ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ “ବ୍ୟାଡ୍‌ମିଟନ” କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ !

ଢେଙ୍କାନାଳ : ଜିଲ୍ଲା ବ୍ୟାଡ୍‌ମିଟନ ଇଣ୍ଡୋର ଷ୍ଟାଡିୟମ୍ ଠାରେ ଢେଙ୍କାନାଳ ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ୧୪ ଓ ୧୭ବର୍ଷରୁ କମ୍ ବାଳକ ଓ ବାଳିକାମାନଙ୍କର ବ୍ୟାଡ୍‌ମିଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରତିଯୋଗିତାର ଉଦ୍‌ଘାଟନଉତ୍ସବ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଜ୍ୟୋତି ପ୍ରସାଦ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଅପରାହ୍ନରେ
ଏହାର ଉଦ୍‌ଯାପନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସଦର ବ୍ଲକ୍ ଶିକ୍ଷା ଅଧିକାରୀବ୍ରହ୍ମାନନ୍ଦ ରାଉତ, ସମ୍ମାନିତ ଅତିଥି ଭାବେ ବ୍ୟାଡ୍‌ମିଟନ ସଂଘର ସଭାପତି ଦୀପକ କୁମାର ଦଳେଇ, ସଂପାଦକ ଟଙ୍କଧରବେହେରା, ଅକ୍ଷୟ କୁମାର ପଣ୍ଡା, ପ୍ରଶାନ୍ତ କୁମାର ଧଳ, ଅମିତ ରଞ୍ଜନ ଶତପଥି ଓ ରଶ୍ମି ପ୍ରକାଶ ପଟ୍ଟନାୟକ ଉପସ୍ଥିତ ଥିଲେ ।ଉକ୍ତ ଉତ୍ସବର ନିମନ୍ତ୍ରିତ ଅତିଥିମାନଙ୍କର ସଂକ୍ଷେପ ବକ୍ତବ୍ୟ ପରେ ମୁଖ୍ୟ ଅତିଥି ଶ୍ରୀ ରାଉତ ବ୍ୟାଡ୍‌ମିଟନ କ୍ରୀଡାରେଶରୀର ସୁସ୍ଥ ରହିବା ସହିତ ଦେହ, ହାତ ଓ ମସ୍ତିଷ୍କର ସମନ୍ୱୟ ରହିଲେ କ୍ରୀଡାରେ ସଫଳତା ମିଳିପାରିବ ବୋଲି ବକ୍ତବ୍ୟପ୍ରଦାନ କରିଥିଲେ । ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀ ପରିଡା ଢେଙ୍କାନାଳ ଜିଲ୍ଲାକୁ କ୍ରୀଡା କ୍ଷେତ୍ରରେ ଅଗ୍ରଣୀ ଜିଲ୍ଲା ଭାବେ ଗଢି
ତୋଳିବା ପାଇଁ ସମସ୍ତ କର୍ମକର୍ତାମାନଙ୍କ ସହଯୋଗ ଲୋଡିଥିଲେ । ଆମ ଜିଲ୍ଲାର କ୍ରୀଡାବିତ୍‌ମାନେ ରାଜ୍ୟ ଓ ଜାତୀୟସ୍ତରରେ ସଫଳତା ହାସଲ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ । ଆଗାମୀ ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତା ବଲାଙ୍ଗିରଠାରେ ଓ ଜାତୀୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଦିଲ୍ଲୀ ଓ ଗୁଜୁରାଟ ଠାରେ ଅନୁଷ୍ଠିତ ହେବାର ସୂଚନା ପ୍ରଦାନ କରିଥିଲେ ଅପରାହ୍ନରେ ଉଦ୍‌ଯାପନୀ ଉତ୍ସବରେ କୃତୀ କ୍ରୀଡାବିତ୍‌ମାନଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା । କୃତୀ କ୍ରୀଡାବିତ୍‌ମାନେହେଲେ – ୧୪ ବର୍ଷରୁ କମ୍ ବାଳିକା ବିଜେତା ଆଦ୍ୟାଶା ମିଶ୍ର, ଉପ-ବିଜେତା ଅର୍ଚ୍ଚିତା ମହାପାତ୍ର, ବାଳକ ବିଭାଗର
ବିଜେତା କୁମାର ଆଦିତ୍ୟ, ଉପ-ବିଜେତା ଦିବ୍ୟାଂଶୁ ଶତପଥି । ୧୭ ବର୍ଷରୁ କମ୍ ବାଳିକା ବିଭାଗରେ ପ୍ରୀତି ପାୟଲ ସାହୁ,
ଉପ-ବିଜେତା ଗାୟତ୍ରୀ ଦଳେଇ ବିଜେତା ହୋଇଥିଲେ । ବାଳକ ବିଭାଗର ବିଜେତା ରୋନିତ୍ କୁମାର ପାଲ୍‌, ଉପବିଜେତା
ବିଭାସିନ୍ଧୁ ବାରିକ ବିଜେତା ହୋଇଥିଲେ । କ୍ରୀଡା ପରିଚାଳନା କରିଥିଲେ ଅକ୍ଷୟ କୁମାର ପଣ୍ଡା, ସୁଶିଲ କୁମାର ପଣ୍ଡା, ସୁବ୍ରତ
କୁମାର ମିଶ୍ର, ସରିତା ବିଶ୍ୱାଳ ଓ ହରପ୍ରିୟା ଦାସ । ପରିଚାଳନାରେ ସହାୟତା କରିଥିଲେ ରଞ୍ଜନ କୁମାର ଦେହୁରୀ, ଦିଲ୍ଲୀପ
କୁମାର ପାଲ୍‌, ରାମଚନ୍ଦ୍ର ବେହେରା, ଦୁଷ୍ମନ୍ତ ସେଠୀ, ଅମିନ ତରାଇ । ଉଦ୍‌ଯାପନ ଉତ୍ସବରେ ସୁଶିଲ କୁମାର ପଣ୍ଡା ଧନ୍ୟବାଦଅର୍ପଣ କରିଥିଲେ ।

Leave A Reply

Your email address will not be published.

five × 4 =