ଢେଙ୍କାନାଳ: ୧୯୮୮ ମସିହା ଠାରୁ ପ୍ରତିବର୍ଷ ୧ ଡିସେମ୍ବର ଦିନ ଟିକୁ ବିଶ୍ଵ ଏଡ଼ସ ଦିବସ ଭାବରେ ପାଳନ କରାଯାଏ । ଯାହାକି ଏଚ୍.ଆଇ.ଭି ସଂକ୍ରମଣ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଏହି ରୋଗରେ ମୃତ୍ୟୁବରଣ କରିଥିବା ଲୋକଙ୍କୁ ଶୋକ କରିବା ପାଇଁ ଉତ୍ସର୍ଗୀକୃତ। ଏହି ଭାଇରସର ସଂକ୍ରମଣ ଅସୁରକ୍ଷିତ ଯୌନ ସଂପର୍କ ଯୋଗୁଁ ହୋଇଥାଏ, ଦିନକୁ ଦିନ ଏହି ରୋଗରେ ଆକ୍ରାନ୍ତ ହୋଇ ଅସଂଖ୍ୟ ଲୋକ ମୃତ୍ତୁବରଣ କରିଛନ୍ତି। ଏହା ସତ ଯେ ଏହାର ରୋକଥାମ ପାଇଁ ଏଦିଗରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ତଥା ବିଭିନ୍ନ ସାମାଜିକ ସଂଗଠନଙ୍କ କାର୍ଯ୍ୟ ପ୍ରଶଂସନୀୟ। ହେଲେ ଏହି ରୋଗର ଗୋଟିଏ ମୁଖ୍ୟ କାରଣ ହେଉଛି ଅଶ୍ଳୀଳତା। କୌଣସି ସଭ୍ୟ ସମାଜ ଅଶ୍ଳୀଳତାକୁ ପସନ୍ଦ କରେ ନାହିଁ। କିନ୍ତୁ ବଡ଼ ଦୁଃଖର ବିଷୟ ଏବଂ ସଭ୍ୟ ସମାଜର ବିଡ଼ମ୍ବନା ଯେ ଆଜି ତଥାକଥିତ ସଭ୍ୟ ସମାଜ ହିଁ ଏହି ଦିଗରେ ଦିନକୁ ଦିନ ଆଗେଇ ଚାଲିଛି।ଆଜିର ଏହି ଆଧୁନିକ ଯୁଗରେ ଆଧୁନିକତା ନାମରେ ଅଶ୍ଳୀଳତାର ପ୍ରଚାର ପ୍ରଚାର କରାଯାଉଛି ଯାହା କେବଳ ପ୍ରକୃତି ବିରୁଦ୍ଧରେ ନୁହେଁ ବରଂ ଅତୀତରେ ସର୍ବଶକ୍ତିମାନ୍ ଅଲ୍ଲାହ୍ ଏକ ରାଷ୍ଟ୍ରକୁ (ଜଣେ ଅବତାର ହଜରତ ଲୁତ୍ ଅଲୈହିସ୍ସଲାମ୍ ଙ୍କ କର୍ମକ୍ଷେତ୍ର ଫିଲସ୍ତିନ୍ ର ସଦୋମ୍ ସହରକୁ) ଧ୍ୱଂସ କରିଦେଇଛନ୍ତି । ସମଲୀଙ୍ଗି ବିବାହକୁ ସରକାର ବର୍ତ୍ତମାନ ଆଇନ କରୁଛନ୍ତି। ଅର୍ଥାତ୍ ସରକାରୀ ସ୍ତରରେ ଅଶ୍ଳୀଳତା ପ୍ରଚାର ଏବଂ ପ୍ରସାର ପାଇଁ ପ୍ରୟାସ କରାଯାଉଛି ଏବଂ ଆଇନ ପ୍ରଣୟନ କରାଯାଉଛି। ଯାହାର ପରିଣାମ ବଡ଼ ଭୟଙ୍କର ହେବ।