କାରିଗର ସାହିରେ ହନୁମାନ ଜୟନ୍ତୀ ଓ ପଣା ସଂକ୍ରାନ୍ତି ପାଳିତ !

ଢେଙ୍କାନାଳ : ଢେଙ୍କାନାଳ ସହର କାରିଗର ସାହିସ୍ଥିତ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କର ଅପାର କରୁଣାରୁ ହନୁମାନ ଜୟନ୍ତୀ ଉତ୍ସବ ମହାଆଡମ୍ବରରେପାଳନ କରାଯାଇଅଛି । ସକାଳେ ପ୍ରଥମେ ମଙ୍ଗଳ ଆଳତି ଏବଂ ମାଜଣା ଓ ପରେ ସୂର୍ଯ୍ୟପୂଜା, ଗୋ-ପୂଜା, ହନୁମାନଙ୍କୁ ପଂଚ ଉପଚାର ପୂଜା ଏବଂବିଭିନ୍ନ ଫଳ ଓ ବିଭିନ୍ନ ମିଷ୍ଟାନ୍ନ ଲାଗି କରାଯାଇଥିଲା । ହୋମଯଜ୍ଞ ସହ ଆରତି କରାଯାଇଥିଲା । ମଧ୍ୟାହ୍ନରେ ଭକ୍ତମାନେ ପ୍ରସାଦସେବନ କରିଥିଲେ ।ଏହି ଯଜ୍ଞ ୧୯୮୦ ମସିହା ଠାରୁ ଆଜି ପର୍ଯ୍ୟନ୍ତ ମହାଆଡମ୍ବର ସହ ପୂଜା ହୋଇ ଆସୁଅଛି । ପୂଜକ ଗଗନ ଶତପଥୀ, ମନ୍ଦିର ଦୈନିକ ପୂଜକ ବିଭୁତିଫୂଷଣ ପଣ୍ଡା, କର୍ତା ସୋମନାଥ ଦଳେଇ, କର୍ମକର୍ତା ରଶ୍ମିକାନ୍ତ ସାମଲ, ଶିଖର ମହାରଣା, ରମେଶ ଚନ୍ଦ୍ର ମହାରଣା, ରବି ନାରାୟଣ ମହାରଣା, ନବକିଶୋର ଦଳେଇ ଓ ମୂରଲି ବେହେରା ଏବଂ ଭକ୍ତ ଲକ୍ଷ୍ମଣ ଗୁରୁ, ଯଦୁନାଥ ସାହୁଙ୍କ ସହଯୋଗରେ ପୂଜାକାର୍ଯ୍ୟ ସମାପନ କରାଯାଇଥିଲା ।

Leave A Reply

Your email address will not be published.

4 − 1 =