ଢ଼େଙ୍କାନାଳ କୁନି ଝିଅ ସମୀକ୍ଷା ନନ୍ଦ ଜାତୀୟ ଟାଇକୋଣ୍ଡା ଚମ୍ପିୟାନରେ ପଦକ ହାସଲ !

ଢ଼େଙ୍କାନାଳ କୁନି ଝିଅ ସମୀକ୍ଷା ନନ୍ଦ ଜାତୀୟ ଟାଇକୋଣ୍ଡା ଚମ୍ପିୟାନ ଖେଳ ରେ ସ୍ଵର୍ଣ୍ଣ ପଦକ ଓ ଗୋଟିଏ ବ୍ରୋଞ୍ ପଦକ ହାସଲ କରି ଓଡ଼ିଶା ତଥା ଢ଼େଙ୍କାନାଳ ର ନାଁ ରଖିଲେ ।
ସମୀକ୍ଷା ନନ୍ଦ(ରିମା) ସୁଦୂର ଆଗ୍ରା ଠାରେ ଅନୁଷ୍ଠିତ ଜାତୀୟ ଟାଇକୋଣ୍ଡା ଚମ୍ପିୟାନ ଖେଳ ରେ ଭାଗ ନେବାକୁ ଯାଇ ଗୋଟିଏ ସ୍ଵର୍ଣ୍ଣ ପଦକ ଓ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରି ଓଡ଼ିଶା ତଥା ଢେଙ୍କାନାଳ ର ନାଁ ରଖିଲେ । ଆଗ୍ରା ଠାରେ ଅନୁଷ୍ଠିତ ଏହି ନେସନାଲ ଚାମ୍ପିଅନସିପ ଖେଳ ଗତ ୯ .୦୬.୨୦୨୪ ଓ ୧୦.୦୬ .୨୦୧୪ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା । ସମୀକ୍ଷା ନନ୍ଦ(ରିମା) ହେଉଛନ୍ତି ପୂର୍ବତନ ଢ଼େଙ୍କାନାଳ ବିଧାୟକ ନବୀନ ନନ୍ଦ ବଡ ପୁଅ ସ୍ୱର୍ଗତ ସମ୍ବିତ ନନ୍ଦଙ୍କ ଏକମାତ୍ର ଝିଅ । ପିଲାଟି ଦିନୁ ସେ ତାର ” ପାପା” ସ୍ୱର୍ଗତ ସମ୍ବିତ ନନ୍ଦ(ସୋମୁ )ଙ୍କ ସ୍ବପ୍ନ କୁ ସାକାର କରିବାକୁ ଯେଉଁ ସଫଳ ଉଦ୍ୟମ କରି ଚାଲିଛନ୍ତି ତାର ଭବିଷ୍ୟତ ର ଉଜ୍ଜ୍ୱଳ ସହ ଉତ୍ତରତର ଉନ୍ନତି କାମନା କରିଛନ୍ତି ଜେଜେ ବାପା ନବୀନ ନନ୍ଦ।

Leave A Reply

Your email address will not be published.

3 − 2 =