ସ୍ଵାଧୀନ ଭାରତ ରେ ଶୁଭୁଛି : ମଣିମା ମୋ ଦୁଃଖ ଶୁଣିବା ହଉ !

ହାତୀ ଆକ୍ରମଣରେ ଆହତ କାଳନ୍ଦୀଙ୍କୁ ମିଳୁନାହିଁ ଆର୍ଥିକ ସହାୟତା..

ଢ଼େଙ୍କାନାଳ : ଗତ ଡ଼ିସେମ୍ବର ୨୦୨୩ ଦଶ ତାରିଖ ସକାଳ ୫ଟା ବେଳେ ଗଁଦିଆ ବ୍ଲକ ଆଙ୍କ୍ତୃଦା ଗ୍ରାମର କାଳନ୍ଦୀ ପ୍ରଧାନ ଶୌଚ ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ତାଙ୍କର ଡାହାଣ ଗୋଡ଼ଟି ଅଣ୍ଟା ଠାରୁ ପାଦ ପର୍ଯ୍ୟନ୍ତ ଚାରି ଜାଗାରେ ଭାଙ୍ଗି ଯାଇଛି । ସେ କଟକ ଅଶ୍ୱିନୀ ହସ୍ପିଟାଲରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଦୀର୍ଘ ଦୁଇ ମାସ ଚିକିତ୍ସା ପରେ ଗତ ଫେବୃଆରୀ ମାସରେ ଘରକୁ ଫେରିଲେ ।

ଏବେ ରୀତିମତ ବ୍ୟାଣ୍ଡେଜ କରିବା ଓ ତାଙ୍କୁ ସ୍ଥାନୀୟ ଡାକ୍ତରଖାନା କୁ ନେବାପାଇଁ ଅର୍ଥାବଳ ନାହିଁ । ଏକମାତ୍ର ପୁଅ ସେବା ନକରିବାରୁ କାଳନ୍ଦୀ ଏବେ ବିବାହିତା ଝିଅ ଘରେ ଆଶ୍ରୟ ନେଇଛନ୍ତି । ପ୍ରଥମରୁ ବନ ବିଭାଗ ଦ୍ୱାରା ବିଭିନ୍ନ ଆର୍ଥିକ ସହାୟତା ପାଇଁ ପ୍ରତିଶୃତି ଦେଇଥିଲେ । ଦୁଃଖର ବିଷୟ ଯେ ଏପର୍ଯ୍ୟନ୍ତ କାଳନ୍ଦୀଙ୍କୁ କିଛି ଆର୍ଥିକ ସାହାଯ୍ୟ ମିଳିନାହିଁ । ଷଡ଼ଙ୍ଗୀ ରେଞ୍ଜର ଏବଂ ଜିଲ୍ଲା ବନାଞ୍ଚଳ ଅଧିକାରୀଙ୍କୁ ବାରମ୍ବାର ଅନୁରୋଧ କରାଯାଇଥିଲେ ମଧ୍ୟ କେହି କର୍ଣ୍ଣଗୋଚର କରୁନାହାନ୍ତି । କାଳନ୍ଦୀଙ୍କୁ ଆର୍ଥିକ ସାହାଯ୍ୟ ନମିଳିଲେ ଗ୍ରାମବାସୀ ମାନେ ରାସ୍ତା ରୋକ କରିବା ସହିତ ଆନ୍ଦୋଳନକୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.

19 + four =