ଜିଲ୍ଲାର ମ୍ୟାଲେରିଆ କାର୍ଯ୍ୟକ୍ରମରେ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବଣ୍ଟନ ପାଇଁ ଢେଙ୍କାନାଳ ଜିଲ୍ଲା ରାଜ୍ୟରେ ପୁରସ୍କୃତ !

ଢେଙ୍କାନାଳ :  ବିଶ୍ୱ ମ୍ୟାଲେରିଆ ଦିବସରେ ଢେଙ୍କାନାଳ ଜିଲ୍ଲା ମ୍ୟାଲେରିଆ କାର୍ଯ୍ୟକ୍ରମରେ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ସୁଚାରୁ ରୂପେ  ବଣ୍ଟନ ଓ ଡକୁମେଣ୍ଟେସନ ପାଇଁ ଢେଙ୍କାନାଳ ଜିଲ୍ଲା ତରଫରୁ ପରଜଙ୍ଗ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ  ରାଜ୍ୟ ସରକାରଙ୍କ ତରଫରୁ ଭୁବନେଶ୍ୱର ଜୟଦେବ ଭବନରେ ରାଜ୍ୟସ୍ତରୀୟ ଆୟୋଜିତ ବିଶ୍ୱ ମ୍ୟାଲେରିଆ ଦିବସ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ,ଓଡିଶା ନବକିଶୋର ଦାଶ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜକୁମାର ବର୍ମା ଯୋଗଦେଇ ଢେଙ୍କାନାଲ ଜିଲ୍ଲାର ପରଜଙ୍ଗ ସ୍ୱାସ୍ଥ୍ୟ କେନ୍ଦ୍ର ଭଲ ଦସ୍ତାବିଜ ଲେଖନ ଓ  କାର୍ଯ୍ୟପାଇଁ ଜିଲ୍ଲାର ଭେକ୍ଟର ବାହିତ ରୋଗ ପରାମର୍ଶଦାତା ତପନ କୁମାର ସାହୁ, ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବ୍ଳକ ଜନସ୍ୱାସ୍ଥ୍ୟ ଅଧିକାରୀ  ଡା.ଶିବାନୀ ନାୟକଙ୍କୁ ସ୍ୱତନ୍ତ୍ର ଟ୍ରଫି ସହିତ ମାନପତ୍ର ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲାର ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଲାବୋରଟରୀ ଟେକ୍ନିସିଆନ ଆଶିଷ କୁମାର ସାହୁ ମ୍ୟାଲେରିଆ ରକ୍ତ ପରୀକ୍ଷା କାର୍ଯ୍ୟ ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାଶ ଟ୍ରଫି ପ୍ରଦାନ କରିଥିଲେ । ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ରାଜ୍ୟ ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ରାଜ୍ୟ ଔଷଧ ନିଗମର ନିର୍ଦ୍ଦେଶିକା ଯାମିନୀ ଷଡଙ୍ଗୀ, ରାଜ୍ୟ ସ୍ୱାସ୍ଥ୍ୟ ସଚିତ ଡା.ଅଜିତ ମହାନ୍ତି, ରାଜ୍ୟ ସ୍ୱାସ୍ଥ୍ୟ ସେବା  ନିର୍ଦ୍ଦେଶକ ଡା.ବିଜୟ କୁମାର ମହାପାତ୍ର, ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା . ନିରଞ୍ଜନ ମିଶ୍ର, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡା.ଅମରେନ୍ଦ୍ର ମହାନ୍ତି, ରାଜ୍ୟର ଅତିରିକ୍ତ ନିର୍ଦ୍ଦେଶକ ଭେକ୍ଟର ବାହିତ ରୋଗ ଡା.ଶୁଭାଶିଷ ମହାନ୍ତିଙ୍କ ସମେତ ଅନ୍ୟ ସମସ୍ତ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ  ଓ ଅନ୍ୟାନ୍ୟ କାର୍ଯ୍ୟକର୍ତା ଯୋଗଦାନ କରିଥିଲେ ।

Leave A Reply

Your email address will not be published.

fifteen + seventeen =