ସାଇ ସତସଙ୍ଗ ସେବା ଟ୍ରଷ୍ଟ ପକ୍ଷରୁ ସ୍ବେଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ : ୧୭୩ ୟୁନିଟ ରକ୍ତ ସଂଗ୍ରହ !

ଢେଙ୍କାନାଳ ଜିଲ୍ଲା ରକ୍ତଭଣ୍ଡାର ରେ ଦେଖା ଦେଇଥିବା ରକ୍ତ ଅଭାବଜନିତ ସମସ୍ୟା ର ସମାଧାନ ପାଇଁ ଆଗେଇ ଆସିଛି ସାଇ ସତସଙ୍ଗ ସେବା ଟ୍ରଷ୍ଟ । ଟ୍ରଷ୍ଟ ତରଫରୁ ସ୍ଥାନୀୟ ଟାଉନ ହଲ ପରିସର ରେ ରବିବାର ସ୍ବେଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ବହୁ ସ୍ବେଛାକୃତ ରକ୍ତଦାତା ସାମିଲ ହୋଇଥିଲେ । ମୋଟ ୧୭୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା
ପ୍ରାରମ୍ଭ ରେ ପୌରାଧକ୍ଷା ଜୟନ୍ତୀ ପାତ୍ର ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି କହିଲେ ଢେଙ୍କାନାଳ ରେ ଦେଖା ଦେଇଥିବା ରକ୍ତ ସଙ୍କଟ ର ସମାଧାନ ଲାଗି ଏହା ସହାୟକ ହେବ । ସମ୍ମାନିତ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ ଦିଲୀପ କୁମାର ବିଶ୍ୱାଳ ରକ୍ତ ସଙ୍କଟ ସମୟରେ ଏଭଳି ଶିବିର ଆୟୋଜନ କୁ ବହୁତ ପ୍ରଶଂସା କରିଥିଲେ । ରେଡ଼କ୍ରସ ଉପସଭାପତି ବିରଞ୍ଚି ନାରାୟଣ ପାଣି,ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ର ସଭାପତି ରାଜେନ୍ଦ୍ର ହିନ୍ଦୋଚା, ଶ୍ୟମାଚରଣ ପୁର ବିକାଶ ପରିଷଦ ର ସଭାପତି ଯୋଗିନାଥ ମହାନ୍ତି, ସଚେତନ ନାଗରିକ ଫୋରମ ର ସଭାପତି ସୁରେନ୍ଦ୍ର ମିଶ୍ର ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ । ଟ୍ରଷ୍ଟ ର ବରିଷ୍ଟ ସଦସ୍ୟ ଅମରେନ୍ଦ୍ର ଖୁଣ୍ଟିଆ ସଭାପତି ଅଜୟ ସାହୁ ସମ୍ପାଦକ ସୁବୋଧ ସିଂ ଙ୍କ ତତ୍ୱାବଧାନରେ ଟ୍ରଷ୍ଟ ର କର୍ମ କର୍ତା ଓ ମହିଳା ଶାଖା ଦ୍ୱାରା ଏହି ଶିବିର ପରିଚାଳନା ହୋଇଥିଲା । ଜିଲ୍ଲା ରକ୍ତଭଣ୍ଡାର ଅଧିକାରୀ ସ୍ୱରୂପ ରଞ୍ଜନ ସାହୁ,ଟେକନିସିଆନ ପରମାନନ୍ଦ ପଣ୍ଡା ଙ୍କ ତତ୍ୱାବଧାନ ରେ ରକ୍ତ ଗ୍ରହଣ ହୋଇଥିଲା । ଗ୍ରୀଷ୍ଣ ଋତୁ ରେ ବହୁତ ରୋଗୀ ରକ୍ତ ନପାଇ ହନ୍ତସନ୍ତ ହେଉଛନ୍ତି ସମସ୍ତ ଅନୁଷ୍ଠାନ ଏହି ଘଡିସନ୍ଧି ମୁହୂର୍ତ ରେ ରକ୍ତଦାନ ଶିବିର କରି ଏହି ରକ୍ତ ଅଭାବ କୁ ଦୂର କରିବାକୁ ଟ୍ରଷ୍ଟ ର ଅଧକ୍ଷ ଶିବ ପ୍ରସାଦ ପଣ୍ଡା ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.

one × one =