ଆନ୍ତଃକଲେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଫାନାଲରେ ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟ !

ଢ଼େଙ୍କାନାଳ: ଉତ୍କଳ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ କଟକ ଜିଲ୍ଲା ବାଳି କଲେଜ ଖେଳପଡିଆରେ ଅନୁଷ୍ଠିତ ହେଉଥିବା  ଆନ୍ତଃକଲେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟ ପ୍ରଥମ ଥର ପାଇଁ ଫାଇନାଲକୁ ଉନ୍ନୀତ ହୋଇଛି ।

ଗ୍ରୁପ “ଏ” ରେ ୧୧ ଏବଂ ଗ୍ରୁପ “ବି” ରେ ୧୪ ଟି ଦଳ ଅଂଶ ଗ୍ରହଣ କରିଛନ୍ତି । ପ୍ରଥମ କ୍ୱାଟର ଫାଇନାଲ ରେ କଟକ , ଦ୍ୱିତୀୟ କ୍ୱାଟର ଫାଇନାଲରେ ହିନ୍ଦୋଳ  ଏବଂ ସେମିଫାଇନାଲରେ ତିର୍ତୋଲ କଲେଜ କୁ ହରାଇ ଭୁବନ ଗ୍ରୁପ “ଏ” ରେ ଶୀର୍ଷ ସ୍ଥାନ ହାସଲ କରିଛି । ଆସନ୍ତା ୨୪ ତାରିଖରେ ଗ୍ରୁପ “ବି” ର ବିଜେତା ସହ ଭୁବନ ର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।

ମ୍ୟାନେଜର କୈଳାସ ଚନ୍ଦ୍ର ବେହେରା ଙ୍କ ତତ୍ୱାବଧାନରେ ଭୁବନ କଲେଜ ପ୍ରଥମ ଥର ପାଇଁ ଫାଇନାଲକୁ ଉନ୍ନୀତ ହୋଇଥିବାରୁ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଜିତ ବେହେରା ଅଧିନାୟକ ପ୍ରଭାସ କୁମାର ସାହୁ ଙ୍କ ନେତୃତ୍ୱାଧିନ ୧୪ ଜଣିଆ ଦଳ ଓ ମ୍ୟାନେଜର ଙ୍କୁ ଉଚ୍ଚ ପ୍ରଶଂସା କରିବା ସହିତ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.

three × two =