ଗଁଦିଆ ; ଶବ ବ୍ୟବଚ୍ଛେଦ ଗୃହ କାର୍ଯ୍ୟକ୍ଷମ ପାଇଁ ଦାବି !

ଢ଼େଙ୍କାନାଳ: ଗଁଦିଆ ବ୍ଲକରେ ଥିବା ଏକ ମାତ୍ର ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ୪ବର୍ଷ ହେଲା ନିର୍ମିତ ହୋଇଥିବା ଶବ ବ୍ୟବଚ୍ଛେଦ କେନ୍ଦ୍ର ଟି ଆଜି ସୁଦ୍ଧା କାର୍ଯ୍ୟକ୍ଷମ ହୋଇ ନପାରିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।

ଉକ୍ତ ବ୍ଲକର ୨୯ଗୋଟି ଗ୍ରାମ ପଞ୍ଚାୟତ ଅଛି ଏହା ଭୌଗଳିକ ଦୃଷ୍ଟି କୋଣରୁ ଜିଲ୍ଲାର ଏକ ବଡ଼ ବ୍ଲକ ଅଟେ ଏହି ଗୋଷ୍ଟି ସ୍ୱାସ୍ଥ କେନ୍ଦ୍ରରେ ସ୍ୱାସ୍ଥ୍ୟ ସେବା ନିମନ୍ତେ ଏଠିକାର ସମସ୍ତ ଜନସାଧାରଣ ନିର୍ଭରଶୀଳ ଥିବା ବେଳେ ଅନ୍ୟ ଦୃଷ୍ଟି କୋଣରୁ ଶବ ବ୍ୟବଚ୍ଛେଦ କେନ୍ଦ୍ରଟି ଅଦ୍ୟାବଧି କାର୍ଯ୍ୟକ୍ଷମ ନହେବା ଫଳରେ ଅନେକ ସମୟରେ ଅସୁବିଧା ମାନ ସୃଷ୍ଟି ହେଉଛି ।

ଶବ ବ୍ୟବଚ୍ଛେଦ ନିମନ୍ତେ ସଦା ସର୍ବଦା ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ର ଉପରେ ନିର୍ଭର କରିବାକୁ ପଡୁଛି ସେଥିପାଇଁ ଗରିବ ଲୋକମାନେ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତତ ସହିତ ଅନେକ ସମୟରେ ଶବ ବ୍ୟବଚ୍ଛେଦ ହୋଇନପାରିବା ଫଳରେ ପରିବାର ସଦସ୍ୟ ମାନେ ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ର ଠାରେ ଅଟକି ରହିବାକୁ ପଡୁଅଛି ।

ଏଠାରେ ୪ବର୍ଷ ହେଲା ଉକ୍ତ ଶବ ବ୍ୟବଚ୍ଛେଦ ଗୃହଟି ନିର୍ମାଣ କରାଯାଇଅଛି ତେଣୁ ଏହାକୁ ତୁରନ୍ତକାର୍ଯ୍ୟ କ୍ଷମ କରିବାପାଇଁ ଢେଙ୍କାନାଳ ଜିଲ୍ଲାପାଳଙ୍କ ଠାରେ ଜନସାଧାରଣମାନଙ୍କ ପକ୍ଷରୁ ଦାବି ହେଉଅଛି ।

Leave A Reply

Your email address will not be published.

four × 3 =