ଦ୍ୱିତୀୟ କଲମକାରୀ ଶିଶୁ ଉତ୍ସବ ଉଦ୍ଘାଟିତ : ନିଷ୍ଠା, ବିଶ୍ୱାସ ଓ ଶ୍ରଦ୍ଧାର ସହିତ କର୍ମ କଲେ ସଫଳତା ଅବଶ୍ୟ ମିଳିବ-ଫାଦର ଆଲ୍ ବିନିୟସ !
ଢେଙ୍କାନାଳ : ସ୍ଥାନୀୟ ଜିଲ୍ଲା ଲେଖକ ସଂସଦ ଭବନ ଠାରେ ଢେଙ୍କାନାଳର ଅଗ୍ରଣୀ ନୃତ୍ୟ ସଙ୍ଗୀତ ଅନୁଷ୍ଠାନ ନୀତାନୃତ୍ୟାଙ୍ଗନାର ୨ୟ କଲମକାରୀ ଶିଶୁ ଉତ୍ସବ ୨୦୨୪ ଅତ୍ୟନ୍ତ ଆନନ୍ଦ ଉଲ୍ଲାସରେ ପାଳନ କରିଅଛି । ଏ ଅବସରରେ ଅପରାହ୍ନ ୩ଘଟିକା ସମୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଚିତ୍ରାଙ୍କନ ପ୍ରତିଯୋଗିତାର ବିଚାରକଭାବେ ଗୁରୁ ଅବିନଭ ବରାଳ, ଗୁରୁ ବିଜୟ କୁମାର ସ୍ୱାଇଁ ଯୋଗଦାନ କରି ଅତି ସୁନ୍ଦର ଭାବରେ କାର୍ଯ୍ୟକ୍ରମକୁ ପରିଚାଳନାକରିଥିଲେ । ସଂଧ୍ୟା ଅଧିବେଶନରେ ଅନୁଷ୍ଠାନର ନିର୍ଦ୍ଦେଶକ ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେମଂଟ୍ଫର୍ଟ ସ୍କୁଲ୍ର ଫାଦର ଆଲ୍ବିନିୟସ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ଅଧ୍ୟାପକ ମନୋଜ କୁମାରରାଉତ ଏବଂ ଅନୁଷ୍ଠାନ ଉପଦେଷ୍ଟା ବରିଷ୍ଠ ଆଡଭୋକେଟ୍ ଦୀପକ ପ୍ରସାଦ ପଟ୍ଟନାୟକ ପ୍ରମୁଖ ଯୋଗଦାନ କରି ପିଲାମାନେ କିଭଳିଭାବରେ ନିଷ୍ଠା, ବିଶ୍ୱାସ ଓ ଶ୍ରଦ୍ଧାର ସହିତ କର୍ମ କଲେ ସଫଳତା ଅବଶ୍ୟ ମିଳିବ ବୋଲି ବୁଝାଇଥିଲେ । ମୁଖ୍ୟ ଅତିଥି ପ୍ରଭୁଶ୍ରୀରାମଚନ୍ଦ୍ରଙ୍କର ଓ ପ୍ରଭୁ ଯୀଶୁଙ୍କର ତ୍ୟାଗପୂତ ସମର୍ପିତ ଜୀବନ ଉପରେ ରେଖାପାତ କରିଥିଲେ । ଅନୁଷ୍ଠାନର ସଂପାଦକ ଗୁରୁଆଶିଷ କୁମାର ପାଲ୍ ମଂଚ ପରିଚାଳନା କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ଶେଷରେ ଅତିଥି ଶ୍ରୀ ରାଉତଅତ୍ୟନ୍ତ ସୁନ୍ଦର ସୁନ୍ଦର ମ୍ୟାଜିକ୍ ପ୍ରଦର୍ଶନ କରିବା ସହ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯାଇଥିଲା ।ଚିତ୍ରଶିଳ୍ପୀ ଶ୍ରୀ ବରାଳ ଓ ଶ୍ରୀ ସ୍ୱାଇଁଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅଜିତ୍ କୁମାର ପାଲ୍, ସାଇ ଶୁଭମ୍ ଦାସ,ବର୍ଷାରାଣୀ ରଣା, ଇପ୍ସିତା ସ୍ୱାଇଁ, ସାଗରିକା ଶତପଥୀ, ପ୍ରତିଭା ସ୍ୱାଇଁ, ନିଲମ, ବବିତା ରାଉତ, ବିଶ୍ୱଜିତ୍ ପ୍ରମୁଖ ଅନୁଷ୍ଠାନରକର୍ମକର୍ତା ସହଯୋଗ କରିଥିଲେ ।