ଇ-ଟେକ ପ୍ରତିଭା ଚୟନ ପ୍ରତିଯୋଗିତା-୨୦୨୨ !

ଢେଙ୍କାନାଳ:ଢେଙ୍କାନାଳ ସ୍ଥିତ  ଈ-ଟେକ୍ ଆବସିକ ଯୁକ୍ତତିନି ବିଜ୍ଞାନ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମନଙ୍କ ମଧ୍ୟରେ ପ୍ରତିଭା ଚୟନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ।

ଉକ୍ତ ପ୍ରତିଯୋଗିତାକୁ ଓଡିଶାର ବିଶିଷ୍ଟ ନାଟ୍ୟକାର ଓ ନିର୍ଦ୍ଦେଶକ ଦିଲ୍ଲୀଶ୍ୱର ମହାରଣା ପ୍ରଦୀପ ପ୍ରଜ୍ୱଳନ କରି ଉଦଯାପନ କରିଥିଲେ  ଓ ପ୍ରାଧ୍ୟାପକ ଜିତେନ୍ଦ୍ରୀୟ ଶତପଥୀ ଅନ୍ୟତମ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କ ଅନ୍ତର୍ନିହିତ ପ୍ରତିଭାକୁ ବିକଶିତ କରିବା ନିମନ୍ତେ ଏହି ପ୍ରକାର ଆୟୋଜନ ଅତ୍ୟନ୍ତ ଆବଶ୍ୟକ ବୋଲି ମତ ଦେବା ସଙ୍ଗେ ସଙ୍ଗେ ମହାବିଦ୍ୟାଳୟର ଏହି ପ୍ରୟାସକୁ ସାଧୁବାଦ ଜଣାଇଥିଲେ ।

ଉକ୍ତ ପ୍ରତିଯୋଗିତାରେ ଉଂରାଜୀ ଓ ଓଡିଆ ରଚନା, ଓଡିଆ, ଇଂରାଜୀ ବାକ୍‌ପଟୁତା, କୁଇଜ୍ ବା ସାଧାରଣ ଜ୍ଞାନ, ଇଂରାଜୀ କାଳ୍ପନିକ ଲୈକା, ଚିତା/ଝୋଟି, ରଙ୍ଗୋଲି , ଏକକ ଅଭିନୟ, କଣ୍ଠସଙ୍ଗୀତ, ନୃତ୍ୟ ଓ ଚିତ୍ରାଙ୍କନ ଆଦି ୧୨ଟି ବିଭାଗରେ ୨୫୦ ଜଣ ପ୍ରତିଯୋଗି ଅଂଶ ଗ୍ରହଣ କରିଥିଲେ । ମହାବିଦ୍ୟାଳୟର ପରିସରରେ ୨ ଦିନ ହେବ ଚାଲୁଥିବା ଏହି ପ୍ରତିଯୋଗିତାର ବିଚାରକ ଭାବେ ଦିଲ୍ଲୀଶ୍ୱର ମହାରଣା, ଡ.ମୋନିକା ଦାଶ, ଶ୍ରୀମତୀ ସ୍ନିଗ୍ଧା ନନ୍ଦ, ଶ୍ରୀମତ ସାଗରବାଳା ହୋତା, ଶ୍ରୀମତୀ ସୁପ୍ରଭା ଶତପଥୀ, ଡ.ପୁଷ୍ପଲତା ରଥ, ଶ୍ରୀ ଗୁଣ୍ଡିଚା ବେହେରା ବିଭିନ୍ନ ବିଭାଗର ବିଚାରକ ଭାବେ ମୂଲ୍ୟାଙ୍କନବ କରିଥିøଲେ ।

ଏହି କାର୍ଯ୍ୟକ୍ରମକୁ ଅଧ୍ୟାପିକା ପ୍ରିତିସୌମ୍ୟା ପଟ୍ଟନାୟକ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ସନ୍ତୋଷ କୁମାର ଖିଲ୍ଲାର, ଅଧ୍ୟାପକ ଜିତେନ୍ଦ୍ର ପଲେଇ,ଅଧ୍ୟାପିକା ସଂଘମିତ୍ରା ଷଡଙ୍ଗୀ, ଅଧ୍ୟାପିକା ରାଜଲକ୍ଷ୍ମୀ ସାହୁ, ଅଧ୍ୟାପିକା ଶୁଭସ୍ମିତା ପଣ୍ଡା ,ଅଧ୍ୟାପିକା ଶ୍ରୀମତୀ ବାସନ୍ତି ଦାସ ଉତ୍ୟାଦି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । କୃତି ପ୍ରତିଯୋଗୀମାନଙ୍କୁ ମହାବିଦ୍ୟାଳୟର ବାର୍ଷିକ ଉତ୍ସବରେ ପୁରସ୍କାର ପ୍ରଦାନ କରାଯିବ ।

Leave A Reply

Your email address will not be published.

one + 19 =