ପବିତ୍ର କୋରାନ୍ ରେ ବଣ୍ଣିତ ଅଛି ଯେ :- ଏବଂ ଅଶ୍ଳୀଳତା ନିକଟକୁ ଯାଅ ନାହିଁ, ବାହ୍ୟ ଅଶ୍ଳୀଳତା ହେଉ କିମ୍ବା ଲୁକ୍କାୟିତ ଅଶ୍ଳୀଳତା ହେଉ, ତା’ର ନିକଟକୁ ଯାଅ ନାହିଁ। ଏହି ଗୋଟିଏ ଆଦେଶ ସମସ୍ତ ପ୍ରକାର ଅନୈତିକତା ଏବଂ ମନ୍ଦକୁ ବାରଣ କରେ। (ସୁରହ ଅନାମ୍)ସୋସିଆଲ ମିଡ଼ିଆ, ଫେସବୁକ ତଥା ପୋର୍ନ ଭିଡିଓ ର ଅପକାର ଆଜି କାହା ସମ୍ମୁଖରେ ସୁପ୍ତ ରହିନାହିଁ? କିନ୍ତୁ ସବୁ ଜାଣିଶୁଣି ମଧ୍ୟ ସମାଜ ସେହି ଦିଗରେ ଦୌଡ଼ିବାରେ ଲାଗିଛି। ତେଣୁ ମନେ ରଖିବା ଉଚିତ୍ ଯେ ଅଶ୍ଳୀଳତା ଯଦି ଏହିପରି ବ୍ୟାପିବାରେ ଲାଗିଥାଏ ଏବଂ ସର୍ବଶକ୍ତିମାନ୍ ପରମେଶ୍ୱରଙ୍କ ବାଣୀ ପ୍ରତି ଧ୍ୟାନ ଦିଆଯାଏ ନାହିଁ ତେବେ ଏହି ସମାଜ ମଧ୍ୟ ନିଜର ଦୁର୍ଗତି ଦେଖିବ। ଏହା ନିଶ୍ଚିତ ଭାବରେ ଏହି ଜଗତକୁ ଏକ ନର୍କରେ ପରିଣତ କରିବ।ବର୍ତ୍ତମାନର ଡାକ୍ତରୀ ଅନୁସନ୍ଧାନରେ ସ୍ପଷ୍ଟ ଭାବରେ ଦର୍ଶାଯାଇଛି ଯେ ପୁରୁଷ-ପୁରୁଷ ଏବଂ ମହିଳା-ମହିଳାଙ୍କୁ ବିବାହ କରିବାର ଜଘନ୍ୟ ଅପରାଧରେ ପୀଡ଼ିତ ଲୋକଙ୍କ ମଧ୍ୟରେ ଏଡସ୍ ଦ୍ରୁତ ଗତିରେ ବ୍ୟାପୁଛି। ଆଲ୍ଲାଙ୍କର ଦଣ୍ଡ ଦେବାର ବିଭିନ୍ନ ଉପାୟ ଅଛି, ଏହା ଆବଶ୍ୟକ ନୁହେଁ ଯେ ଯଦି ଗୋଟିଏ ଦେଶକୁ (ହଜରତ୍ ଲୁତଙ୍କ ଅମାନ୍ୟକାରୀଙ୍କ ଭଳି) ପଥର ବର୍ଷା ଦ୍ୱାରା ଦଣ୍ଡିତ କରାଯାଏ, ତେବେ ପ୍ରତ୍ୟେକ ରାଷ୍ଟ୍ରକୁ ସମାନ ଭାବରେ ଦଣ୍ଡ ଦିଆଯିବ। ଏଡ଼ସ ମଧ୍ୟ ପ୍ରକୃତିର ଗୋଟିଏ ଭୟାବହ ପ୍ରତିଶୋଧ। ଏଚ୍.ଆଇ.ଭି କିମ୍ବା ଏଡ଼ସ ଏକ ରୋଗ ଯାହା ଯନ୍ତ୍ରଣାଦାୟକ ଏବଂ ଭୟଭୀତ ପରିଣାମକୁ ନେଇଥାଏ।

ଅନସାର୍ ଅଲୀ ଖାଁ
ସାମାଜିକ କାର୍ଯ୍ୟକର୍ତ୍ତା, ଢେଙ୍କାନାଳ