୧୧ନଂ.ୱାର୍ଡରେ ପୌରପାଳିକା ପକ୍ଷରୁ ସଫେଇ ଅଭିଯାନ ଆରମ୍ଭ !

ଢେଙ୍କାନାଳ : ସହରରେ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ନବ ନିର୍ବାଚିତ ନଗରପାଳ ଜୟନ୍ତୀ ପାତ୍ର ନିର୍ଦ୍ଦେଶ ଦେଇଥିବା ବେଳେ ପୌର ପ୍ରଶାସନ ପକ୍ଷରୁ ବିଭିନ୍ନ ୱାର୍ଡରେ ସଫେଇ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି ।

ଏହି କ୍ରମରେ ୧୧ ନଂ.ୱାର୍ଡ କାଉନସିଲ ଲକ୍ଷ୍ମୀପ୍ରିୟା ଦଳେଇଙ୍କ ସହଯୋଗରେ ୱାର୍ଡରେ ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି । ମୁଖ୍ୟ ଡ୍ରେନ ଗୁଡିକ ସଫେଇ କାର୍ଯ୍ୟ କରାଯାଇଥିବା ବେଳେ ୱାର୍ଡ ମଧ୍ୟରେ ବିଭିନ୍ନ ସ୍ଥାନରେ ଗଦାହୋଇ ରହିଥିବା ଅଳିଆ ଆବର୍ଜନାକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ସହର ମଧ୍ୟରେ ବର୍ଷା ଦିନ ପୂର୍ବରୁ ସଫେଇ କାର୍ଯ୍ୟ ସମାପନ ହେବ ବୋଲି ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ କହିଛନ୍ତି ।

Leave A Reply

Your email address will not be published.

5 + 16 =