ବ୍ଲକ ସ୍ତରୀୟ ପ୍ରଶିକ୍ଷିଣ ଶିବିର ଅନୁଷ୍ଠିତ !

ଢ଼େଙ୍କାନାଳ : ଗଁଦିଆ ପଞ୍ଚାୟତ ସମିତି ନୂତନ ସଭାଗୃହ ଠାରେ ୨୦୨୨-୨୦୨୩ଖରିଫ ଏଫ ଏ କ୍ୟୁ ମାନର ଧାନ ସଂଗ୍ରହ ନିମନ୍ତେଚାଷୀ ଓ ସମିତି କର୍ମଚାରୀ ମାନଙ୍କର ଏକ ବ୍ଲକ ସ୍ତରୀୟ ପ୍ରଶିକ୍ଷିଣ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି ।

ଢେଙ୍କାନାଳ ସଦର ଏ ଆର ସି ଏସ ଙ୍କର ବିଜେନ୍ଦ୍ର ମହାନ୍ତି ଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ପ୍ରଶିକ୍ଷିଣ ଶିବିରରେ ଢେଙ୍କାନାଳ ସଦର ଏ ସି ଏସ ଓ ବିଶ୍ୱଭୂଷଣ କର ଢେଙ୍କାନାଳ ଆର ଏମ ସି ସମ୍ପାଦକ ଶ୍ୟାମସୁନ୍ଦର ଟୁଡୁ ଗଁଦିଆ ବ୍ଲକ ଯୋଗାଣ ଅଧିକାରୀ ସ୍ଵର୍ଣପ୍ରଭା ଜେନା ଢେଙ୍କାନାଳ ଯୋଗାଣ କାର୍ଯ୍ୟାଳୟ ର ମାନ ନିର୍ଦ୍ଧାରଣ ଅଧିକାରୀ ସଦାଖା ନାୟକ ପ୍ରମୁଖ ଉପସ୍ଥିତ ରହି ଚଳିତ ବର୍ଷ କିପରି ଶାନ୍ତି ଶୃଙ୍ଖଳାର ସହିତ ଚାଷୀମାନେ ସେମାନଙ୍କର ଆମଦାନୀ ଧାନ ଫସଲ କୁପୂର୍ବରୁ ନିର୍ଦ୍ଧାରିତ କ୍ରୟ କେନ୍ଦ୍ର (ଧାନମଣ୍ଡି)ମାନଙ୍କରେ ବିକ୍ରୟ କରିପାରିବେ ତତ ସହିତ ଚାଷୀ ଭାଇ ମାନେ ପୂର୍ବରୁ ନିର୍ଦ୍ଧାରିତ କ୍ୱାଲିଟମାନର ଧାନ ଉପରେ ବିଶେଷ ଭାବରେ ଦୃଷ୍ଟି ଦେବାକୁ ଅଧିକାରୀ ମାନେ ପରାମର୍ଶ ଦେଇଥିଲେ ଅପର ପକ୍ଷରେ ମଣ୍ଡିରେ ଚାଷୀମାନେ ସେମାନଙ୍କର ଧାନ ଦେବା ସମୟରେ ସମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।

ଯଥା ଠିକ ସମୟରେ ମିଲର ମଣ୍ଡିରୁ ଧାନ ନଉଠାଇବା ମଣ୍ଡିରେ ଚାଷୀ କୁ ଦୀର୍ଘଧରି ଅପେକ୍ଷା କରିବା ଯେଉଁ ବସ୍ତାରେ ଧାନ ଲୋଡ଼ ଦିଆଯାଏ ଉକ୍ତ ବସ୍ତା ଗୁଡିକ ବାବଦରେ ମିଲର ଟଙ୍କା ପ୍ରଦାନ ନକରିବା ଅଖା ବସ୍ତା ବଦଳରେ ଜରି ମୁଣିରେ ଧାନ ଦେବା ପାଇଁ ଚାଷୀ ମାନଙ୍କ ପକ୍ଷରୁ ଅଧିକାରୀ ମାନଙ୍କ ଠାରେ ଦାବି ଉପସ୍ଥାପନ କରାଯାଇଥିଲା ।

ଉକ୍ତ ବ୍ଲକ ଚାଷୀ ମାନଙ୍କର ଏହି ସମସ୍ୟା ଗୁଡିକର ସମାଧାନ ନିମନ୍ତେ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳ ଙ୍କୁ ଅବଗତ କରିବେ ବୋଲି ଅଧିକାରୀ ମାନେ ଜଣାଇଥିଲେ ଉକ୍ତ ପ୍ରଶିକ୍ଷିଣ ଶିବିରରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ଆସିଥିବା ଚାଷୀ ନିର୍ବାଚିତ ଜନ ପ୍ରତିନିଧି ସମିତି କର୍ମଚାରୀ ଧାନମଣ୍ଡି ଦାୟିତ୍ୱରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀ ର କର୍ମକର୍ତ୍ତା ମାନେ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.

18 − 13 =