ବିଶ୍ୱ ପ୍ରମୁଖଙ୍କ ଆହ୍ୱାନ: ବୈଅତ୍ ମାନେ କେବଳ ଆତ୍ମିକ ପବିତ୍ରତା ନୁହେଁ, ମାନବତାର ନିଷ୍କାମ ସେବା ଓ ବିଶ୍ୱ ଶାନ୍ତି ପ୍ରତି ଜୀବନପୂର୍ଣ୍ଣ ଦାୟିତ୍ୱ_ଢେଙ୍କାନାଳ (ପ୍ରତିନିଧି): ବିଶ୍ବବ୍ୟାପୀ ଅହମଦିଆ ମୁସଲିମ ସମୁଦାୟର ୧୩୦ତମ ବାର୍ଷିକ ସମ୍ମିଳନ ‘ଜଲସା ସାଲାନା’ ୨୮ ଡିସେମ୍ବର ୨୦୨୫ ତାରିଖରେ ସମୁଦାୟର ଆଧ୍ୟାତ୍ମିକ ଓ ବିଶ୍ୱ ପ୍ରମୁଖ ପରମ ପାବନ ହଜରତ୍ ମିର୍ଜା ମସରୁର ଅହମଦଙ୍କ ଗମ୍ଭୀର ଓ ପ୍ରେରଣାଦାୟକ ସମାପନ ଭାଷଣ ସହ ସଫଳତାର ସହ ସମ୍ପନ୍ନ ହୋଇଛି।ତାଙ୍କ ଉଦ୍ବୋଧନରେ ସେ ‘ବୈଅତ୍’—ଅର୍ଥାତ୍ ଆଲ୍ଲାହଙ୍କ ସହ କରାଯାଇଥିବା ନିଷ୍ଠାର ପବିତ୍ର ପ୍ରତିଜ୍ଞା—ର ଗଭୀର ଆତ୍ମିକ ଅର୍ଥକୁ ସ୍ପଷ୍ଟ କରିଥିଲେ। ସେ କହିଥିଲେ, ବୈଅତ୍ କୌଣସି ଔପଚାରିକ ପଦକ୍ଷେପ ନୁହେଁ; ଏହା ହେଉଛି ଜୀବନଭରି ପାଳନ କରିବାକୁ ଥିବା ଏକ ପବିତ୍ର ସଂକଳ୍ପ, ଯାହା ମନୁଷ୍ୟର ଚିନ୍ତା, ଚରିତ୍ର ଓ କର୍ମକୁ ନୂଆ ଦିଗ ଦେଇଥାଏ।ୟୁ.କେ. ର ଟିଲଫୋର୍ଡ ଠାରୁ ସେ ସମାପନ ସତ୍ରର ଅଧ୍ୟକ୍ଷତା କରିଥିବାବେଳେ, ଭାରତର କାଦିଆନରେ ହଜାର ହଜାର ଭକ୍ତ ଏହି ଆଧ୍ୟାତ୍ମିକ ମହାସମାରୋହରେ ସାକ୍ଷାତ୍ ଭାଗ ନେଇଥିଲେ। ଏହା ସହ ବିଶ୍ୱର ବିଭିନ୍ନ ଦେଶରେ ମଧ୍ୟ ସାମୁହିକ ଭାବେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ, ଅହମଦିୟା ସମୁଦାୟର ବିଶ୍ୱ ଏକତାକୁ ପ୍ରତିଫଳିତ କରିଥିଲା।ଶ୍ରୀ ଅହମଦ କହିଥିଲେ, ସତ୍ୟ ବୈଅତ୍ ପାଇଁ ପାଞ୍ଚବେଳା ନମାଜ, ଇସ୍ତିଗଫାର, ଦୁରୁଦ ଓ ତକ୍ୱା—ଅର୍ଥାତ୍ ଇଶ୍ୱରଭୀତି—ଅତ୍ୟନ୍ତ ଆବଶ୍ୟକ। ଆଧୁନିକ ସମୟର ନୈତିକ ସଙ୍କଟ ମଧ୍ୟରେ ଆତ୍ମସଂଯମ ଓ ଚରିତ୍ର ପବିତ୍ରତାକୁ ସେ ସମୟର ଆହ୍ୱାନ ବୋଲି ବର୍ଣ୍ଣନା କରିଥିଲେ।ମାନବତାର ସେବା ସମ୍ପର୍କରେ ସେ ବିଶେଷ ଭାବେ ଉଲ୍ଲେଖ କରି କହିଥିଲେ ଯେ, ସତ୍ୟ ବୈଅତ୍ ମନୁଷ୍ୟକୁ କେବଳ ଈଶ୍ଵରଙ୍କ ସମୀପକୁ ନେଇ ଯାଏ ତା ନୁହେଁ, ବରଂ ସମଗ୍ର ମାନବ ସମାଜ ପ୍ରତି ଦୟା, ସେବା ଓ କରୁଣାର ଜୀବନ ଜୀବନ୍ତ କରିବାକୁ ପ୍ରେରିତ କରେ।ସମାପନରେ ସେ ପ୍ରାର୍ଥନା କରିଥିଲେ ଯେ, ଆଲ୍ଲାହ ପରମବ୍ରହ୍ମ ସମୁଦାୟର ପ୍ରତ୍ୟେକ ସଦସ୍ୟଙ୍କୁ ବୈଅତର ଶର୍ତ୍ତଗୁଡ଼ିକୁ ବୁଝିବା, ସେଗୁଡ଼ିକୁ ଜୀବନର କେନ୍ଦ୍ର କରିବା ଏବଂ ଶାନ୍ତି, ନୈତିକତା ଓ ମାନବତାର ଜୀବନ୍ତ ଦୃଷ୍ଟାନ୍ତ ହେବାର ଶକ୍ତି ପ୍ରଦାନ କରନ୍ତୁ।