନ୍ଦ୍ର ମିଶ୍ର ସ୍ମୃତି ସଂସଦର ଅଧ୍ୟକ୍ଷ ଦେବାଶିଷ ମିଶ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ସେବାକାର୍ଯ୍ୟ ପାଇଁ ଥିଙ୍କର୍ସଫୋରମ୍‌, ଶିକ୍ଷକତା କ୍ଷେତ୍ରରେ ଶିକ୍ଷାବିତ୍ ଦେବୀପ୍ରସାଦ ମିଶ୍ର, ଶିକ୍ଷୟିତ୍ରୀ କିରଣ ପାଣିଗ୍ରାହୀ, ଯୁବ ସମାଜସେବୀ ପବିତ୍ର ମୋହନ ମହାରଣା, ଅନୁଗୁଳର ସାହିତ୍ୟିକାଅନୀତା ପାଣି, ଶିଶୁ ପ୍ରତିଭା ଶୀତଲ ପରିଡ଼ା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆସନ୍ତା ୧୬ ଓ ୧୭ ତାରିଖ ଦୁଇ ଦିନ ଧରି ଗୋପବନ୍ଧୁ ଟାଉନହଲଠାରେ ବିଭିନ୍ନକାର୍ଯ୍ୟକ୍ରମ ସହ ରାଜ୍ୟର ବିଭିନ୍ନ ପ୍ରତିଭାଧାରୀ ବ୍ୟକ୍ତିମାନଙ୍କୁ ସମ୍ବଦ୍ଧିତ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.

12 − eight =