ଆଳତୁମା ଗ୍ରାମରେ ଶ୍ରୀ ଶ୍ରୀ ଦଧିବାମନ ଜୀଉଙ୍କ ଏକ ନୂତନ ମନ୍ଦିର ଶୁଭ ଦିଆଯିବା ନେଇ ଏକ ପ୍ରସ୍ତୁତି ବୈଠକ !

ଢ଼େଙ୍କାନାଳ: କାମାକ୍ଷାନଗର ଏନ୍.ଏ.ସି ୧୩ ନମ୍ବର ଓ୍ଵାର୍ଡ ଆଳତୁମା ଗ୍ରାମ ଶ୍ରୀ ଶ୍ରୀ ଦଧିବାମନ ଜୀଉ ମନ୍ଦିର ପ୍ରାଙ୍ଗଣରେ ଗ୍ରାମସଭା ସଭାପତି ଶ୍ରୀ ବ୍ରହ୍ମାନନ୍ଦ ମହାନ୍ତି ଙ୍କ ସଭାପତିତ୍ବରେ ଆସନ୍ତା ମେ ୧୧ ତାରିଖରେ ଆଳତୁମା ଗାଁ ର ଐତିହାସିକ ୫୦୦ ବର୍ଷ ପୁରୁଣା ମନ୍ଦିର କୁ ଏକ ନୂତନ ମନ୍ଦିର ଗଢି ତୋଳିବା ପାଇଁ ଶୁଭ ଦିଆଯିବ ଏ ଅବସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି।

ଏହି ବୈଠକରେ ଆଳତୁମା ଗାଁ ର ୧୧,୧୨,୧୩ ନମ୍ବର ଓ୍ଵାର୍ଡର ସମ୍ମାନପଦସ୍ଥ କାଉନସିଲର ବୃନ୍ଦ ପ୍ରମୋଦ ଷେଣ୍ଢ, ଶ୍ରୀ ବନମାଳୀ ରାଉଳ, ସଞ୍ଜୟ ପରିଡା ଙ୍କ ସମେତ କାମାକ୍ଷାନଗର ଏନ୍.ଏ.ସି ବିଜୁ ଜନତା ଦଳ ଯୁବ ସଭାପତି ସମ୍ବିତ ସୂର୍ଯ୍ୟ ସାହୁ, ଦଧିବାମନ ଜୀଉ ମନ୍ଦିର ଟ୍ରଷ୍ଟ କମିଟି ସଭାପତି ଦୁଷ୍ମନ୍ତ କୁମାର ନନ୍ଦ, ସମ୍ପାଦକ ଶ୍ରୀ ବାଳକୃଷ୍ଣ ନାୟକ, ଗ୍ରାମସଭା ସମ୍ପାଦକ ମଧୂସୁଦନ ଷେଣ୍ଢ ,ଗ୍ରାମ ସଭା ଅର୍ଥ କମିଟି ସଭାପତି ଶ୍ରୀ ଗୈାରାଙ୍ଗ ସାହୁ , ଖାଉଟି ଭଣ୍ଡାର ସଭାପତି ଶ୍ରୀ ବିଭୂତି ଭୂଷଣ ମହାନ୍ତି, ଗ୍ରାମସଭା କମିଟି ସଦସ୍ୟ ଶ୍ରୀ ସରୋଜ ବିଳାସ ମହାନ୍ତି, ଶ୍ରୀ ମନ୍ମଥ ନାଥ, ଶ୍ରୀ ଶରତ ନାଥ, ଶ୍ରୀ ନରେଶ ମହାରଣା, ଶ୍ରୀ ହେମନ୍ତ ଦାଶ, ଶ୍ରୀ ସନ୍ତୋଷ ମହାନ୍ତି,ଶ୍ରୀ ସୂର୍ୟା ସାହୁ ,ଶ୍ରୀ ଵିରେନ ମହାନ୍ତି, ଶ୍ରୀ ଲିଟୁ ମହାନ୍ତି,ଶ୍ରୀ ରାସଵିହାରୀ ମହାନ୍ତି, ମନ୍ଦିର ମୂଖ୍ୟ ପୂଜକ ଶ୍ରୀ ଭରତ ଚନ୍ଦ୍ର ପଣ୍ଡା ଏବଂ ଗ୍ରାମବାସୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

fifteen + twelve =