ଢ଼େଙ୍କାନାଳ ସଚେତନ ନାଗରିକ ଫୋରମ୍ ବିଶ୍ୱ ପଖାଳ ଦିବସ ପାଳନ !

ଢ଼େଙ୍କାନାଳ : ଢ଼େଙ୍କାନାଳ ସଚେତନ ନାଗରିକ ଫୋରମ୍‌ର ସଭାପତି ତଥା ପୂର୍ବତନ ନଗରପାଳଆଇନଜୀବୀ ସୁରେନ୍ଦ୍ର କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଢ଼େଙ୍କାନାଳର କଲ୍ୟାଣ ମଣ୍ଡପ ଠାରେ “ବିଶ୍ୱ ପଖାଳଦିବସ ” ପାଳନ ହୋଇଯାଇ ଅଛି । ମୁଖ୍ୟ ଅତିଥି ଭାବରେ ପୌରଧକ୍ଷା ଜୟନ୍ତୀ ପାତ୍ର, ଫୋରମ୍ ର ମାର୍ଗଦର୍ଶକ ଅବସରପ୍ରାପ୍ତ ବିଚାରପତି ଭିକାରୀ ଚରଣ ରାଉତ ଓ ଆମ୍ ଆଦମୀ ପାର୍ଟିର ସଭାପତି ପଙ୍କଜ ନାୟକ,ଫୋରମ୍‌ର କାର୍ଯ୍ୟକାରୀ ସଭାପତି ବିଶ୍ୱନାଥ ବେହେରା, ଉପସଭାପତି ଦୀପକ ପ୍ରସାଦ ପଟ୍ଟନାୟକ, ଆଇନଜୀବୀ ଶୁଭେନ୍ଦୁ ମହାପାତ୍ର, ଥିଙ୍କର୍ସ ଫୋରମ ର ସଭାପତି ଶୁଭେନ୍ଦୁ ଶତପଥୀ, ଡାକ୍ତର ଶଶଭୂଷଣ ପଣ୍ଡା, ସମବାୟ ସମିତିର ପୂର୍ବତନ ରାଜ୍ୟ ସଭାପତି ଅକ୍ଷୟ କୁମାର ମହାନ୍ତି, ଜିଲ୍ଲା ବଣିକ ସଂଘ ସଭାପତିରାଜେନ୍ଦ୍ର କୁମାର ଦାସ, ଜନ ସଂଖ୍ୟା ଫାଉଣ୍ଡେସନ ର ସଭାପତି କଲ୍ୟାଣ କୁମାର କାନୁନଗୋ ପ୍ରମୁଖ ବିଶ୍ୱପଖାଳ ଦିବସ ବିଷୟରେ ନିଜ ନିଜର ଅଭିଭାଷଣ ରଖିଥିଲେ । ତା ଛଡ଼ା ଜିଲ୍ଲା ଓକିଲ ସଂଘ, ବସ୍ ମାଲିକସଂଘ, ଡି. ସି. ସି. ପ୍ଲେ ସ୍କୁଲ୍‌, ଡି. ସି. ସି ଇଂଲିଶ୍ କ୍ଲବ ଓ ଜିଲ୍ଲା ସାମ୍ବାଦିକ ସଂଘର ଅନେକ ସଦସ୍ୟଙ୍କ ସହ ବହୁବୁଦ୍ଧିଜୀବୀ ମଧ୍ୟ ଉପସ୍ଥିତ ଥିଲେ । ଫୋରମ୍ ର ମହିଳା ସଭାନେତ୍ରୀ ପ୍ରଭାତୀ ମହାପାତ୍ର, ସମ୍ପାଦିକା ବନଜାମାନସିଂହ, ଜି. ମନ୍ମଥ ରାଓ, ଶଙ୍କର୍ଷଣ ରଥ, ନଗେନ କର, ଗୋକୁଳାନନ୍ଦ ମାଝୀ, ଉଦୟ ନାଥ ବେହେରା ,ଅଶୋକ କୁମାର ସ୍ୱାଇଁ, ଅମରେନ୍ଦ୍ର ସାହୁ, ରଞ୍ଜିତ ପାଣିଗ୍ରାହୀ, ଇଂ. ସ୍ୱାଗତ ସିଂ ଙ୍କ ସହିତ ଫୋରମର ଅନ୍ୟସଦସ୍ୟ ମାନଙ୍କ ସହିତ ଉପସ୍ଥିତ ସମସ୍ତ ସଦସ୍ୟ ମାନେ ହୋଇଥିବା ସ୍ୱାଦିଷ୍ଟ ବ୍ୟଞ୍ଜନ ଯଥା ଦହି ପଖାଳ,ବଡ଼ି ଚୁରା, ଶାଗ ଭଜା, ଆଳୁ ଓ ଛୁଁଇ କଦଳୀ ଭଜା , ଆଳୁ ବାଇଗଣ ଭରତା, ମାଛ ବେସର ଭଜା ସହିତସରୁ ପିଆଜ, କାକୁଡି ଓ କଞ୍ଚାଲଙ୍କା ଇତ୍ୟାଦି ଭୋଜନ କରିଥିଲେ । ଫୋରମ୍ ର ସାଧାରଣ ସମ୍ପାଦକ ଭରତକୁମାର ଦାସ ଓ ସହ ସମ୍ପାଦକ ଆଇନଜୀବୀ ଗୁପ୍ତେଶ୍ୱର ମିଶ୍ର ଫୋରମ୍ ବିଷୟରେ ସୂଚନା ଦେଇ ମଞ୍ଚପରିଚାଳନା କରିଥିଲେ । ଶେଷରେ ଫୋରମର ଟାଉନ୍ ସଭାପତି ଅମ୍ବିକା ପ୍ରସାଦ ମିଶ୍ର ଧନ୍ୟବାଦ୍ ଅର୍ପଣକରିଥିଲେ ।

Leave A Reply

Your email address will not be published.

eighteen − 12 =