ଜିଲ୍ଲା ସ୍ତରୀୟ ଗ୍ରୀଷ୍ମକାଳୀନ ବ୍ୟାଡ୍‌ମିଂଟନ ଶିବିର ଉଦ୍‌ଘାଟିତ !

ଢେଙ୍କାନାଳ : ଢେଙ୍କାନାଳ ସହରସ୍ଥ ନୂଆପୋଖରୀ ନିକଟ ସ୍ପୋର୍ଟ୍ସ କମ୍ପେ୍ଲକ୍ସ ଇଣ୍ଡୋର ହଲ୍ ଠାରେ ୬ଷ୍ଠଜିଲ୍ଲାସ୍ତରୀୟ ଗ୍ରୀଷ୍ମକାଳୀନ ବ୍ୟାଡ୍‌ମିଂଟନ ଶିବିର ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଲା ବ୍ୟାଡ୍‌ମିଂଟନ ଆସୋସିଏସନ୍‌ଢେଙ୍କାନାଳ (ଡିବିଏଡି) ପକ୍ଷରୁ ଆୟୋଜିତ ଏହି ଶିବିରକୁ ଯୁବଦ୍ୟୋଗୀ ଜଗ୍‌ଦୀଶ୍ ସାମଲ୍ ଏବଂ ରାଜ୍ୟସ୍ତରୀୟବ୍ୟାଡ୍‌ମିଂଟନ ପ୍ରଶିକ୍ଷକ ତଥା ଓଡିଶା ବ୍ୟାଡ୍‌ମିଂଟନ ଆସୋସିଏସନ୍‌ର ପ୍ରମୂଖ ସଭ୍ୟ କମଲ୍ ଦାସ୍ ଅତିଥି ଭାବେଯୋଗଦେଇ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁବଦ୍ୟୋଗୀ ଅବିନାଶ ସାମଲ, ସଂଘର ସଭାପତିଦୀପକ କୁମାର ଦଲେଇ, ସଂପାଦକ ଟଙ୍କଧର ବେହେରା, କାର୍ଯ୍ୟ ନିର୍ବାହୀ ସଭାପତି ଅମିତ୍ ରଞ୍ଜନ ଶତପଥୀ,ରଶ୍ମିପ୍ରକାଶ ପଟ୍ଟନାୟକ, ପ୍ରମୋଦ ସିଂହ, ତାରିଣୀ ପ୍ରସାଦ ମାଝୀ, ପ୍ରଦୀପ ମିଶ୍ର, ପ୍ରିୟବ୍ରତ ପ୍ରଧାନ, ବ୍ରିଜେଶ୍‌ମିଶ୍ର, ଅରବିନ୍ଦ ସାହୁ ପ୍ରମୁଖ ଯୋଗଦେଇ ଶିବିରକୁ ସଫଳ ମଣ୍ଡିତ କରିଥିଲେ । ଏହି ଶିବିରରେ ସହରାଂଚଳରବିଭିନ୍ନ ପ୍ରାନ୍ତରୁ ପ୍ରାୟତଃ ୩୦ରୁ ଉର୍ଦ୍ଧ୍ୱ ବାଳକ ବାଳିକା ଅଂଶଗ୍ରହଣ କରିଛନ୍ତି । ଏହି ଶିବିରରେ ରାଜ୍ୟ ସ୍ତରୀୟପ୍ରମୁଖ ବ୍ୟାଡ୍‌ମିଂଟନ ପ୍ରଶିକ୍ଷକ ସାମିଲ୍ ରହିବେ । ଜିଲ୍ଲାର ପ୍ରଶିକ୍ଷକ ଭାବରେ ତାରିଣୀ ପ୍ରସାଦ ମାଝୀ, ପ୍ରମୋଦସିଂହ ଏବଂ ଅମିତ୍ ରଞ୍ଜନ ଶତପଥୀ ଏହି ପ୍ରଶିକ୍ଷଣ ଶିବିରକୁ ପରିଚାଳନା କରିବେ । ଜିଲ୍ଲା ବ୍ୟାଡ୍‌ମିଂଟନର ସମସ୍ତସଭ୍ୟ ଏବଂ ଖେଳାଳୀମାନଙ୍କ ସହଯୋଗରେ ଏହି ଶିବିର ଆରମ୍ଭ ହୋଇଛି । ଶିବିରର ଏକମାତ୍ର ଲକ୍ଷ୍ୟ କୁନି କୁନିପିଲାମାନଙ୍କୁ ଶାରୀରିକ ଏବଂ ମାନସିକ ସ୍ତରରେ ଉନ୍ନତି କରିବା ସହିତ ଢେଙ୍କାନାଳ ବ୍ୟାଡ୍‌ମିଂଟନର ପ୍ରସାରକରିବା । ଯାହାଦ୍ୱାରା ଆଗାମୀ ଭବିଷ୍ୟତରେ ମଧ୍ୟ ଢେଙ୍କାନାଳର ପିଲାମାନେ ଜାତୀୟ ଏବଂ ଆନ୍ତର୍ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରିବେ ।

Leave A Reply

Your email address will not be published.

9 − eight =