ଆଇ.ଆଇ. ଏମ. ସି ଢେଙ୍କାନାଳରେ ଇଭେଣ୍ଟ ମ୍ୟାନେଜମେଣ୍ଟ ପ୍ରୋଗ୍ରାମରେ ବି.ବି. ହାଇସ୍କୁଲ ନବମ ଶ୍ରେଣୀ ଛାତ୍ରଙ୍କ ଯୋଗଦାନ !

ଢେଙ୍କାନାଳ :ଭାରତୀୟ ଜନସଞ୍ଚାର ସଂସ୍ଥାନ, ଢେଙ୍କାନାଳ ଦ୍ୱାରା ଆୟୋଜିତ ମିଡିଆ ପଦଯାତ୍ରାରେ ଶତାୟୁ, ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ନବମ ଶ୍ରେଣୀର ୩୦ ଜଣ ଛାତ୍ର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ,ଓଡ଼ିଶା ଶିକ୍ଷା ସେବା -୧ (କନିଷ୍ଠ)ଙ୍କ  ମାର୍ଗଦର୍ଶନରେ ଡ଼ା. ଦେବୀ ପ୍ରସାଦ ମିଶ୍ରଙ୍କ ତତ୍ତ୍ୱାବଧାନରେ ଯାଇ କୋଭିଡ଼ -୧୯ର ସମସ୍ତ ନିୟମ ଅନୁପାଳନ କରି କ୍ଷେତ୍ର ପରିଭ୍ରମଣ କାର୍ଯ୍ୟକ୍ରମ ଓ ବୃତ୍ତି ପରାମର୍ଶ କାର୍ଯ୍ୟକ୍ରମର ଅଂଶବିଶେଷ ଭାବରେ ଆଇ.ଆଇ. ଏମ. ସି ଢେଙ୍କାନାଳ ଦ୍ୱାରା ପ୍ରାୟୋଜିତ ଇଭେଣ୍ଟ ମ୍ୟାନେଜମେଣ୍ଟ ପ୍ରୋଗ୍ରାମରେ ସଫଳ ଯୋଗଦାନ କରିଥିଲେ ।

ଏହି କ୍ଷେତ୍ର ପରିଭ୍ରମଣ କାର୍ଯ୍ୟକ୍ରମର ଅଂଶବିଶେଷ ଭାବରେ ପିଲାମାନେ କ୍ୟାମ୍ପସ ଭିତରେ ଥିବା ମିଡିଆ ସଂଗ୍ରହାଳୟ ପରିଦର୍ଶନ କରି ସମସ୍ତ ଉପକରଣ ବିଷୟରେ ଧାରଣା ପାଇଥିଲେ ।ବୃତ୍ତି ପରାମର୍ଶ କାର୍ଯ୍ୟକ୍ରମର ଅଂଶବିଶେଷ ଭାବରେ  ସଂସ୍ଥାନର ସହକାରୀ ପ୍ରଫେସର ଡକ୍ଟର ହରିକୃଷ୍ଣ ବେହେରା ସେମାନଙ୍କୁ ମିଡ଼ିଆ କ୍ୟାରିୟର ବିଷୟରେ ସୁପରାମର୍ଶ ଦେଇଥିଲେ ।

ଡ଼ା.ଦେବୀପ୍ରସାଦ ମିଶ୍ରଙ୍କ ତତ୍ତ୍ୱାବଧାନରେ ଛାତ୍ରମାନେ ପୁରାତନ କ୍ୟାମେରା ଉପକରଣଠାରୁ ଆରମ୍ଭ କରି ବହୁ ପୁରାତନ ଖବରକାଗଜ କପି ପର୍ଯ୍ୟନ୍ତ ସମସ୍ତ ଜିନିଷ ଦେଖିଥିଲେ | ଏହା ପରେ ଇଂରାଜୀ ସାମ୍ବାଦିକତା ଛାତ୍ରଛାତ୍ରୀମାନେ ‘ରାଇଟିଙ୍ଗ୍ ଉଇଥ୍ ଫାୟାର୍ ‘ ଚଳଚ୍ଚିତ୍ରର କିଛି ଅଂଶ ପ୍ରଦର୍ଶନ କରିଥିଲେ | ଏହି ଚଳଚ୍ଚିତ୍ରଟି ମହିଳା ସାମ୍ବାଦିକମାନଙ୍କ  ବାସ୍ତବ ସ୍ଥିତି ବିଷୟରେ ଅବଗତ କରାଇଥିଲା ​​।

