ଦିନ ଦ୍ବିପହରରେ ଗାଁ ଭିତରେ ପଶି ହାତୀ କରୁଛି ତାଣ୍ଡବଲୀଳା, କୁମ୍ଭକର୍ଣ୍ଣ ନିଦ୍ରାରେ ବନବିଭାଗ !

ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ଅଞ୍ଚଳରେ ଦିନକୁ ଦିନ ଜଙ୍ଗଲୀ ହାତୀ ଚଳପ୍ରଚଳ ଯୋଗୁଁ ହିନ୍ଦୋଳ ଅଧିବାସୀମାନେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ବନବିଭାଗର ଗାଲୁଆମୀ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଗଲେଣି। ବର୍ତ୍ତମାନ ହିନ୍ଦୋଳ ବନାଞ୍ଚଳରେ ଶହ ଶହ ହାତୀ ଚଳପ୍ରଚଳ କରି ଗାଁ ମୁହାଁ ହୋଇ ଗାଁ ରେ ପଶିବା ସହ ଘର ବାଡ଼ି ବଗିଚା ରେ ତାଣ୍ଡବ ରଚୁଛନ୍ତି। ହାତୀ ଆକ୍ରମଣରେ ବହୁ ଲୋକ ମରିବାର ସରକାରୀ ରିପୋର୍ଟ କହୁଛି। ଏବେ ପ୍ରାୟ ଦିନ ଦ୍ୱିପ୍ରହରରେ ଗାଁ ଗଣ୍ଡାରେ ପଶି ଫସଲ ହାନି କରିବା ସହ ଲୋକଙ୍କୁ ମାରିବାକୁ ଗୋଡାଉଛନ୍ତି। କିନ୍ତୁ ଏପରିସ୍ଥଳେ ବନବିଭାଗ କୁ ଖବର ଦେଲେ ବନବିଭାଗ ଆଦୌ କର୍ଣ୍ଣପାତ କରୁନାହିଁ। ଯାହା ଫଳରେ ଲୋକମାନେ ବାଧ୍ୟହୋଇ ବନଖଣ୍ଡ ଅଧିକାରୀଙ୍କୁ ଯୋଗାଯୋଗ କରୁଛନ୍ତି। ସବୁଠାରୁ ବଡ଼ ଦୁଃଖର ବିଷୟ କି ବନଖଣ୍ଡ ଅଧିକାରୀଙ୍କୁ ଜଣାଇବା ପରେ ମଧ୍ୟ କୋୖଣସି ସୁଫଳ ମିଳିନାହିଁ। ବର୍ତ୍ତମାନ ହିନ୍ଦୋଳ ଉପଖଣ୍ଡ ହାତୀଙ୍କ ଘେରାବନ୍ଦୀ ରେ ଅଛି। ଉଦାହରଣ ଅନୁଯାୟୀ ବାଉଁଶପୋଖରୀ ପଞ୍ଚାୟତ ଅନ୍ତର୍ଗତ ନୂଆକୋଟ ଡିହସାହିରେ ଶୁକ୍ରବାର ରାତି ତମାମ ଘରକୁ ଘର ହାତୀ ବୁଲି ଲୋକଙ୍କ ନିଦ ହଜେଇ ଦେଇଥିଲା । ପୁନର୍ବାର ସକାଳେ ଜଙ୍ଗଲକୁ ଯିବା ପରେ ଗତକାଲି ଶନିବାର ଦିନ ଗାଁ ବନ୍ଧରେ ଜଳକ୍ରୀଡା କରି ଗ୍ରାମ ମଝିରେ ଯାଇ ସମସ୍ତଙ୍କ ବାଡ଼ି ବଗିଚା ଉଜାଡ଼ିଥିଲା । ଏ ସଂପର୍କରେ ବନବିଭାଗ କୁ ଖବର ଦେଇଥିଲେ ମଧ୍ୟ ବନବିଭାଗ ଆସିନଥିଲେ। ଫଳରେ ଗ୍ରାମର ଯୁବକମାନେ ସାହାସ ଜୁଟାଇ ହାତୀକୁ ଘଉଡାଇବାରେ ସଫଳ ହୋଇଥିଲେ । ଧାନ ତଳି ପକାଇବା ପରେ ଚାଷ କେମିତି ଚାଷ କରିବେ ସେଥିପାଇଁ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଲେଣି। ବନବିଭାଗର ଏହା ଅପାରଗତା ନା ଗାଲୁଆମୀ ??? ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବନବିଭାଗ ବନୀକରଣ ନାଁ ରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରୁଥିବା ବେଳେ ନିଜର ସୁରକ୍ଷା ପାଇଁ ଲୋକମାନେ ସୋଲାରବାଡ ନିମନ୍ତେ ବାରମ୍ବାର ଅନୁରୋଧ କରୁଥିଲେ ମଧ୍ୟ ବନଖଣ୍ଡ ଅଧିକାରୀ କର୍ଣ୍ଣପାତ କରୁନାହାଁନ୍ତି।

Leave A Reply

Your email address will not be published.

8 + five =