ମୋଟଙ୍ଗା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଘର ହିଁ ବିଦ୍ୟାଳୟ କାର୍ଯ୍ୟକ୍ରମ ଅନୁଷ୍ଠିତ !

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ ଅନ୍ତର୍ଗତ ମୋଟଙ୍ଗା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରପରିସରରେ କେଣ୍ଢେଇ ଦିବସ ଓ ତୃତୀୟ ପର୍ଯ୍ୟାୟ ଘର ହିଁ ବିଦ୍ୟାଳୟ ପ୍ରକଳ୍ପ ପରିଚାଳନା ସମିତିରସଭାପତି ସଞ୍ଜୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଶିଶୁ ବାଟିକା ପ୍ରମୁଖ ରତ୍ନପ୍ରଭାସାହୁ ଅତିଥି ପରିଚୟ କରିଥିବାବେଳେ ପ୍ରଧାନ ଆଚାର୍ଯ୍ୟ ମିଲୁ ଚରଣ ଦେହୁରୀ କଣ୍ଢେଇ ଦିବସ ତୃତୀୟପର୍ଯ୍ୟାୟର ଘର ହିଁ ବିଦ୍ୟାଳୟ ପ୍ରକଳ୍ପର ଉଦ୍ଦେଶ୍ୟ କଥନ କହିଥିଲେ । ସମାଜସେବୀ ତଥା ଲେଖିକା ଶାନ୍ତିଲତା ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇ ଶିଶୁର ରୋଗ ଓ ଚିକିତ୍ସା ଉପରେ ଆଲୋକପାତକରିଥିଲେ । ଆଚାର୍ଯ୍ୟା ବବିତା ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ଆଚାର୍ଯ୍ୟା ସୁଷମାନାୟକ, ନିରୁପମା ପ୍ରଧାନ ଓ ପୂଜା ନାୟକ ମଂଚ ପରିଚାଳନାରେ ସହଯୋଗ କରିଥିଲେ

Leave A Reply

Your email address will not be published.

18 + six =