ଗଁନ୍ଦିଆ ବ୍ଲକ ରେ ବିଜେପି ର ମିଶ୍ରଣ ପର୍ବ ସହ ନିର୍ବାଚନ କାର୍ଯ୍ୟାଳୟ ଉଦଘାଟିତ !

ଢ଼େଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ ଠାରେ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ନିର୍ବାଚନ କାର୍ଯ୍ୟାଳୟ ଉଦ୍ ଘାଟନ ସହ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ରାଜ୍ୟସଭା ସାଂସଦ ତଥା ବର୍ତ୍ତମାନର ଲୋକସଭା ପ୍ରାର୍ଥୀ ରୁଦ୍ରନାରାୟଣ ପାଣିଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଗଁନ୍ଦିଆ ତାରିଣୀ ମନ୍ଦିର ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ନିର୍ବାଚନ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ। ଏଠାରେ ଆୟୋଜିତ ଏକ ସାଧାରଣ ସେବାରେ ଶ୍ରୀ ପାଣି ଙ୍କ ସମେତ ଲୋକସଭା ପ୍ରଭାରୀ ଗୋଲକ ମହାପତ୍ର ଢ଼େଙ୍କାନାଳ ସଦର ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପାତ୍ର, ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ କୋଦଣ୍ଡ ଧରି ସାହୁ, ମହିଳା ମୋର୍ଚ୍ଚା ସଭାପତି ମମତା ସ୍ୱାଇଁ , ପୂର୍ବତନ ସମବାୟ ସଭାପତି ଅକ୍ଷୟ କୁମାର ମହାନ୍ତି , ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସାହୁ, ଢ଼େଙ୍କାନାଳ ପୈରପାଳିକା ଅଧ୍ୟକ୍ଷା ଜୟନ୍ତୀ ପାତ୍ର,କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ରାମଚନ୍ଦ୍ର ପାତ୍ର ,ଜିଲ୍ଲା ମିଡିଆ ସେଲ୍ ପ୍ରଭାରୀ ଆଡ଼ଦ୍ଭୋକେଟ ନବ କିଶୋର ଗୁରୁ,ସଦର ବିଧାନସଭା ମିଡ଼ିଆ ପ୍ରଭାରୀ ପ୍ରଦୀପ କୁମାର ଦାସ ,ଜିଲ୍ଲା ସାଧାରଣ ସଂପାଦକ ରତିକାନ୍ତ ସାହୁ, ସମସ ମଣ୍ଡଳ ସଭାପତି,ଙ୍କ ସମେତ ଅନ୍ୟାନ୍ୟ ନେତୃବୃନ୍ଦ ଙ୍କ ମେଳରେ ବଦ୍ରିନାରାୟଣ ତ୍ରିପାଠୀ,ଅଭୟ କୁମାର ଦାଶ, ଚନ୍ଦନ ମହାନ୍ତି,ଊ ପ୍ରିୟବ୍ରତ ଦାସ ( ବିଜେଡି ନିହଲପ୍ରସାଦ ସଭାପତି)ଏବଂ ମିଲନ ବିଶ୍ୱାଳ (ପୂର୍ବତନ ସରପଞ୍ଚ ଭାଲିଆବୋଲ କାଟେଣୀ ) ଙ୍କ ସମେତ ଅନେକ ନେତୃ ସ୍ଥାନୀୟ କର୍ମୀ ବିଜେଡି ଛାଡି ବିଜେପିରେ ସାମିଲ୍ ହୋଇଥିଲେ।

Leave A Reply

Your email address will not be published.

two × one =