ବରା ଦିବସ ପାଳନ କଲା ସଚେତନ ନାଗରିକ ଫୋରମ୍ !

ଢ଼େଙ୍କାନାଳ : ଢ଼େଙ୍କାନାଳ ସଚେତନ ନାଗରିକ ଫୋରମ୍ ଆନୁକୁଲ୍ୟରେ ବରା ଦିବସ ଅପ୍ରେଲ ୭ ତାରିଖ ଦିନ ସକାଳ ୮ ଘଟିକା ବେଳେ ସୂର୍ଯ୍ୟ କନଭେସନ ଠାରେ ଫୋରମ୍‌ର ସଭାପତି ଆଇନଜୀବୀ ସୁରେନ୍ଦ୍ର କୁମାର ମିଶ୍ରଙ୍କ ନେୃତ୍ୱରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ରଯୋଗ ଦେଇଥିବା ବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ଅକ୍ଷୟ କୁମାର ମହାନ୍ତି , ହର୍ଷବର୍ଦ୍ଧନ ସିଂହ ଦେଓ, ସୁନିଲ୍ ଶର୍ମା,ବାବୁଚାନ୍ଦ୍‌ଦ ମହାଳିକ, କଲ୍ୟାଣ କୁମାର କାନୁନଗୋ, ସାମ୍ବାଦିକ ସଂଘର ସଭାପତି ପ୍ରସନ୍ନ କୁମାର ପଟ୍ଟନାୟକ, ଓକିଲ ସଂଘ ସମ୍ପାଦକ ଟଙ୍କଧର ବେହେରା, ବଣିକ ସଂଘସଭାପତି ରାଜେନ୍ଦ୍ର ଦାସ, ଫୋରମ୍ ର ମାର୍ଗ ଦର୍ଶକ ଭିକାରୀ ଚରଣ ରାଉତ, ପଙ୍କଜ ନାୟକ , ଥିଙ୍କର୍ସ ଫୋରମ୍ ର ସଭପତି ସୋମେନ୍ଦୁ ଶତପଥି, ଫୋରମର ଉପ -ସଭାପତି ଦୀପକ ପ୍ରସାଦ ପଟ୍ଟନାୟକ ତଥା ସମାଜର ସବୁ ବର୍ଗର ନାଗରିକ ମାନଙ୍କ ଉପସ୍ଥିତିରେ ବରା ଦିବସ ପାଳନ ହୋଇଥିଲା । ଆମ ଢ଼େଙ୍କାନାଳ ମାଟିରବିରିବରାକୁ ଗୁଡ଼ିଆ ଘରର ପୁଅମାନେ ବର୍ଷ ବର୍ଷ ଧରି ତିଆରି କରି ବିକ୍ରୀ କରୁଥିଲେ । ଏହି ବିରିରେ ତିଆରି ହୋଇଥିବା ବରା କୁ ଗରିବ ଲୋକମାନେ ବେଶୀ ପସନ୍ଦକରୁଥିଲେ ଏବଂ ଏହି ବରା ଖାଇବା ଦ୍ୱାରା ୫/୬ ଘଂଟା ପର୍ଯ୍ୟନ୍ତ ଭୋକ ହେଉନଥିଲା । ଏହି ବରା କେବଳ ଢ଼େଙ୍କାନାଳ ନୁହଁ ବରଂ ଆମ ଓଡ଼ ିଶା ସହିତ ସାରା ଭାରତବର୍ଷରେ ଖ୍ୟାତି ଅର୍ଜନ କରିସାରିଛି । ଅନ୍ୟାନ୍ୟ କାର୍ଯ୍ୟକର୍ତା ଅମ୍ବିକା ମିଶ୍ର, ମନ୍ମଥ ରାଓ, ଉଦୟନାଥ ବେହେରା, ଅଶୋକ ସ୍ୱାଇଁ, ବନଜା ମାନସିଂହ ପ୍ରମୁଖଙ୍କ ତତ୍ୱବଧାନରେପ୍ରାୟ ୭୦୦ ରୁ ଅଧିକ ଲୋକ ଗରମ ଗରମ ବରା ଏବଂ ତା ସାଙ୍ଗକୁ ଗୁଗୁନି ର ମଜା ଉଠାଇଥିଲେ । ସମସ୍ତେ ଦାବି କରିଥିଲେ ଯେ ଆମ ଢ଼େଙ୍କାନାଳର ବରାଳଶ ଜିଆଇଟ୍ୟାଗ୍ ମିଳୁ । ଏହି କାର୍ଯ୍ୟକ୍ରମରେ ଫୋରମ୍ ର ମହିଳା ଶାଖା , ଡି.ସି.ସି ପ୍ଲେ ସ୍କୁଲ୍ , ନଗର ଶାଖା, ସଦର ଶାଖା, ଇଂଲିଶ କ୍ଲବ୍ ର ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ ।ଫୋରମ୍ ର କାର୍ଯ୍ୟକାରୀ ସଭାପତି ବିଶ୍ୱନାଥ ବେହେରା ମଂଚ ପରିଚାଳନା କରିଥିବା ବେଳେ ସମ୍ପାଦକ ଭାରତ କୁମାର ଦାସ ସମ୍ପାଦକୀୟ ପାଠ କରିଥିଲେ । ଶେଷରେଫୋରମ୍ ର ସହ-ସମ୍ପାଦକ ଆଇନଜୀବୀ ଗୁପ୍ତେଶ୍ୱର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

five × four =