ବିରୋଧିଦଳ ପରିଷଦ ପାଇଁ ପ୍ରସ୍ତାବକ ଦଳ ଭାବେ ପରିଚୟ ଲାଭ କରିବ : ଶୁଭେନ୍ଦୁ କୁମାର ସାହୁ , ନଗରପାଳ, ଭୁବନ !

ଢ଼େଙ୍କାନାଳ: ନିର୍ବାଚନ ପରେ ପ୍ରଥମଥର ପାଇଁ ଭୁବନ ପୌର ପରିଷଦ ର ବୈଠକ ବସିଥିଲା । ବୈଠକ ରେ ସଭାପତିତ୍ବ କରିଥିଲେ ନବନିର୍ବାଚିତ ନଗରପାଳ ଶୁଭେନ୍ଦୁ କୁମାର ସାହୁ । ମୁଖ୍ଯ ଅତିଥି ରୁପେ ଯୋଗ ଦେଇଥିଲ ସ୍ଥାନୀୟ ବିଧାୟକ ତଥା ମାନ୍ୟବର ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ସମ୍ମାନୀତ ଅତିଥିରୁପେ ଯୋଗ ଦେଇଥିଲେ ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ପ. ମାତୃପ୍ରସାଦ ମିଶ୍ର ।

ପରିଷଦର ପ୍ରଥମ ବୈଠକ ରେ ନିର୍ବାଚିତ ସମସ୍ତ ପନ୍ଦର ୱାର୍ଡର କାଉନସିଲର ଯୋଗଦେଇଥିଲେ ଏବଂ ସମସ୍ତ କାଉନସିଲର ନିଜ ନିଜର ମତ ପ୍ରକାଶ କରିଥିଲେ । ଶେଷରେ ମାନ୍ୟବର ମନ୍ତ୍ରୀ ସଫଳତାର ସହ କିପରି ଭବିଷ୍ୟତ ର ବୈଠକ ସୁପରିଚାଳିତ ହେବ ସେ ନେଇ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.

4 × 1 =