ରୁଙ୍ଗଟା ମାଇନ୍ସ୍ କାରଖାନା ରେ ମେକାନିକାଲ ଷ୍ଟକଚର ଭୁଶୁଡ଼ି ୨ ମୃତ ୫ ଗୁରୁତର !

ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ୍ ଅନ୍ତର୍ଗତ ଝାଡବନ୍ଧ ଠାରେ ଥିବା ରୁଙ୍ଗଟା ମାଇନ୍ସ୍ ରେ ଏକ ବଡ଼ ଧରଣର ଅଘଟଣ ସୋମବାର ଦିନ ଘଟିଯାଇଛି। ଏଥିରେ ୨ ଜଣ ଶ୍ରମିକ ମୃତ୍ୟୁବରଣ କରିଥିବାବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଝାଡବନ୍ଧ ଠାରେ ଥିବା ରୁଙ୍ଗଟା ମାଇନ୍ସ୍ ରେ ଷ୍ଟକଚର ନିର୍ମାଣ ସମୟରେ ସେହି ମେକାନିକାଲ ଷ୍ଟକଚର ଟି ତଳକୁ ଭୁଶୁଡ଼ି ପଡ଼ିଥିଲା । ଯାହା ଫଳରେ ସେହି ଷ୍ଟକଚର ତଳେ ଥିବା ଶ୍ରମିକ ମାନଙ୍କ ମଧ୍ୟରୁ ୨ ଜଣଙ୍କ ର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ୫ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ସେଥିମଧ୍ୟରୁ ୩ ଜଣଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରଣ କରାଯାଇଛି । କେଉଁ ପରିସ୍ଥିତିରେ ଏତେ ବଡ଼ ଦୁର୍ଘଟଣା ଘଟିଲା ଜିଲ୍ଲା ଶ୍ରମ ଅଧିକାରୀଙ୍କ ସମେତ ହିନ୍ଦୋଳ ତହସିଲଦାର, ଏସଡିପିଓ , ଥାନାଧିକାରୀଣୀ ହିନ୍ଦୋଳ ଓ ଥାନାଧିକାରୀ ବାଲିମୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମାଇନ୍ସ୍ ତରଫରୁ ଶ୍ରମିକ ମାନଙ୍କ ସୁରକ୍ଷାକୁ ଧ୍ୟାନ ଦିଆଯାଉ ନଥିବା ଭଳି ବଡ଼ ଅଭିଯୋଗ ହେଉଛି । ବାରମ୍ବାର ରୁଙ୍ଗଟା ମାଇନ୍ସ୍ ରେ ଏପରି ଦୁର୍ଘଟଣା ହେବା ଫଳରେ ଶ୍ରମିକମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି? ତେବେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ଓ ଗୁରୁତର ଆହତ ହୋଇଥିବା ଶ୍ରମିକ ମାନଙ୍କ ମଧ୍ୟରୁ କିଛି ରାଜ୍ୟ ବାହାର ର ଶ୍ରମିକ ଥିବା ଅନୁମାନ କରାଯାଉଥିବା ବେଳେ ଖବର ସଂଗ୍ରହ ସୁଦ୍ଧା ଆହତ ଓ ମୃତ ଶ୍ରମିକ ମାନଙ୍କ ପରିଚୟ ମିଳିପାରିନାହିଁ। 

Leave A Reply

Your email address will not be published.

seventeen + ten =