ବଳରାମ ମନ୍ଦିରରେ ଶ୍ରୀରାମନବମୀ ଉତ୍ସବ !

ଢେଙ୍କାନାଳ :   ଢେଙ୍କାନାଳର ଆରାଧ୍ୟ ଦେବତା  ଶ୍ରୀ ଶ୍ରୀ ବଳରାମ ଜୀଉଙ୍କ ମନ୍ଦିର ପ୍ରାଙ୍ଗଣସ୍ଥିତ ପ୍ରଭୁ ଶ୍ରୀ ଶ୍ରୀ ରାମଚନ୍ଦ୍ର ଜୀଉଙ୍କ ମନ୍ଦିରରେ ଆଜି ଶ୍ରୀରାମ ସେବା ସଦନ ପକ୍ଷରୁ ୧୪ ତମ ରାମନବମୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।

ପ୍ରତ୍ୟୁଷରୁ ସୂର୍ଯ୍ୟପୂଜା, ମଙ୍ଗଳାରୋପଣ  ଏବଂ ପାରମ୍ପରୀକ ପୂଜା କର୍ମକାଣ୍ଡ ପରେ ରାମାଭିଷେକ ଏବଂ ପ୍ରଭୁ ଶ୍ରୀରାମଚନ୍ଦ୍ର, ମାତା ସୀତା, ଶ୍ରୀ ଲକ୍ଷ୍ମଣ ଜୀଉ ଏବଂ ଶ୍ରୀହନୁମାନ ଜୀଉ ପ୍ରମୁଖ ରୌପ୍ୟ ଓ ସ୍ୱର୍ଣ୍ଣ ଅଳଙ୍କାରରେ ବିମଣ୍ଡିତ ହୋଇ ରାଜାରାଜେଶ୍ୱରୀ ବେଶ ଅନୁଷ୍ଠିତ ହୋଇଥିଲା ।

ସନ୍ଧ୍ୟାରେ  ଯୁବରରାଜ ଅମରଜ୍ୟୋତି ସିଂହଦେଓ, ପୁରୀର ବିଶ୍ୱମ୍ବର ଦାସ ମହାରାଜଜୀ ଓ ଯାଉଁଳି ପୋଖରୀ ମଠର ବ୍ରହ୍ମାନନ୍ଦ୍ ଦାସ ମହାରାଜଜୀ ପ୍ରଭୂ ଶ୍ରୀରାମଙ୍କ ଠାରେ ସଂଧ୍ୟା ଆଳତି କରିଥିଲେ । ଏହାପରେ ସୀତାଭୋଗ ବଣ୍ଟନ କରାଯାଇଥିବା ଏବଂ ସମୁହ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ସନ୍ଧ୍ୟାପରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା ।

ମନ୍ଦିରର ମୁଖ୍ୟ ପୂଜକ ଭାଗିରଥି ପଣ୍ଡା ପାଳିଆ ବ୍ରଜ ବିହାରୀ ମହାପାତ୍ର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।  ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀ ଓ ଦେବୋତର ନିରୀକ୍ଷକ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀଙ୍କ  ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.

fifteen + 18 =