ଢେଙ୍କାନାଳ କାରୁବାକୀ ମହୋତ୍ସବ ୨ୟ ସଂଧ୍ୟା ଓ ଉଦଯାପନୀ ଦିବସ !

ଢେଙ୍କାନାଳ: ଢେଙ୍କାନାଳ ଗଣେଷ ବଜାର ସ୍ଥିତ ଗୋପବନ୍ଧୁ ଟାଉନ୍ ହଲ୍ ଠାରେ କାରୁବାକୀ ମହୋତ୍ସବ ଉଦଯାପିତ ହୋଇଯାଇଛି ।ଉଦଯାପନୀ ଦିବସରେ ମହୋତ୍ସବର ମୂଖ୍ୟ ବାଦଲ ବିହାରୀ ପଟ୍ଟନାୟକ ସେବାନିବ୍ରୁତ ବିଚାରପତି ତଥା ଆଇନ- ଜିବୀଙ୍କ, ସଭାପତିତ୍ୱରେଅବସରପ୍ରାପ୍ତ ଓଡିଶା କଲ୍ୟାଣ ସେବା ଅଧିକାରୀ ତଥା ସମାଜ ସେବୀ ଶ୍ରୀ ଲଳିତ ପଟ୍ଟନାୟକ ମୂଖ୍ୟ ଅତିଥି, ବିଶ୍ୱନାଥ ବେହେରା ଅବସର ପ୍ରାପ୍ତ ରାଜ୍ଯ ସଚିବାଳୟ ସେବା, ଅତିରିକ୍ତ ସଚିବ, ପ୍ରଫେସର ଅଟଳ ବିହାରୀ ଦାଶ, ଅବନୀ ମିଶ୍ର, ଉପସଭାପତି, ରାଜ୍ୟ ଲୋକକଳା ସଂଘଅତିଥି ଭାବେ ଯୋଗଦେଇ ଅନୁଷ୍ଠାନ କଳାକାର ମାନଙ୍କ ନୃତ୍ୟ ସଂଗୀତ ର ଭୂରୀୟସୀ ପ୍ରଶଂସା କରିବା ସହ ଅନୁଷ୍ଠାନ ର ଉତୋରତର ଉନ୍ନତିକାମନା କରିଥିଲେ । ଏହି ଶତରୂପା ଅନୁଷ୍ଠାନ ର ସ୍ରଷ୍ଟା ସ୍ୱର୍ଗତ ବିପିନ ବିହାରୀ ପଟ୍ଟନାୟକ ଙ୍କ ଅଦମ୍ୟ ନିଷ୍ଠା, ଉଦ୍ୟମ ଓ ସଂଘର୍ଷ ଏ ଅନୁଷ୍ଠାନକୁଦିପ୍ତିମନ୍ତ କରିଛି ବୋଲି ଅତିଥି ମାନେ ପ୍ରକାଶ କରିଥିଲେ । ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟ ରେ କହିଥିଲେ ଯେଉଁ ଜାତିର କଳା ସାହିତ୍ୟ ସଂସ୍କୃତିଯେତେ ଉନ୍ନତ ସେ ଜାତିର ଇତିହାସ ସେତିକି ଗୌରବମୟ । ନୃତ୍ୟ ସଂଗୀତ, ମଂଚ ଅଭିନୟ କେବଳ ଦର୍ଶକ ମାନଙ୍କ ମନୋରଞ୍ଜନ ପାଇଁ ନୁହେଁ । ଏମାନେ ମଧ୍ୟ ସମାଜରେ କ୍ରାନ୍ତି ଆଣି ପାରନ୍ତି । ଅତୀତ ରେ ଯେତେବେଳେ ଓଡିଆ ଭାଷା ତାର ଅସ୍ତିତ୍ୱ ହରାଇବାକୁ ବସିଥିଲା ଓଡିଆବୀରଙ୍କ ପରାକ୍ରମ କୁ ତଳିତଳାନ୍ତ କରିବାକୁ ଯାଇ କଳିଙ୍ଗ (ଓଡିଶା)କୁ ଭାଗଭାଗ କରି ମାଡ୍ରାସ ପ୍ରେସିଡେନ୍ସି, ବଂଗଳା, ବିହାର ମଧ୍ୟ ପ୍ରଦେଶରେମିଶାଇ ଦିଆଯାଇଥିଲା, ସେତେବେଳେ ପାଠ ପଢିବାକୁ ହେଲେ ଛାତ୍ରଛାତ୍ରୀ ମାନଙ୍କୁ ତ୍ରୀଭାଷୀ ଶିକ୍ଷା କରିବାକୁ ପଡୁଥିଲା । ମେଟ୍ରିକ (ଏନ୍‌ଟ୍ରାନସ) ପରୀକ୍ଷା ଦେବାପାଇଁ କଲିକତା, ପାଟଣା ଯିବାକୁ ପଡୁଥିଲା । ସେତେବେଳେ କେତେକ ମୁଷ୍ଟିମେୟ ବଂଗୀଳି ପ୍ରଚାର କଲେଯେ “ଉଡିଆ ଏକଟା ସ୍ୱତନ୍ତ୍ର ଭାଷା ନଏ । ସେ ଘଡିସନ୍ଧି ମୁହୂର୍ତ ରେ ଜନ୍ମନେଲେ ଉତ୍କଳ ଗୌରବ ମଧୁ ସୂଦନ,ଉତ୍କଳମଣି ଗୋପବନ୍ଧୁ, ଆଚାର୍ଯ୍ୟହରିହର, ପଣ୍ଡିତ କ୍ରୁପାସିନ୍ଧୁ, ବ୍ୟାସକବି ଫକୀର ମୋହନ, ସ୍ୱଭାବକବି ଗଙ୍ଗାଧର, କବିବର ରାଧାନାଥ । ଲେଖି ଚାଲିଲେ ଓଡିଆ ଭାଷାରଅନେକ ଅନେକ ଉପନ୍ୟାସ, କାବ୍ୟକବିତା, ଗଳ୍ପ । ଗାଁ ସହରାଞ୍ଚଳରେ ମଧୁବାବୁଙ୍କ ଗୋପବନ୍ଧୁ, ନିଳକଣ୍ଠ ଭୁବନାନନ୍ଦ ଦାସଙ୍କ ଭାଷଣ ଭାଷାଆନ୍ଦୋଳନ । ବୈଷ୍ଣବପାଣି ଙ୍କ ଗିତିନାଟ୍ୟ, ସୁଆଂଗ, ମୋଗଲତାମସା ଗାଁ ଗାଁରେ ପରିବେଷଣ କରାଯାଇ ଓଡିଆ ଭାଷାର ସ୍ଥିତି ଜାହିର କରିବାସହ ଭାଷା ଆନ୍ଦୋଳନ ତେଜିଉଠିଲା । ମଧୁବାବୁ ଙ୍କ ଉଦ୍ୟମରେ ଉତ୍କଳ ସମ୍ମିଳନୀ ଗଠନ ହେଲା । ସାଇମନ୍ କମଶନଙ୍କ ରିପୋର୍ଟ ଆଧାର ରେବିଲାତ ରେ ଗୋଲଟେବୁଲ ବୈଠକ ବସି ଭାଷାଭତିକ ଓଡିଶା ପ୍ରଦେଶ ଗଠନ କରିବା ପାଇଁ ସ୍ୱିକୃତି ମିଳିଲା । ୧୯୩୬ ମସିହାରେଭାଷାଭିତିକ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରାଗଲା । କଳା, ସାହିତ୍ୟ, ଅଭିନୟ କେବଳ ମନୋରଞ୍ଜନ କାରୀ ନୁହେଁ ଏହା ସମାଜରେ ବିପ୍ଳବ ବାକ୍ରାନ୍ତି ଆଣିପାରେ । ପରିଶେଷରେ ଢେଙ୍କାନାଳ ବୁଦ୍ଧିଜିବୀ, ସାମ୍ବାଦିକ ମାନଙ୍କ ଦୃଷ୍ଟି ଆକର୍ଷଣ ପୂର୍କ ଜଣାଇ ଥିଲେ ଯେ, ସମ୍ବଲପୁର ସୁନ୍ଦରଗଡରଲୋକକଳା ଯେପରି ସମ୍ବଲପୁରୀ, କଳାହାଣ୍ଡି ର ଯେପରି ଘୁମରାନୃତ୍ୟ, ମୟୁରଭଞ୍ଜ ଯେପରି ଛଉନୃତ୍ୟ, କୋରାପୁଟର ଯେପରି ଚାଂଗୁ ସେମିତିଢେଙ୍କାନାଳ ର ଅତୀତରେ “ଛଉନୃତ୍ୟ’ ପ୍ରସିଦ୍ଧି ଲାଭ କରିଥିଲା । ଗୋବିନ୍ଦ ପ୍ରସାଦ ଓ ଝୁମ୍ପଡିଆର ପାଇକ ମାନେ ସ୍ୱତନ୍ତ୍ର ଆପଣା ଘରେ ବର୍ଷତମାମ ଅଭ୍ୟାସ କରି ଚୈତ୍ର ମାସରେ ପରିବେଷଣ କରୁଥିଲେ ରାଜବାଟୀରେ । ଶୁଣାଯାଏ ଶେଷ ଥରପାଇଁ ୧୯୮୦ ମସିହାରେ ଏହି ଗ୍ରାମରୁ ଏକଦଳ ଦିଲ୍ଲୀ ରେ ପରିବେଷଣ କରିଥିଲେ । ଢେଙ୍କାନାଳ ର ଆମର ଏହି ହଜିଲା କିର୍ତୀ କୁ କୁ ଯଦି ପୁନରୁଦ୍ଧାର କରାଯାଇ ପାରନ୍ତା ତେବେ ଢେଙ୍କାନାଳ ପାଇଁ କିଛି କରିପାରିଲେ ବୋଲି ଆତ୍ମସନ୍ତୋଷ ଲାଭ କରିପାରନ୍ତେ ବୋଲି ମୁଖ୍ୟ ଅତିଥି ତାଙ୍କ ଉଦ୍ ବୋଧନରେ ପରିପ୍ରକାଶକରିଥଲେ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଅନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣଓଡିଶୀ ନୃତ୍ୟଶିଳ୍ପୀ ତିମିରସୁ ପଟ୍ଟନାୟକ ବିଶିଷ୍ଟ ସଙ୍ଗୀତଜ୍ଞ ଖାରବେଳ ପଟ୍ଟନାୟକ ବିଶିଷ୍ଟ ତବଲା ବଦକ ଅଜାତାଶତ୍ରୁ ପଟ୍ଟନାୟକ, ଖ୍ୟାତିସମ୍ପର୍ଣ ନୃତ୍ୟ ଶିଳ୍ପୀ ବିଜିଗୁପ୍ତ ପଟ୍ଟନାୟକ, କାର୍ଯ୍ୟକ୍ରମ ସଂଯୋଜକ ଚନ୍ଦନ କୁମାର ନାୟକ ଉପସ୍ଥିତ ଥିଲେ । ଶେଷରେ ଅନୁଷ୍ଠାନର ସଭାପତିତଥା ବରିଷ୍ଠ ମଂଚ କଳାକାର, ନିର୍ଦ୍ଦେଶକ ବାଦଲବିହାରୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

thirteen − 10 =