କାଞ୍ଚନ ବଜାର ପକ୍ଷରୁ ଶ୍ରୀ ଗଣେଶଙ୍କ ପାଖରେ ଅନ୍ନ ଶଂଖୁଡି ଭୋଗ ଲାଗି !

ଢେଙ୍କାନାଳ : ଢେଙ୍କାନାଳ କାଂଚନ ବଜାର ଶ୍ରୀ ଗଣେଶ ପୂଜା କମିଟି ପକ୍ଷରୁ ଶ୍ରୀ ଗଣେଶଙ୍କ ପାଖରେ ଅନ୍ନ ଶଂଖୁଡି ଭୋଗ ଲାଗି କରାଯାଇଥିଲା । ସ୍ଥାନୀୟ ସନ୍ତୋଷୀ ମା’ ମନ୍ଦିର ପ୍ରାଙ୍ଗଣରେ ଥିବା ପଡ଼ିଆ ଠାରେ ୨୦୦୦ ରୁ ଉର୍ଦ୍ଧ ଭକ୍ତମାନେ ଗଣେଶଙ୍କପ୍ରସାଦକୁ ମହା ଆନନ୍ଦ ସହକାରେ ପାଇଥିଲେ । ମିଠା ଅନ୍ନ, ସାଧା ଅନ୍ନ, ଡ଼ାଲି, ଖଟା, ଘାଂଟ, ଶାଗମୁଗ, କ୍ଷୀରୀ ଓ ପାମ୍ପଡ ଆଦି ପ୍ରସାଦ ପ୍ରସ୍ତୁତ ହୋଇଥିଲା । ସଭାପତି ରକି ମହମ୍ମଦ, ସମ୍ପାଦକ ସଂଜୀବ କୁମାର ଦାସ, କୋଷାଧ୍ୟକ୍ଷ ସଞ୍ଜୟ କୁମାର ବେହେରା,
ଆଶିଷ ବେହେରା, ପପୁ ମହମ୍ମଦ, ପ୍ରତାପ ବେହେରା, ଲିଟୁ ସେଠୀ, ଗୋବିନ୍ଦ ସେଠୀ, ସେହେଲ ଆକ୍ରମ, ସୋମୁ ସେଠୀ, ବିକିବେହେରା, ଆସିକ୍ ମହମ୍ମଦ, ବାବୁ ସେଠୀଙ୍କ ସମେତ ବହୁ କମିଟିର କର୍ମକର୍ତାଙ୍କ ଉପସ୍ଥିତ ରେ ଶାନ୍ତି ଶୃଙ୍ଖଳା ସହ ଏହି ପ୍ରସାଦ ସେବନ କାର୍ଯ୍ୟକ୍ରମଟି ସମ୍ପୂର୍ଣ ହୋଇଥିଲା ।

Leave A Reply

Your email address will not be published.

13 + one =