ଭୁବନ ରେ ଶ୍ରୀରାମ ନବମୀ ପାଳିତଜୟ ଶ୍ରୀରାମ ନାରାବାଜି ରେ କମ୍ପିଲା ସହର !

ଢ଼େଙ୍କାନାଳ : ଭୁବନ ଏନ୍ ଏ ସି ଅନ୍ତର୍ଗତ ୧ ନମ୍ବର ୱାର୍ଡ ରେ ଥିବା ଶ୍ରୀରାମ ମନ୍ଦିର ରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ଙ୍କ ନବମୀ ପୂଜା ( ଜନ୍ମୋତ୍ସବ) ଶ୍ରଦ୍ଧା ଭକ୍ତି ଆନନ୍ଦ ଉଲ୍ଲାସ ର ସହ ପାଳିତ ହୋଇଯାଇଛି।ପ୍ରାତଃ ସମୟରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ମାନସିକ ବ୍ରତ ଧାରି ମାନେ ଶୃଙ୍ଖଳିତ ଭାବେ ଧାଡ଼ିରେ ଠିଆ ହୋଇ ପୂଜାର୍ଚ୍ଚନା କରିଥିଲେ ।ସନ୍ଧ୍ୟାରେ ଶ୍ରୀରାମ ନବମୀ ମହୋତ୍ସବ ସମିତି ଆନୁକୁଲ୍ୟରେ ବଜରଙ୍ଗ ଦଳ,ଆର ଏସ ଏସ ,ବିଶ୍ବହିନ୍ଦୁ ପରିଷଦ ତରଫରୁ ଏକ ବିଶାଳ ଶୋଭାଯାତ୍ରା ମନ୍ଦିର ପରିସରରୁ ବାହାରି ସହର ପରିକ୍ରମା କରିଥିଲା ।ରାମ, ଲକ୍ଷ୍ମଣ, ସୀତା ବେଶ ଧାରୀ ଶିଶୁ ମାନେ ମୁଖ୍ୟ ଆକର୍ଷଣ ସାଜିଥିଲେ ।ବାଜା, ବାଣ, ସଂକୀର୍ତ୍ତନ ଓ ଡିଜେ ମ୍ୟୁଜିକ ସାଙ୍ଗକୁ ଜୟ ଶ୍ରୀରାମ ନାରାବାଜି ରେ ସହର କମ୍ପିଥିଲା।

Leave A Reply

Your email address will not be published.

13 + 15 =