ସିନର୍ଜୀ ଇଂଜିନିୟରିଂ କଲେଜ ଢେଙ୍କାନାଳରେ ବିଦ୍ୟୁତ ବିଭାଗର ବାର୍ଷିକ ମହୋତ୍ସବ !

ଢେଙ୍କାନାଳ : ସିନର୍ଜୀ କଲେଜ, ଢେଙ୍କାନାଳର ବିଦ୍ୟୁତ ବିଭାଗର ବାର୍ଷିକ ମହୋତ୍ସବ ‘ରିଜେନାନ୍ସ-୨୦୨୨’ ମହା ସମାରୋହରେ ପାଳିତ ହୋଇଯାଇଛି ।

ଉକ୍ତ ଉତ୍ସବରେ ମୁଖ୍ୟ ଅତିଥ ଭାବେ ସଦର୍ଣ୍ଣ ବିଶ୍ୱ ବିଦ୍ୟାଳୟ ଆମେରିକାର ଉପକଳପତି ଡ.ବିଜୟ କୁମାର ସାହୁ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସୀମିତ ଶିକ୍ଷା ମଧ୍ୟରେ ଆବଦ୍ଧ ନରହି ଦେଶ ଓ ଦେଶ ବାହାରେ ଥିବା ପ୍ରମଖ ଉଚ୍ଚ ଅନୁଷ୍ଠାନରେ ଶିକ୍ଷା ଗ୍ରହଣ କରି ନୂତନ ପ୍ରଯୁକ୍ତି ବିଦ୍ୟାର ଲାଭ ଉଠାଇବାକୁ ପ୍ରବର୍ତାଇଥିଲେ । ଅନୁଷ୍ଠାନର ଅଧ୍ୟକ୍ଷା ଡ.ଇତିଶ୍ରୀ ମହାନ୍ତି ନୂତନ ଭାରତବର୍ଷ ପାଇଁ ବିଦ୍ୟୁତ ବିଭାଗର ଅବଦାନକୁ ନିଜ ସମ୍ଭାଷଣରେ ରୂପ ଦେଇଥିଲେ ।

ବିଭାଗୀୟ ମୁଖ୍ୟ ପ୍ରଫେଶର ଶକ୍ତିଶଙ୍କର ପତି ଛାତ୍ରଛାତ୍ରୀ ମାନଙ୍କୁ  ବିଭାଗୀୟ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କର ସହାୟତା ରେ ବିଦ୍ୟୁତ କରଣ କ୍ଷେତ୍ରରେ ନୂତନ ଜ୍ଞାନକୌଶଳ ପ୍ରୟୋଗ କଳାରଶିକ୍ଷାକୁ ଆପଣେଇ ନେବା ପାଁ ଆବେଦନ କରିଥିଲେ । ଉତ୍ସବର ସଂଯୋଜକ ପ୍ରଫେସର ସଞ୍ଜୟ ସାଥୁଆ ମହାପାତ୍ର ବିଭାଗର ବାର୍ଷିକକ ବିବରଣୀ ପାଠ କରିଥିଲେ । ଏହି ବାର୍ଷିକ ଉତ୍ସବରେ ଛାତ୍ରଛାତ୍ରୀଙ୍କର ସଂଯୋଜିକା ରୁଚିକା ସିଂହଙ୍କ ସହାୟତାରେ ୧୫ଟି ବିଭାଗର ପ୍ରତିଯୋଗିତା କରାଯାଇଥିଲା ଓ କୃତୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ପ୍ରମାଣପତ୍ର ପ୍ରଦାନ କରିଥିଲେ ।

ଉତ୍ସବ ମୁଖର ଏହି ପ୍ରତିକ୍ଷୀତ ଦିନଟିକୁ ବିଭାଗର ସମସ୍ତ ଛାତ୍ରଛାତ୍ରୀ ମନଭରି ଉପଭୋଗ କରିଥିଲେ । ଏହି ଉତ୍ସବଟି କୋଣାନୁକୋଣରେ ଉଚ୍ଚ ପ୍ରଶଂସିତ ହୋଇଥିଲା ବୋଲି ମହାବିଦ୍ୟାଳୟର ପ୍ରଶାସକ ଚନ୍ଦ୍ରକାନ୍ତ ମିଶ୍ର ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

11 + ten =