ଆମ ପ୍ରତିଭା ଆମ ସମ୍ମାନ ପକ୍ଷରୁ ମାଟ୍ରିକ୍ ପରୀକ୍ଷାରେ ଏ-୧ ଓ +୨ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ : ଧୈର୍ଯ୍ୟ ଓ ସହନଶୀଳତା ହିଁ ସଫଳତାର ଚାବିକାଠି – ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ \”ଆମ ପ୍ରତିଭା ଆମ ସମ୍ମାନ\’ ବିଗତ ୫ବର୍ଷ ଧରି ଜିଲ୍ଲାରବିଭିନ୍ନ ପ୍ରତିଭା ସଂପନ୍ନ ବ୍ୟକ୍ତିବିଶେଷ, ଛାତ୍ରଛାତ୍ରୀ ଏବଂ ଅନୁଷ୍ଠାନ ଗୁଡିକରେ କୃତୀତ୍ୱ ହାସଲ କରିଥିବା ବ୍ୟକ୍ତିବିଶେଷମାନଙ୍କୁ ସମ୍ମାନିତ କରାଯାଇଥାଏ । ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ଏ-୧ ପାଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଅନୁରୂପ ଭାବେ ଜିଲ୍ଲାର ଉଚ୍ଚମାଧ୍ୟମିକ ବିଦ୍ୟାଳୟର +୨ ପରୀକ୍ଷାରେ ବିଭିନ୍ନ ବିଭାଗରେ ସର୍ବୋଚ୍ଚ ନମ୍ବର ରଖିଥିବା କୃତୀ ଛାତ୍ରଛାତ୍ରୀଙ୍କୁ ଆଜି ସମ୍ବର୍ଦ୍ଧିତ କରାଯାଇଛି ।ସ୍ଥାନୀୟ ପୁରୁଣା ଜିଲ୍ଲାପରିଷଦ ହଲ୍‌ଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅନୁଷ୍ଠାନର ସଭାପତି ପ୍ରିୟରଞ୍ଜନ ମାହୁଁନ୍ତ ସଭାପତିତ୍ୱ କରିଥିଲେ ।ଉତ୍ସବରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଯୋଗଦେଇ ଚଳିତବର୍ଷ ଢେଙ୍କାନାଳ ଜିଲ୍ଲାରେ ଶିକ୍ଷା କ୍ଷେତ୍ରରେ ଯେଉଁ ଛାତ୍ରଛାତ୍ରୀମାନେ ନିଜର ପ୍ରଗାଢ ଉଦ୍ୟମ ଏବଂ ଇଚ୍ଛାଶକ୍ତି ବଳରେ ସଫଳତା ପାଇଛନ୍ତି,ସେମାନଙ୍କୁ ଭୂୟସୀ ପ୍ରଶଂସା କରିବା ସହିତ ଆନନ୍ଦପ୍ରକଟ କରିଥିଲେ । ଆଗକୁ ଛାତ୍‌୍ରଛାତ୍ରୀମାନେ ଆହୁରି ଉନ୍ନତଧରଣ ଶିକ୍ଷାଲାଭ କରି ସମାଜରମୁଖ୍ୟ ସ୍ରୋତରେ ଗୋଟିଏ ଲେଖାଏଁ ମାଇଲ୍ ଖୁଂଟ ଭଳି ଠିଆ ହୋଇ ଆଗାମୀ ପୀଢିଙ୍କ ପାଇଁ ଏକ ଉଦାହରଣ ହୋଇ ରହିବେ ଏବଂ ସେମାନେଦେଶ ମାତୃକା ପାଇଁ ସେବା କରି ନିଜର ଉଜ୍ୱଳ ଭବିଷ୍ୟତ ଗଢି ପାରିବେ ସେ ସଂପର୍କରେ ପରାମର୍ଶ ଦେଇଥିଲେ । ଆୟୋଜିତ ସମ୍ବର୍ଦ୍ଧନାକାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ପୂର୍ବତନ ସାଂସଦ ମହେଶ ସାହୁ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ,ପ୍ରତ୍ୟେକ ଛାତ୍ରଛାତ୍ରୀ ସମାଜରେ ଜଣେ ଭଲ ମଣିଷ ହେବା ପାଇଁ ନିଜ ଭିତରେ ପ୍ରଗାଢ ଆତ୍ମବିଶ୍ୱାସ, ଏକାଗ୍ରତା ଏବଂ ସାମାଜିକ ସଂସ୍କାରରଖିବା ଦରକାର । ପିତାମାତାମାନେ ଯେଉଁ କଷ୍ଟ ସହି ନିଜ ସନ୍ତାନକୁ ଉଚ୍ଚ ଶିକ୍ଷିତ କରିବା ପାଇଁ ଆଶା ରଖିଥାନ୍ତି, ତାହାହିଁ ପୁରଣ ହୋଇଥାଏା ଏଥିପାଇଁ ଛାତ୍ରଛାତ୍ରୀମାନେ ପ୍ରଥମେ ଶିକ୍ଷାକୁ ଗୁରୁତ୍ୱ ଦେବା ସହିତ ଜୀବନର ଲକ୍ଷ୍ୟକୁ ପ୍ରାଧାନ୍ୟ ଦେବା