ସତ୍ୟସାଇ ସେବା ସମିତି ଆନୁକୂଲ୍ୟରେ ଗ୍ରୀଷ୍ମକାଳୀନ ରକ୍ତଦାନ ଶିବିର ଅନୁଷ୍ଠିତ : ୧୨ ୟୁନିଟି ରକ୍ତ ସଂଗ୍ରହ !

ଢେଙ୍କାନାଳ: ଢେଙ୍କାନାଳ ପି.ଡବ୍ଲୁ.ଡି. କଲୋନୀ ଠାରେ ଶ୍ରୀ ସତ୍ୟ ସାଇ ସେବା ସମିତି ଆନୁକୂଲ୍ୟରେ, ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ପବିତ୍ରଆରାଧନା ମହୋତ୍ସବ ଅବସରରେ ଅଦ୍ୟ ବୁଧବାର ଏକ ଗ୍ରୀଷ୍ମକାଳୀନ ରକ୍ତଦାନ ଶିବିର “ଅମୃତ ବିନ୍ଦୁ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ ଶିବିରକୁସମିତି ଆବାହକ ଜ୍ୟୋତି ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ । ଉକ୍ତ ଶିବିରରେ ୧୨ ୟୁନିଟି ରକ୍ତ ସଂଗ୍ରହ କରାଯାଇଥିଲା । ଉକ୍ତ ଶିବିରକୁ ସମିତି ଆବାହକବିଶ୍ୱଜିତ୍ ନାୟ. ସମିତି ସେବାଦଳ ସଂଯୋଜକ ସୁବ୍ରତ କୁମାର ପ୍ରଧାନ ଓ ସମିତି ଯୁବ ସଂଯୋଜକ ପ୍ରଶାନ୍ତ ନାୟକ ପରିଚାଳନା କରିଥିଲେ । ଉକ୍ତଶିବିରରେ ସେବାଦଳ ଭାଇ ପ୍ରେମାନନ୍ଦ ସାହୁ, ଅଭୟ କୁମାର ରାଉତ, ଶତୃଘ୍ନ ମାଟି, ସଂଜୟ ପ୍ରସାଦ, ମାୟାଧର ସେଠୀ, ବ୍ରଜବନ୍ଧୁ ଚିନରା, ବିରଂଚିନାରାୟଣ ନାଥ ଓ ଭଉଣୀ ପ୍ରଭାତି ଶରଣ, ସ୍ୱର୍ଣ୍ଣଲତା ମାଟି, ସଂଧ୍ୟାରାଣୀ ମିଶ୍ର, ସୁଚିତ୍ରା ବେହେରା, କାମଳିନୀ ସେଠୀ ଉପସ୍ଥିତ ରହି ଶିବିର ପରିଚାଳନାରେସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଢେଙ୍କାନାଳ ରକ୍ତ ଭଣ୍ଡାରର ଡା. ପ୍ରମୋଦ କୁମାର ମହାଳିକ, ପରମାନନ୍ଦ ପଣ୍ଡା, ଅଜୟ କୁମାର ସ୍ୱାଇଁ, ତପନ କୁମାରଜେନା, ନଳିନୀ ପ୍ରଭା ରାଉତ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରି ଶିବିରକୁ ସୁନ୍ଦର ଭାବେ ପରିଚାଳନା କରିଥିଲେ ଏବଂରକ୍ତଦାତାଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରିଥିଲେ । ଭଗବାନଙ୍କ ଅସୀମ କୃପାରୁ ରକ୍ତଦାନ ଶିବିରଟି ସୁନ୍ଦର ଭାବେ ସମାହିତ ହୋଇଥିଲା ।

Leave A Reply

Your email address will not be published.

one + two =