ଏହି କାର୍ଯ୍ୟକ୍ରମର ଆୟୋଜନ କରୁଥିବା ଆଇ.ଆଇ.ଏମ.ସି. ଛାତ୍ରଛାତ୍ରୀମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ମିଡିଆ ଦୃଶ୍ୟପଟ୍ଟରେ କେତେ ପରିବର୍ତ୍ତନ ହୋଇଛି ତାହା ସ୍କୁଲ ପିଲାମାନଙ୍କୁ ଜଣାଇବା ।ମୁଦ୍ରଣରୁ ଡିଜିଟାଲକୁ ସ୍ଥାନାନ୍ତରିତ ହୋଇଥିବା  ”ଖବର ଲାହରିଆ” ଉପରେ ମଧ୍ୟ ସେମାନେ ଆଲୋଚନା କରିଥିଲେ । ଏହାସହ ଉଦ୍ଦୀୟମାନ ମୋବାଇଲ ସାମ୍ବାଦିକତା ଉପରେ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ ।କ୍ୟାରିୟର ବିକଳ୍ପ ଭାବରେ ଗଣମାଧ୍ୟମ କିପରି ଫଳପ୍ରଦ ତାହା ମଧ୍ୟ ଆଲୋଚନା  କରାଯାଇଥିଲା ।

ଏହି ଅବସରରେ ଭାରତୀୟ ଜନ ସଂଚାର ସଂସ୍ଥାନ, ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଡ଼ଃ ମୃଣାଳ ଚାଟାର୍ଜୀ ସ୍ୱଲିଖିତ ପୁସ୍ତକ “ପଥେ ପ୍ରାନ୍ତରେ” ,ଆଇ. ଆଇ. ଏମ. ସି. ଢେଙ୍କାନାଳର ୨୫ ବର୍ଷ ପାଳନ ଉପଲକ୍ଷେ ପ୍ରକାଶିତ ରୌପ୍ୟ ଜୟନ୍ତୀ  ପତ୍ରିକା ଓ  ୧୫ ଅଗଷ୍ଟ ୧୯୪୭ ମସିହାରେ ଭାରତର ପ୍ରଥମ ସ୍ୱାଧୀନତା ଦିବସରେ ପ୍ରକାଶିତ ଖବରକାଗଜ ଗୁଡ଼ିକର ମୁଦ୍ରିତ ପ୍ରଥମ ପୃଷ୍ଠାରେ ପ୍ରକାଶିତ ସ୍ମରଣୀୟ ମୁହୂର୍ତ୍ତର ସୃତିର ଝଲକ ପୋଷ୍ଟକାର୍ଡ ସେଟ ମାର୍ଗଦର୍ଶକ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ରଙ୍କ ହସ୍ତରେ ବିଦ୍ୟାଳୟର ଇ-ଲାଇବ୍ରେରୀରେ ପ୍ରଦର୍ଶନ ପାଇଁ ପ୍ରଦାନ କରିଥିଲେ।ପରିଶେଷରେ ଛାତ୍ରମାନଙ୍କୁ ବ୍ୟକ୍ତିଗତ ଧନ୍ୟବାଦ ପତ୍ର ବଣ୍ଟନ ସହ ଏକ ଗ୍ରୁପ୍ ଫଟୋଗ୍ରାଫ୍ ନିଆଯାଇଥିଲା ।

Leave A Reply

Your email address will not be published.

five × one =