ବେଆଇନ ଖନନ ଓ ଚୋରା ଚାଲାଣ ରୋକିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢାଉ ଗୋଟିଏ ହିଟାଚି ମେସିନ ଓ ଦୁଇଟି ଟ୍ରକ ଜବତ !

ଢେଙ୍କାନାଳ: ଖଣି ଖଦାନରେ ବେଆଇନ ଖନନ ଓ ଚାରା ଚାଳାଣକୁ ରୋକିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟମିତ ଭାବେ ଚଢାଉ ଜାରି ରହିଛି ।

ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ରାତିରେ ଗଁଦିଆ ତହସିଲ ଅନ୍ତର୍ଗତ ନେଉଳପୋଇ ଠାରୁ ବେଆଇନ ଭାବେ ଖନନ କରୁଥିବା ଗୋଟିଏ ହିଟାଚି ମେସିନ ଏବଂ ଚୋରା ବାଲି ବୋହୁଥିବା ୨ଟି ଟ୍ରକ (ଓଆର ୦୯ ଇ ୮୨୧୫ ଏବଂ ଓଆର ୦୯ ଜେ ୮୨୯୭)କୁ ସଦର ଉପଜିଲ୍ଲାପାଳ ,ଆଇଏଏସ ପ୍ରୋବେସନ ବିଭୁତି ଭୂଷଣ ନାୟକ ଜବତ କରିଛନ୍ତି ।

ସୂଚନା ଯୋଗ୍ୟ ଗତ ସପ୍ତାହରେ ମଧ୍ୟ ଏହିଭଳି ଚଢାଉ କରାଯାଇ ୧ଟି ଜେସିବି ମେସିନ ଓ ୪ଟି ଟ୍ରକକୁ ସଦର ଉପଜିଲ୍ଲାପାଲ ଜବତ କରିଥିଲେ । ଖଣି ଖଦାନରେ ବେଆଇନ ଖନନ ଓ ଚୋରା ଚାଲାଣ ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହିଭଳି ଚଢାଉ ଜାରି ରହିବ ବୋଲି ସେ ମତ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

10 + 9 =