ଢେଙ୍କାନାଳ : ପୁରୁଣା ଜିଲ୍ଲା ପରିଷଦ କକ୍ଷରେ ରବିବାର ଜିଲ୍ଲାସ୍ତରୀୟ ସମବାୟ ସପ୍ତାହ ପାଳିତ ହୋଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ସ୍ଵୀୟ କୃଷି ଅର୍ଥନୀତିରେ ସମବାୟ ଅନୁଷ୍ଠାନର ଯୋଗଦାନ ଗୁରୁତ୍ଵପୂର୍ଣ । ଆମ ରାଜ୍ୟ ଅର୍ଥନୀତିର ମୁଖ୍ୟସ୍ରୋତରେ ସମବାୟ ଏକ ମାଇଲଖୁଣ୍ଟ ଭାବେ ପ୍ରଦର୍ଶିତ କରି ଏକ ଆନ୍ଦୋଳନରେ ପରିଣତ ହୋଇଛି । ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ଋଣ ପ୍ରଦାନ,କୃଷି ଉତ୍ପାଦନ ବୃଦ୍ଧି,ସାର ବିପଣନ,ଖାଉଟି କଲ୍ୟାଣ ଆଦି ବହୁମୁଖୀ କାର୍ଯ୍ୟକ୍ଷେତ୍ରରେ ସମବାୟର ଉଲ୍ଲେଖନୀୟ ଅବଦାନ ରହିଛି। ସମାଜର ଦୁର୍ବଳ ଓ ଅବହେଳିତ ଶ୍ରେଣୀଙ୍କ ପ୍ରଗତି ନିମନ୍ତେ ସମବାୟ ଏକ ବାସ୍ତବ କ୍ଷେତ୍ର । ସମବାୟ ଜରିଆରେ କୃଷିର ଉନ୍ନତି କୃଷକମାନଙ୍କ ଅର୍ଥନୈତିକ ବିକାଶ ପାଇଁ ଆମ ରାଜ୍ୟରେ ଅନେକ ଗୁଡିଏ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ସମବାୟ ସଂସ୍ଥାଗୁଡିକ ଦୁର୍ନୀତିମୁକ୍ତ ରହି କିଭଳି ଭାବେ ଦେଶର ବିକାଶ ଦିଗରେ ସହାୟକ ହେବେ ସେଥିନେଇ ମାନ୍ୟବର ମନ୍ତ୍ରୀ ଦିଗଦର୍ଶନ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଢେଙ୍କାନାଳ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ରମେଶ ଚନ୍ଦ୍ର ସେଠୀ, ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଶ୍ରୀ ସନ୍ତୋଷ କୁମାର ପ୍ରଧାନ, କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରଦୀପ କୁମାର ପରିଡା, ସୁଶ୍ରୀ ସରୋଜିନୀ ଜେନା, ଉପନିବନ୍ଧକ ସମବାୟ ସମିତି,ଢେଙ୍କାନାଳ ଜିଲ୍ଲା ତଥା ବରିଷ୍ଠ ସହକାରୀ ନିବନ୍ଧକ ଏବଂ ସହକାରୀ ନିବନ୍ଧକ ପ୍ରମୁଖ ଯୋଗଦାନ କରିଥିଲେ। ପ୍ରବନ୍ଧ ଏବଂ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ସଫଳ ପ୍ୟାକସ୍ ,ବ୍ୟାଙ୍କ୍ ଶାଖା,ଅଗ୍ରଣୀ ଚାଷୀ ପ୍ରମୁଖଙ୍କୁ ମଧ୍ଯ ପୁରସ୍କୃତ କରାଯାଇଥିଲା।ଅବନୀ ମିଶ୍ର ସଭାର ସଂଯୋଜନା କରିଥିଲେ । ସହ ନିବନ୍ଧକ ଦୀପାଞ୍ଜଳି ସିଂହ ଧନ୍ୟବାଦ ଦେଇଥିଲେ ।