ଜୀବନଜ୍ୟୋତି ସ୍ୱତନ୍ତ୍ର ବିଦ୍ୟାଳୟ ଠାରେ ନିରନ୍ତର ପୁନର୍ବାସ ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ !

ଢେଙ୍କନାଳ : ଢେଙ୍କାନାଳସ୍ଥିତ ଜୀବନଜ୍ୟୋତି ସ୍ୱତନ୍ତ୍ର ବିଦ୍ୟାଳୟ ଠାରେ ଶୁକ୍ରବାର ଠାରୁ ନିରନ୍ତର ପୁନର୍ବାସ ଶିକ୍ଷାକାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ନୂଆଦିଲ୍ଲୀ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଭାରତୀୟ ପୁନର୍ବାସ ପରିଷଦ ଦ୍ୱାରା ଆୟୋଜିତଏହି କାର୍ଯ୍ୟକ୍ରମ ରବିବାର ପର୍ଯ୍ୟନ୍ତ ପରିଚାଳିତ ହୋଇ ଉଦ୍‌ଯାପିତ ହେବ । ଓଡିଶାର ୫୦ଜଣ ସ୍ୱତନ୍ତ୍ର ଶିକ୍ଷକ ଓ ଶିକ୍ଷୟିତ୍ରୀଏହି କାର୍ଯ୍ୟକ୍ରମରେ ଯୋଗଦେଇ ନିଜର ସ୍ୱତନ୍ତ୍ର ଶିକ୍ଷା ସମ୍ବନ୍ଧୀୟ ଜ୍ଞାନ ଆହରଣ କରୁଛନ୍ତି । ଏହି ଉଦ୍‌ଯାପନୀ ଉତ୍ସବରେଅନୁଷ୍ଠାନର ସମ୍ପାଦକ ତଥା ଅଧ୍ୟକ୍ଷ ପ୍ରଦ୍ୟୁମ୍ନ କୁମାର ମହାପାତ୍ର, ସ୍ୱତନ୍ତ୍ର ତାଲିମ୍ ଦାତ୍ରୀ ଆରତୀପ୍ରଭା ମହାପାତ୍ର, ସହକାରୀପ୍ରାଧ୍ୟାପକ ଆଶୀର୍ବାଦ ଦେହୁରୀ ଏବଂ ରଶ୍ମି ରଞ୍ଜନ ପୃଷ୍ଟି ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହିକାର୍ଯ୍ୟକ୍ରମର ସଂଯୋଜକ ସହକାରୀ ପ୍ରଧ୍ୟାପକ ରମେଶ ଚନ୍ଦ୍ର ପରିଡା ମଂଚ ପରିଚାଳନା କରିବା ସହ କାର୍ଯ୍ୟକ୍ରମକୁ ମଧ୍ୟପରିଚାଳନା କରିଥିଲେ । ଶିବାନୀ ରଥ, ଈଶ୍ୱରୀ ପ୍ରଭା ନାୟକ, ଜ୍ୟୋତିରଞ୍ଜନ ବଳିଆର ସିଂଙ୍କ ସହଯୋଗରେ କାର୍ଯ୍ୟକ୍ରମପରିଚାଳିତ ହୋଇଯାଇଛି ।

Leave A Reply

Your email address will not be published.

16 − 2 =