ରାଜ୍ୟ ସ୍ତରିୟ ଶିଶୁ ନାଟକ ମହୋତ୍ସବ ଅନୁଷ୍ଠିତ : ଭୁବନ ମୀରା ବାଇ କଳା ବିକାଶ କେନ୍ଦ୍ର ଶିଶୁ କଳାକାର ମାନଙ୍କ ଦ୍ୱାରା ନାଟକ ସହୀଦ ବୀର ବାଜି ରାଉତ ଉଚ୍ଚ ପ୍ରଶଂସିତ !
ଢ଼େଙ୍କାନାଳ : ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ , ବାଲେଶ୍ଵର ସଂସ୍କୃତି ବିଭାଗ ଓ ବାଲେଶ୍ଵର କଳାକାର ସଂଘ ମିଳିତ ସହଯୋଗରେ ରାଜ୍ୟ ସ୍ତରିୟ ଶିଶୁ ନାଟକ ମହୋତ୍ସବ ବାଲେଶ୍ଵର ଜିଲ୍ଲା ଗାନ୍ଧୀ ସ୍ମୃତି ଭବନ ଠାରେ ଆୟୋଜିତ ହୋଇଯାଇଛି। ଏହି ମହୋତ୍ସବ ତିନିଦିନ ଧରି ଚାଲିଥିଲା ଯେଉଁଥିରେ ରାଜ୍ୟର ବିଭନ୍ନ ଜିଲ୍ଲାର ଶିଶୁ କଳାକାର ନାଟକ ପରିବେଷଣ କରିଥିଲେ। ଏହି ଅବସରରେ ଢେଙ୍କାନାଳ ଜିଲ୍ଲା ରୁ ରାଜ୍ୟ ର ସୁପ୍ରସିଦ୍ଧ ନାଟ୍ୟ ନିର୍ଦ୍ଦେଶକ ଶ୍ରୀ ଭଗବାନ ଗୁରୁ ଙ୍କ ନେତୃତ୍ୱ ରେ ମୀରା ବାଇ କଳାବିକାଶ ବିକାଶ କେନ୍ଦ୍ର ର ଶିଶୁ କଳାକାର ମାନେ ପ୍ରତିନିଧିତ୍ଵ କରିଥିଲେ । ଏଥିସହିତ ମୀରା ବାଇ କଳାବିକାଶ କେନ୍ଦ୍ର, ଢେଙ୍କାନାଳ ର ଶିଶୁ କଳାକାର ମାନେ ନାଟକ ” ସହୀଦ ବୀର ବାଜି ରାଉତ” ପରିବେଷଣ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ । ନାଟକ ପରିବେଷଣ ସମାପ୍ତି ସମୟରେ ଅମର ସହୀଦ ବୀର ବାଜି ରାଉତଙ୍କ ଜୟ ହେଉ ସ୍ଲୋଗାନ ରେ ପ୍ରକମ୍ପିତ ହୋଇଥିଲା ଗାନ୍ଧି ସ୍ମୃତି ଭବନ, ବାଲେଶ୍ବର । ଏଥିସହିତ ଏହି ନାଟକ ର ନିର୍ଦେଶକ ଭଗବାନ ଗୁରୁଙ୍କୁ ଆୟୋଜକ ମହୋତ୍ସବ କମିଟି ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏବଂ ଏଥିସହିତ ଭଗବାନ ଗୁରୁ ଙ୍କ ଦ୍ୱାରା ରଚିତ ବୀର ବାଜି ରାଉତ ଙ୍କ ଉପରେ ଏକ ନାଟକ ପୁସ୍ତିକା ଅତିଥି ମାନଙ୍କ କରକମଳରେ ଉଦଘାଟିତ କରାଯାଇଥିଲା ।
ଏହି ଅବସରରେ ଅତିଥି ଭାବେ ବାଲେଶ୍ଵର ସଦର ବିଧାୟକ ମାନସ ଦତ୍ତ, ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ,ବାଲେଶ୍ଵର ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ,ପ୍ରସିଦ୍ଧ ନାଟ୍ୟକାର ହେମେନ୍ଦ୍ର ମହାପାତ୍ର ପ୍ରମୂଖ ଯୋଗଦାନ କରିଥିଲେ ।
କାର୍ଯ୍ୟକ୍ରମ କୁ ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ ଦେବେନ୍ଦ୍ର ନାଥ ମହାପାତ୍ର,ମାନସ ରଂଜନ ବାରିକ୍,ଅକ୍ଷୟ କୁମାର ମୁଦୁଲି , ବାଲେଶ୍ୱର ଜିଲ୍ଲା ସଂସ୍କୃତି ବିଭାଗ ଅଧିକାରୀ ମନସ୍ବିନୀ ରାଉତ ପ୍ରମୁଖ ଉପସ୍ଥିତ ରହି ସୂଚାରୁରୂପେ ମହୋତ୍ସବ କୁ ସମ୍ପାଦନ କରିଥିଲେ ।