ଢ଼େଙ୍କାନାଳ: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଢେଙ୍କାନାଳ ଜିଲ୍ଲାର ମୋଟ ୩୧ ଟି ସ୍ଥାନରେ ଅକ୍ଷୟ ତୃତୀୟା ଆଞ୍ଚଳିକ ମଞ୍ଚ (ସିଏଲଏଫ୍) ସ୍ତରରେ ଓଡିଶା ଜୀବିକା ମିଶନ(ଓଏଲଏମ) ର ଯୋଜନା, କୃଷି ବିଭାଗ ଓ ଏଫ. ଇ. ଏସ ର ମିଳିତ ସହଯୋଗରେ ପାଳନ କରାଯାଇଅଛି । କଙ୍କଡାହାଡ ବ୍ଲକର ୧୫ଟି, କାମାକ୍ଷାନଗର ବ୍ଲକର ୫ଟି, ଗନ୍ଦିଆ ବ୍ଲକର ୨ଟି. ଭୁବନ ବ୍ଲକର ୮ଟି ଓ ସଦର ବ୍ଲକର ଗୋଟିଏ ଆଞ୍ଚଳିକ ମଞ୍ଚରେ ଅକ୍ଷୟ ତୃତୀୟା ବହୁ ଆଡମ୍ବର ସହ ପାଳନ କରାଯାଇଅଛି। ଏହି କାର୍ଯ୍ୟକ୍ରମରେ କୃଷକ ମାନଙ୍କ ଦ୍ୱାରା କଳସ ସ୍ଥାପନ, ବୀଜବିଶୋଧନ, ପୂଜନ , ସାଧାରଣ ସଭା,ପ୍ରାକୃତିକ କୃଷିର ପୁନଃଉପଯୋଗର ସଂକଳ୍ପ, ଅନୁସରଣର ମୂଲ୍ୟାୟନବିଦ୍ଧି, ମାସିକ ଫସଲ କ୍ୟାଲେଣ୍ଡରର ନୁସରଣ ଓ ପ୍ରଗତି ମୂଲ୍ୟାୟନ ସ୍ତରରେ କ୍ରୋପ୍ କ୍ୟାଲେଣ୍ଡରକୁ ଅନୁସରଣ କିଭଳି ଅଭ୍ୟାସରେ ପରିଣତ ହେବ। ଏହା ଦ୍ୱାରା ବିଷ ସାରର ପ୍ରୟୋଗ କମିବ। ପୃଥିବୀ ମାତା ପ୍ରଦ୍ୟୁଷଣମୁକ୍ତ ହେବା ସହ କୃଷକ ବନ୍ଧୁ ସମାଜକୁ ସୁସ୍ଥଖାଦ୍ୟ ପରିବେଷଣ କରିବାରେ ସାମର୍ଥ୍ୟ ହେବ । ଜୀବନ ଜୀବିକା ଓ ଆର୍ଥିକ ବିକାଶ ହେବା ଲକ୍ଷ୍ୟନେଇ କୃଷିଯିବି, କୃଷିବିଭାଗ, ଜୀବିକାମିଶନ ଓ ସ୍ବେଛାସେବୀ ଅନୁଷ୍ଠାନ ଏଫ. ଇ. ଏସ (ଜୈବବିଭୀଦତ୍ତାକୁ ସନ୍ତୁଳନତାର ସୁରକ୍ଷା ଦିଗରେ କାର୍ଯ୍ୟରତ ଅନୁଷ୍ଠାନ )ର ମିଳିତ ଉଦ୍ୟମରେ ଆଜିର କାର୍ଯ୍ୟକ୍ରମ ଏକ ପ୍ରଭାବୀ ଢଙ୍ଗରେ ସମାପନ ହେଇଛି। କୃଷକ ପରିବାରରୁ ଆରମ୍ଭ କରି ବିଭିନ୍ନ ବିଭାଗ ଏଫ ଇ ଏସ ର ସହଭାଗୀତାରେ ଚିରନ୍ତନ ପାରମ୍ପରିକ ପ୍ରାକୃତିକ କୃଷିପଦ୍ଧତିକୁ ଉତ୍କଳୀୟ ପରମ୍ପରାରେ ପୁନଃ ଉଦ୍ଜୀବିତ୍ତ ଉଦ୍ୟମକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି । ଏଭଳି ନିଆରା କାର୍ଯ୍ୟକ୍ରମରେ କୃଷକ ମଞ୍ଚ, କୃଷିବିଭାଗ , ଜୀବିକା ମିଶନ ବିଭାଗ ର ସହଭାଗିତା ଥିବାବେଳେ ଢେଙ୍କାନାଳ ଏଫ ଇ ଏସ ପରିବାର ପୂର୍ଣ୍ଣତଃ ଆୟୋଜନ ଓ ପରିଚାଳନା କରଥିଲେ।