ଜୁବୁଲି ଟାଉନ୍ ଶାନ୍ତିଲତା ନଗର ମା’ ତାରିଣୀ ମନ୍ଦିରରେ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଓ ପୂର୍ଣ୍ଣାହୁତି ଅନୁଷ୍ଠିତ !

ମା’ ତାରିଣୀ ମନ୍ଦିରରେ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଓ ପୂର୍ଣ୍ଣାହୁତି
ଢେଙ୍କାନାଳ: ଜୁବୁଲି ଟାଉନ୍ ସ୍ଥିତ ଶାନ୍ତିଲତା ନଗର ଠାରେ ମା\’ ତାରିଣୀ ମନ୍ଦିରରେ ବିଗ୍ରହ ପ୍ରତିଷ୍ଠାତା ଉତ୍ସବ ଓ ପୂର୍ଣ୍ଣାହୁତ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକ ଦିନ ସୂର୍ଯ୍ୟପୂଜା, ଗୋ-ପୂଜା, ଚଣ୍ଡୀପାଠ, ସପ୍ତଚଣ୍ଡୀ ଆହୁତି, ବିଭିନ୍ନ ପ୍ରକାର
ଭୋଗରାଗ ଏବଂ ପଣାଭୋଗ ଲାଗି କରାଯାଇଥିଲା । ମା\’ଙ୍କର ବିଗ୍ରୟ ପ୍ରତିଷ୍ଠା କରାଯାଇ ଷୋଡଶ ଉପଚାର ପୂଜା
କରାଯାଇଥିଲା । ମଧ୍ୟାହ୍ନରେ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା । ମନ୍ଦିରର ମୁଖ୍ୟ ନାମରତ୍ନା ପଣ୍ଡା
ଓ ସବିତା ପଣ୍ଡା, କର୍ତା ଦେବୀ ପ୍ରସାଦ ମହାପାତ୍ର କର୍ତୀ ନର୍ମଦା ମହାପାତ୍ର, ପୂଜକ କବି ରୁଦ୍ରନାରାୟଣ କବି ସତପଥି ଓ
ତାଙ୍କ ସାଥିମାନେ ପୂଜା କାର୍ଯ୍ୟକୁ ସୁଚାରୁ ରୂପେ ପାଳନ କରିଥିଲେ । ରଶ୍ମି ରଞ୍ଜନ ପଣ୍ଡା, ସ୍ୱର୍ଣଲକ୍ଷ୍ମୀ ପଣ୍ଡା, ଜୁଲି ପାଲ୍ ,
ସୁଜାତା ପଣ୍ଡା, ସୁଭଶ୍ରୀ ପଣ୍ଡା, ପ୍ରିୟଦର୍ଶନୀ ପଣ୍ଡା, ସାସ୍ୱତୀ ପାଣି, ସଞ୍ଜୁବାଳା ପଣ୍ଡା, ନିଳୀମା ରଥ, ଇତିଶ୍ରୀ ପଣ୍ଡା, ସୁହାନୀ
ମିଶ୍ର ଓ ବିକାଶ ମିଶ୍ର ଉପସ୍ଥିତିରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା ।

Leave A Reply

Your email address will not be published.

fourteen + nine =