ମା’ ତାରିଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ କଳସ ଯାତ୍ରା !


ଢେଙ୍କାନାଳ : ଜୁବୁଲି ଟାଉନ୍ ସ୍ଥିତ ଶାନ୍ତିଲତା ନଗର ଠାରେ ମା ତାରିଣୀ ମନ୍ଦିରର ପ୍ରତିଷ୍ଠାତା ଉତ୍ସବ ଉପଲକ୍ଷେ ଏକ
କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜେଲ୍ ପୋଖରୀ ଠାରୁ ପୂଜାର୍ଚ୍ଚନା କରାଯାଇ ସଂକୀର୍ତନ ମଣ୍ଡଳୀ ଦ୍ୱାରା
ପରିକ୍ରମା କରାଯାଇ ମନ୍ଦିର ନିକଟକୁ ଅଣାଯାଇ ଅଧିବାସ ପୂଜା ଆରମ୍ଭ ହୋଇଥିଲା । ମନ୍ଦିରର ମୁଖ୍ୟ ନାମରତ୍ନା ପଣ୍ଡା ଓ
ସବିତା ପଣ୍ଡା, କର୍ତା ଦେବୀ ପ୍ରସାଦ ମହାପାତ୍ର କର୍ତୀ ନର୍ମଦା ମହାପାତ୍ର, ପୂଜକ କବି ରୁଦ୍ରନାରାୟଣ କବି ସତପଥି ଓ ତାଙ୍କ
ସାଥିମାନେ ପୂଜା କାର୍ଯ୍ୟ କରିବା ସହ ଏହି କାର୍ଯ୍ୟକ୍ରମ ୨୧, ୨୨, ୨୩ ତିନି ଦିନ ଧରି ପୂଜା କାର୍ଯ୍ୟ ଚାଲୁରହିବ । ରଶ୍ମି
ରଞ୍ଜନ ପଣ୍ଡା, ସ୍ୱର୍ଣଲକ୍ଷ୍ମୀ ପଣ୍ଡା, ଜୁଲି ପାଲ୍ , ସୁଜାତା ପଣ୍ଡା, ସୁଭଶ୍ରୀ ପଣ୍ଡା, ପ୍ରିୟଦର୍ଶନୀ ପଣ୍ଡା, ସାସ୍ୱତୀ ପାଣି, ସଞ୍ଜୁବାଳା
ପଣ୍ଡା, ନିଳୀମା ରଥ, ଇତିଶ୍ରୀ ପଣ୍ଡା, ସୁହାନୀ ମିଶ୍ର ଓ ବିକାଶ ମିଶ୍ର ଉପସ୍ଥିତ ରେ ଏହି କାର୍ଯ୍ୟକ୍ରମ ପାଳନ କରିଥିଲେ ।

Leave A Reply

Your email address will not be published.

fourteen + fourteen =