ଭୁବନ ଅଙ୍ଗନାୱାଡି କର୍ମୀ ଙ୍କ ବିରୋଧରେ ବିଡିଓ ଙ୍କୁ ଫେରାଦ !

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଳକ ମାର୍ଥାପୁର ପଞ୍ଚାୟତର ୫ନଂ ଅଙ୍ଗନାବାଡି ର ସାହି ବାସିନ୍ଦା ଅଙ୍ଗନବାଡି କର୍ମୀ ରତ୍ନାପ୍ରଭା ଦ୍ବିବେଦୀ ଙ୍କର କାଯ୍ୟକଳାପ ତଥା ବ୍ୟବହାର ରେ ଅସନ୍ତୋଷ ହୋଇ ଶେଷରେ ତାଙ୍କ ବିରୁଦ୍ଧରେ ଭୁବନ ଗୋଷ୍ଠୀ ଉନ୍ନୟନ ଅଧିକାରୀ କଲ୍ୟାଣ ସୌରଭ ଦାସ ଙ୍କର ନିକଟରେ ଦରଖାସ୍ତ ପ୍ରଦାନ କରି ତାଙ୍କୁ ଅନ୍ୟତ୍ର ବଦଳି କିମ୍ବା ବରଖାସ୍ତ ପାଇଁ ଦାବି କରିଛନ୍ତି l ସୂଚନାରୁ ପ୍ରକାଶ ଯେ 5 ନଂ ଅଙ୍ଗନବାଡି କେନ୍ଦ୍ରଟି ଅନୁସୂଚିତ ଜାତି ତଥା ଅନୁସୂଚିତ ଜନଜାତି ର ସାହି ମଧ୍ୟରେ ଅଛି l ଏହି କେନ୍ଦ୍ରରେ କାର୍ଯ୍ୟ କରନ୍ତି l ଏହି ସାହି ବାସିନ୍ଦାର ଅନେକ ଜନସାଧାରଣ ଦିନ ମଜୁରିଆ କରିବା ସହିତ ନିରକ୍ଷର ଯାହାର ଫାଇଦା ଦୀର୍ଘଦିନ ହେବା ଏହି ଆଙ୍ଗାନାୱାଡି କର୍ମୀ ନେଉଛନ୍ତି ବୋଲି ସାହିବାସିନ୍ଦା ଅଭିଯୋଗ କରିଛନ୍ତି l ସରକାର ଦେଉଥିବା ଅଣ୍ଡା ଓ ଛତୁଆ ଆସୁଥିବେଳେ ସେମାନଙ୍କ ପିଲାଙ୍କୁ ସେଥିରୁ ବଂଚିତ କରୁଛନ୍ତି l ସେମାନେ ସାଧାରଣ ଅନୁସୂଚିତ ଜାତି ହୋଇଥିବାରୁ ପିଲାମାନଙ୍କୁ ଘୃଣା କରିବା ସହିତ ପାତର ଅନ୍ତର କରିବା ସହିତ କେନ୍ଦ୍ରରେ ପୁରାଇ ଦେଉନଥିବା ଆଭିଯୋଗ ପତ୍ର ରେ ଲେଖିଛନ୍ତି l ମମତା କାର୍ଡ ପାଇଁ 1000 ଟଙ୍କା ଜନ୍ମ ପ୍ରମାଣ ପତ୍ର ପାଇଁ 500 ଟଙ୍କା ମାଗୁଥିବାର ସଂଗୀନ ଅଭିଯୋଗ ଆଣିଛନ୍ତି,ବିରୋଧ କଲେ କାହିଁକି ଏତେ ପିଲା ଜନ୍ମ କରୁଛ ବରଂ ଗର୍ଭପାତ କରିଦିଅ ବୋଲି ଉତ୍ତେଜିତ ହୋଇ କହୁଥିବାର ଅଭିଯୋଗ କରୁଛନ୍ତି l ଏ ଘଟଣା ସାହିବାସିନ୍ଦା ଶୁଣିବା ପରେ ଉପରିସ୍ତ ଅଧିକାରୀଙ୍କୁ ଜଣାଇବାକୁ କହିବାରୁ ଉପରିସ୍ଥ ଅଧିକାରୀ ଙ୍କୁ ବିବିନ୍ନ ଅଭଦ୍ର ଭାଷାରେ ଗାଳିଗୁଲଜ କରିବାକୁ ବି ପଛଇ ନାହାନ୍ତି l ଶେଷରେ ବାଧ୍ୟହୋଇ ସାହିର କିଛି ମହିଳା ଭୁବନ ଗୋଷ୍ଠୀ ଉନ୍ନୟନ ଅଧିକାରୀ କଲ୍ୟାଣ ସୌରଭ ଦାସ ଙ୍କ ନିକଟରେ ପହଂଚି ଏକ ଲିଖିତ ଅଭିଯୋଗ କରିଛନ୍ତି l ଗୋଷ୍ଠି ଉନ୍ନୟନ ଅଧିକାରୀ ସମସ୍ତ ଘଟଣା ଶୁଣି ଏହାର ନିରପେକ୍ଷ ତଦନ୍ତ କରିବାକୁ ଶିଶୁ ମଙ୍ଗଳ ଅଧିକାରୀ ଭଗବତୀ ଗୁରୁ ଙ୍କୁ ନିର୍ଦେଶ ଦେଇଛନ୍ତି l

Leave A Reply

Your email address will not be published.

twenty − six =