ଯନ୍ତ୍ରଣା ଦେଉଛି ପୂର୍ତ୍ତ ବିଭାଗ ରାସ୍ତା : ପୋଲ ନିର୍ମାଣ ହେବାର ଚାରି ମାସ ପରେବି ମରାମତି ହେଉନି ପାର୍ଶ୍ଵବର୍ତ୍ତୀ ରାସ୍ତା !
ଢେଙ୍କନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ରାଙ୍କିଆ ଗ୍ରାମ ନିକଟରେ ଯାତାୟତ ରେ ଯନ୍ତ୍ରଣା ଦେଉଛି ପୂର୍ତ୍ତ ବିଭାଗ ରାସ୍ତା I ଯମୁନା କୋଟ୍ – ମାର୍ଥାପୁର – ପଣ୍ଡୁଆ ପୂର୍ତ୍ତ ବିଭାଗ ରାସ୍ତାର ରାଙ୍କିଆ ଗ୍ରାମ ନିକଟରେ ରାସ୍ତା ଗଡାଣିଆ ହୋଇଥିବା ରୁ ବର୍ଷା ଦିନେ ବଦଳ ପାଣି ଅଧିକ ପ୍ରଭାବିତ ହେଉଥିଲା I ଯାହା ଫଳରେ ଲୋକମାନେ ଓ ଗାଡି ମୋଟର ଯାତାୟାତ ରେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଥିଲା I ଆଜିକୁ ପ୍ରାୟ ଚାରି ମାସ ହେବ ପୂ୍ର୍ତ୍ତି ବିଭାଗ ଏକ ପୋଲ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିଛି ହେଲେ ପାର୍ଶ୍ୱବର୍ତ୍ତୀ ରାସ୍ତା ମରାମତି ହେଉନଥିବା ରୁ ଯାତାୟାତ ରେ ଅସୁବିଧା ସ୍ରୁଷ୍ଟି ହେଉଛି I ଯମୁନା କୋଟ୍ ଠାରୁ ପଣ୍ଡୁଆ ପୂର୍ତ୍ତ ବିଭାଗ ରାସ୍ତା ଢେଙ୍କନାଳ ସହର କୁ ଯାତାୟତ ମୁଖ୍ୟ ରାସ୍ତା ପାଲଟିଥିବା ରୁ ଅଖା ପାଖ ପଞ୍ଚାୟତ ର ହାଜର ହାଜର ଲୋକ ଦୈନିକ ଏହି ରାସ୍ତାରେ ଯାତାୟାତ କରିଥାନ୍ତି I ଚଳିତବର୍ଷ ଦୈନିକ ମୌସୁମୀ ବର୍ଷା ଦୈନିକ ହେଉଥିବା ରୁ ଏହି ରାସ୍ତାରେ ପାଦରେ ଚାଲିକି ଯିବା ପାଇଁ ମଧ୍ଯ ସମ୍ବବପର ହେଉନାହିଁ I ବାଇକ୍ ରେ ଯାଉଥିବା ଲୋକମାନେ ଦୁର୍ଘଟଣା ରେ ଶିକାର ମଧ୍ୟ ହେଉଛନ୍ତି I ପୋଲ ନିର୍ମାଣ କରିବା ପାଇଁ ନେଇଥିବା ଠିକା ସଂସ୍ଥା ପୋଲ ନିର୍ମାଣ ର ଅନେକ ଦିନ ପରେବି ଆପ୍ରୋଚ ରାସ୍ତାକୁ କଂକ୍ରିଟ ନକରି ମାଟି ପକାଇ ଥିବାରୁ ଦୈନିକ ଏହି ଅସୁବିଧା ସମୂଖୀନ ଦେଖିବାକୁ ପଡୁଛି I ରାସ୍ତା ପ୍ରଶସ୍ତିକରଣ ନେଇଥିବା ଠିକା ସଂସ୍ଥା ନିର୍ମାଣ କରିବା ପାଇଁ ବର୍ଷ ବର୍ଷ ଧରି ଭିତି ଯାଉଥିବା ରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଉଛି I ପୋଲର ପାର୍ଶ୍ୱବର୍ତ୍ତୀ ରାସ୍ତାକୁ ଖୁବ୍ ଶୀଘ୍ର ମରାମତି କରିବା ପାଇଁ ଅଞ୍ଚଳ ବାସୀ ନିବେଦନ କରିଛନ୍ତି I