ଓଡିଶୀ ନୃତ୍ୟ ଓ ସମ ଓଡିଶୀ ନୃତ୍ୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ !

ଢ଼େଙ୍କାନାଳ : ସ୍ଥାନୀୟ ଅଗ୍ରଣୀ ନୃତ୍ୟ ସଂଗୀତ ଅନୁଷ୍ଠାନ ନୀତା ନୃତ୍ୟାଙ୍ଗନା ଅଭିନନ୍ଦନ ଗାର୍ଡନଠାରେ ଏକ ଛଅ ଦିନିଆ ନୃତ୍ୟ ପ୍ରଶିକ୍ଷଣ ଶିବିରର ଆୟୋଜନ କରିଥିଲା । ଶିବିର ପରିଚାଳନା ଅନୁଷ୍ଠାନରସଂପାଦକ ଆଶିଷ କୁମାର ପାଲ୍ କରିଥିବା ବେଳେ ପ୍ରଶିକ୍ଷଣ ଦେବା ପାଇଁ ଗୁରୁ ସୁଚିସ୍ମିତା ମାନା ଓ ଗୁରୁସୁଦୀପ୍ତା ଶୁଭଦର୍ଶିନୀ, ନିବେଦିତା ସିଂହ, ଅର୍ପିତା ମିଶ୍ର ଯୋଗଦାନ କରି ଓଡିଶୀ ନୃତ୍ୟ ଶିକ୍ଷା ପ୍ରଦାନକରିଥିଲେ । ଶିବିର ଶେଷ ଦିବସ ତଥା ଉଦ୍‌ଯାପନୀ ଦିବସ ସ୍ଥାନୀୟ ଲେଖକ ସଂସଦ ଭବନ ଠାରେପାଳନ କରାଯାଇଥିଲା । ଅନୁଷ୍ଠାନର ନିର୍ଦ୍ଦେଶକ ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେଯୋଗଦାନ କରି ଶିବିରର ମାହାତ୍ମ୍ୟ ଉପରେ ରେଖାପାତ କରିଥିଲେ ଏବଂ ନୃତ୍ୟ କରୁଥିବା ବେଳେପିଲାମାନେ ମଂଚ ନିୟମ ମାନିବା କିପରି ଏବଂ ହସ ହସ ମୁହଁ ନେଇ ନୃତ୍ୟ କରିଲେ ଭଲ କିପରି ହୁଏବଝାଇଥିଲେ । ଏହି ଅବସରରେ ନୃତ୍ୟଶିଳ୍ପୀ ସୁଶ୍ରୀ ଅର୍ପିତା ମିଶ୍ରଙ୍କୁ ସମ୍ମାନିତ କରାଯାଇଥିଲା । ପ୍ରତ୍ୟେକପିଲାଙ୍କୁ ସାର୍ଟିଫିକେଟ୍ ସହ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ମାନଙ୍କୁ ମୁଖ୍ୟ ଅତିଥିଙ୍କ ସହ ସମ୍ମାନିତ ଅତିଥିଭାବରେ ଗୁରୁ ସୁଚିସ୍ମିତା ମାନ ଓ ଗୁରୁ ସୁଦୀପ୍ତା ଶୁଭଦର୍ଶିନୀ ପୁରସ୍କୃତ କରିଥିଲେ । ଅନୁଷ୍ଠାନର ସକ୍ରିୟ,ସଭ୍ୟ ଶ୍ରୀମାନ୍ ଅଜିତ୍ ପାଲ୍‌, ସାଇ ଶୁଭମ୍‌, ବର୍ଷାରାଣୀ ରଣା, ସାଗରିକା ଶତପଥୀ ପ୍ରଭୃତି ଅକ୍ଲାନ୍ତ ପରିଶ୍ରମକରି ଶିବିରର ମହାନତାକୁ ବଢାଇଥିଲେ । ଶେଷରେ ସଂପାଦକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସବୁ ପ୍ରକାରସାହାଯ୍ୟ ସହଯୋଗ କରିଥିବା ବ୍ୟକ୍ତିମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଶେଷରେ ଅନୁଷ୍ଠାନର ସଭ୍ୟଭୋଳେଶ୍ୱର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

11 + twelve =