ସ୍ତମ୍ଭେଶ୍ୱରୀ ବା ଖମ୍ବେଶ୍ବରୀ ସଂସ୍କୃତି ଚତୁର୍ଥ ଶତାବ୍ଦୀରୁ ଦ୍ୱାଦଶ ଶତାବ୍ଦୀ ମଧ୍ୟରେ ପଶ୍ଚିମ ଓଡିଶା ଓ ଗଞ୍ଜାମ ପ୍ରାନ୍ତରେ ଏହି ସଂସ୍କୃତିର ବହୁଳ ଭାବେ ପ୍ରସାର ଓ ପ୍ରସିଦ୍ଧି ହୋଇଥିଲା । ପଥରଖମ୍ବ କୁ ସ୍ତମ୍ଭେଶ୍ୱରୀ ବା ଖମ୍ବେଶ୍ବରୀ ଦେବୀ ଙ୍କ ପ୍ରତୀକ ଭାବେ ମାନୁଥିଲେ ।
ପଞ୍ଚମ ଶତାବ୍ଦୀର ଶାସକ ମହାରାଜା ତୁଷ୍ଟିକାରା, ଯାହାକି ଆଜିର ଦିନରେ କାଲାହାଣ୍ଡି, ନୁଆପଡା, ବଲାଙ୍ଗୀର , ବସ୍ତର ଅଞ୍ଚଳରେ ଶାସନ କରୁଥିଲେ , ସେ ସ୍ତମ୍ଭେଶ୍ୱରୀ ବା ଖମ୍ବେଶ୍ବରୀ ଦେବୀ ଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି ଦେବତାଙ୍କ ମୂଖ୍ଯ ଭାବରେ ।ସେହିଭଳି କାଳାହାଣ୍ଡିର ଅସୁରଗଡରୁ ଏକ ବୃତ୍ତାକାର ଇଟା ମନ୍ଦିର ଖନନ କରାଯାଇଛି ଯାହାକି ଦେବୀ ସ୍ତମ୍ଭେଶ୍ୱରୀ ଙ୍କୁ ପ୍ରତିନିଧିତ୍ୱ କରେ । ଆସ୍କା ଠାରେ ଏକ ପୁରୁଣା ସ୍ତମ୍ଭେଶ୍ୱରୀ ମନ୍ଦିର ଅଛି ଯାହା ଖିଞ୍ଜଲି ମଣ୍ଡଳ ରାଜାଙ୍କ ଦ୍ୱାରା ବର୍ଣ୍ଣିତ । କୋଡାଲାକା ମଣ୍ଡଳ ସୁଲକି ଶାସକମାନଙ୍କ ସମୟରେ ସ୍ତମ୍ଭେଶ୍ୱରୀ ସଂସ୍କୃତି ଶୀର୍ଷରେ ପହଂଚି ଥିବା ଜଣାପଡ଼େ । (ବର୍ତ୍ତମାନର ଢେଙ୍କାନାଳ, ଅନୁଗୁଳ) ଯେଉଁମାନେ ସପ୍ତମ ଶତାବ୍ଦୀ ରୁ ଦଶମ ଶତାବ୍ଦୀ ପର୍ଯ୍ୟନ୍ତ ବହୁ ଳଭାବରେ ପ୍ରସାର କରିଥିଲେ । ପ୍ରାରମ୍ଭରେ ସେମାନେ ଭଉମକରସ ଙ୍କ ସାମ୍ରାଜ୍ୟ ଥିଲା କିନ୍ତୁ ପରେ ସେମାନେ ବୋଧହୁଏ କୋଡାଲାକା ମଣ୍ଡଳ କୁ ସ୍ବାଧୀନ ଶାସକ କରିଥିଲେ।
ସେମାନଙ୍କର ସାମ୍ରାଜ୍ୟ ଶଙ୍ଖଜୋତିଶ ପର୍ଯ୍ୟନ୍ତ ବିସ୍ତାର କରିଥିଲା ଯାହାକି ଶଙ୍ଖ ନଦୀ ନିକଟ ସୁନ୍ଦରଗଡରେ ଥାଇପାରେ ।ଏହି ସୁଲକି ରାଜବଂଶର ଶାସକମାନେ ନିଜକୁ ରାନାସ୍ତମ୍ଭା, କାଞ୍ଚନସ୍ତମ୍ଭା, ଜୟାସ୍ତମ୍ଭା, କୁଲସମ୍ଭା ଇତ୍ୟାଦି ନାମରେ ନାମିତ କରି ଢେଙ୍କାନାଳର ପରଜଙ୍ଗ ବ୍ଲକର କୁଆଲୋ ଗ୍ରାମରେ ନିଜର ରାଜଧାନୀ ରଖିଥିଲେ।
ଏହି ସୁଲକି ଶାସକମାନେ ଦେବୀ ସ୍ତମ୍ଭେଶ୍ୱରୀ ଙ୍କୁ ସେମାନଙ୍କର ମୂଖ୍ୟ ଦେବୀ ଭାବରେ ବିବେଚନା କରୁଥିଲେ ଏବଂ ବ୍ରାହ୍ମଣମାନଙ୍କୁ ଗ୍ରାମ ଦାନ କରୁଥିଲେ । ଯେପରି ସେମାନେ ହିନ୍ଦୋଳ, ଭୈରବଗଡ ଯାହାକି ତାଳଚେର ଲିପିବଦ୍ଧରୁ ଏହା ସ୍ପଷ୍ଟ ହୋଇଥିଲା।
ଚିତଲପୁର ଗ୍ରାମରେ ଏହି ସ୍ତମ୍ଭେଶ୍ୱରୀ ସଂସ୍କୃତିର ଏକ ଜ୍ୱଳନ୍ତ ଉଦାହରଣ ଯେଉଁ ଠାରେ “୧୦ ସ୍ତମ୍ଭ” ସ୍ଥାପିତ ହୋଇଛି ଏବଂ ବର୍ତ୍ତମାନ ଗ୍ରାମଦେବୀ ଭାବରେ ପୂଜାପାଉଛନ୍ତି । ଏହି ଦେବୀ ଯାହା ମନ୍ଦିର ବାହାରେ ନିର୍ମିତ ସ୍ତମ୍ଭ ଉପରେ ଥିବା ଦେବୀ ସହିତ ସମାନ ।ଏହି ସଂରକ୍ଷିତ ଗୁଡିକ ଅଷ୍ଟମ ଶତାବ୍ଦୀ ରେ ନିର୍ମିତ ହୋଇପାରେ । ବୋଧହୁଏ କୁଳ ସ୍ତମ୍ଭ ଙ୍କ ଦ୍ବାରା ନିର୍ମିତ ହୋଇଥିଲା କାରଣ ତାଙ୍କର ଲେଖା ଯାହା ହିନ୍ଦୋଳ ରୁ ମିଳିଥିଲା ।
ସୂଚନା – ଏହି ଲେଖାଟି ଢ଼େଙ୍କାନାଳ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଙ୍କ ସାମାଜିକ ଗଣମାଧ୍ୟମ ରୁ ସଂଗୃହିତ ଇଂରାଜୀର ମୂଳ ଲେଖାର ଅନୁବାଦ। ତୃଟି ଥିଲେ କ୍ଷମା କରିବେ ।