ନିତ୍ୟାନ୍ତ ଆବଶ୍ୟକ । ମୁଖ୍ୟ ବକ୍ତାଭାବେ ଶିକ୍ଷାବିତ୍ ତଥା ହିନ୍ଦୋଳ କଲେଜ୍‌ର ପ୍ରାକ୍ତାନ୍ ଅଧ୍ୟାପକ ଡଃ ଅସିତ୍ କୁମାର ଜେନାମଣି ତାଙ୍କ ବକ୍ତବ୍ୟରେ ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜଜୀବନର ଲକ୍ଷ୍ୟକୁ ପୂରଣ କରିବାକୁ ହେଲେ ପ୍ରଥମେ ପିତାମାତାଙ୍କୁ, ପ୍ରଥମ ଗୁରୁ, ପରେ ବିଦ୍ୟା ଗୁରୁ ଏବଂ ସମ୍ମାନସ୍ପଦ ବ୍ୟକ୍ତି ବିଶେଷଙ୍କୁ ସମ୍ମାନଜଣାଇ ସୃଜନଶୀଳତା ହେଲେ ପ୍ରତ୍ୟେକ ଉଚ୍ଚାକାଂକ୍ଷାଗୁଡିକ ପୁରଣ ହୋଇପାରିବ । ଅନ୍ୟତମ ଅତିଥି ଭାବେ ପୂର୍ବତନ ତାମଡା ଅଧ୍ୟକ୍ଷ ତଥାରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ଅବନୀକାନ୍ତ ସାହୁ ତାଙ୍କ ବକ୍ତବ୍ୟରେ ଛାତ୍ରଛାତ୍ରୀମାନେ ଯଦି ନିଜ ମନୋବଳ ସୁଦୃଢ କଲେ ଇଚ୍ଛାଶକ୍ତି ପୂରଣହୋଇଥାଏ ବୋଲି କହିଥିଲେ । ରାଜ୍ୟ ସମବାୟ ନିଗମର ପୂର୍ବତନ ସଭାପତି ଅକ୍ଷୟ ମହାନ୍ତି ଉପସ୍ଥିତ ରହି ଛାତ୍‌୍ରଛାତ୍ରୀମାନଙ୍କୁ ଏଭଳି ପରିଶ୍ରମକରି କୃତୀତ୍ୱ ହାସଲ କଲେ ସଫଳତା ଆପେ ଆପେ ପାଖକୁ ଆସିଥାଏ ଏବଂ ସଫଳତାର ଫଳ ମାର୍ଗ ଦର୍ଶନ କରାଇଥାଏ ବୋଲି କହିଥିଲେ ।ଏହି କାର୍ଯ୍ୟକ୍ରମରେ ଆମ ପ୍ରତିଭା ଆମ ଅନୁଷ୍ଠାନର ଉପସଭାପତି କୋଦଣ୍ଡଧର ସାହୁ ସ୍ୱାଗତ ଭାଷଣ ଦେଇ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ପରିଶ୍ରମ କଲେ ଏଭଳି ସମ୍ମାନିତର ଅଧିକାରୀ ହୋଇପାରିବା ସହିତ ଅଧିକ ଅଧ୍ୟୟନ କରି ସଫଳତାର ଶୀର୍ଷରେ ପହଁଚିପାରିବେ, ଯାହାକିଅଭିଭାବକ ତଥା ଗୁରୁଜନମାନଙ୍କ ସମ୍ମାନ ବଢାଇଥାଏ । ଅନୁଷ୍ଠାନର ସଂପାଦକ ଧର୍ମାନନ୍ଦ ବରାଳ ବିବରଣୀ ପାଠ କରିଥିବାବେଳେ ସତ୍ୟନାରାଣକର ମଂଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଉପଦେଷ୍ଟା ସଦାନନ୍ଦ ସେଠୀ, ପଣ୍ଡିତ ମାତୃପ୍ରସାଦ ମିଶ୍ର, କୋଷାଧ୍ୟକ୍ଷରୁଦ୍ରାନ୍ତ ଦଳେଇ, ବରିଷ୍ଠ କାର୍ଯ୍ୟକର୍ତା ପ୍ରତାପ ଦାସ, ସୁଧାଂଶୁ ରାଉତ, ସେୟାର୍ ଅନୁଷ୍ଠାନର ନିର୍ଦ୍ଦେଶକ ଲିଆକତ୍ ଅଲ୍ଲି ଖାଁ, ହଟକିଶୋର ଗଡନାୟକ, ଅମୀୟ କୁମାର ଚାନ୍ଦ, ସ୍ୱେଚ୍ଛାସେବୀ ବିରଂଚି ବେହେରା, ତିଳୋତମା ଚୌଧୁରୀ, ଆନନ୍ଦିତା ମିଶ୍ର, ସଦାଶିବ ମହାପାତ୍ର, ଜିତେନ୍ଦ୍ରପଟ୍ଟନାୟକ, ପ୍ରଶାନ୍ତ ସାହୁ, ଦୁଷ୍ମନ୍ତ ମହାନ୍ତି, ବାବୁଲି ମହାରଣା, ଅମରେଶ୍ ଜେନା, ଶେଖର ସେଠୀ, ସୁମିତ୍ରା ସ୍ୱାଇଁ, ସ୍ନିଗ୍ଧା ସ୍ୱାଇଁଙ୍କ ସମେତପ୍ରମୁଖ ଉପସ୍ଥିତ ରହି ସଫଳ କରାଇଥିଲେ । କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନର ସତ୍ୟନାରାୟଣ କର ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.

five × 1 =