ରାସୋଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଦୁରବସ୍ଥା: ଛାତ ଖସିବାର ଭୟରେ ରୋଗୀମାନେ !

ଢେଙ୍କାନାଳ : ହିନ୍ଦୋଳ ଉପଖଣ୍ଡର ରାସୋଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଦୀର୍ଘଦିନ ଧରି ବିଭିନ୍ନ ସମସ୍ୟାରେ ଜଡିତ ରହିଛି। କେବେ ଡାକ୍ତର ଅଭାବ, କେବେ ଅବ୍ୟବସ୍ଥିତ ପରିବେଶ ଏ ସବୁ କାରଣରୁ କେନ୍ଦ୍ରଟି ସଦାସର୍ବଦା ଚର୍ଚ୍ଚାରେ ରହିଆସିଛି। ସୂଚନା ଅନୁଯାୟୀ, ସ୍ୱାସ୍ଥ୍ୟକେନ୍ଦ୍ରର ଭବନର ଅବସ୍ଥା ଏତେଟା ଜର୍ଜରିତ ଯେ ଡାକ୍ତରଙ୍କ ପାଖରେ ଚେକଅପ୍ ପାଇଁ ରୋଗୀମାନେ ଯେଉଁଠାରେ ଧାଡ଼ି ଲଗାଇ ରହନ୍ତି, ସେହି ସ୍ଥାନ ମଧ୍ୟ ବିପଦସଙ୍କୁଳ ହୋଇପଡ଼ିଛି। ଛାତରୁ ଅତଡ଼ା ଖସିବା ଘଟଣା ବହୁବାର ଦେଖାଦେଇଛି, ଯାହା ଯେକେହି ସମୟରେ ଅଘଟଣ ଘଟାଇପାରେ ବୋଲି ଚିନ୍ତା ବଢ଼ାଇଛି।ଅତ୍ୟନ୍ତ ଦୁଃଖର ବିଷୟ ହେଉଛି ଏହି ଭବନଟି ଦୀର୍ଘଦିନ ଧରି ଏମିତି ଅବସ୍ଥାରେ ରହିଥିବା ସତ୍ତେ, ସ୍ଥାନୀୟ ନେତାମାନେ ଓ ପ୍ରଶାସନଙ୍କ ନଜର ଏଠାକୁ ପଡ଼ୁନାହିଁ।ଅଞ୍ଚଳର ଅନେକ ରୋଗୀ ଓ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ସ୍ୱାସ୍ଥ୍ୟ ସେବା ନେବାକୁ ଆସୁଥିବା ଲୋକମାନେ ସଦା ବିପଦରେ ରହୁଛନ୍ତି। ଏହି ଦୁରବସ୍ଥା ଦେଖି ରୋଗୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ଓ ସତ୍ଵର ଭବନ ନବୀକରଣ ଓ ସୁଚିତ୍ର ସ୍ୱାସ୍ଥ୍ୟସେବା ପ୍ରଦାନ ପାଇଁ ପ୍ରଶାସନ ଉଚିତ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

Leave A Reply

Your email address will not be published.

14 + eleven =