ଗଁନ୍ଦିଆ ; ମଠ ତେନ୍ତୁଳିଆ ଠାରେ ଆୟୁଷ୍ମାନ ଭାରତ ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ !

ଢେଙ୍କାନାଳ : ଗନ୍ଦିଆ ବ୍ଲକ ଅନ୍ତର୍ଗତ ମଠ ତେନ୍ତୁଳିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଖରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଓ ଭାରତ ସରକାରଙ୍କର ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମ ଅଧୀନ ରେ ସାଂସଦଙ୍କ ଆନୁକୂଲ୍ୟରେ ବ୍ଲକ ସ୍ଥରୀୟ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି I

ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡ଼ା. ସ୍ଥିତପ୍ରଜ୍ଞ ମହାନ୍ତି ,ବ୍ଲକ ପ୍ରୋଗ୍ରାମ ମ୍ୟାନେଜେର ରୁଦ୍ର ନାରାୟଣ ନାଥ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଅନ୍ୟାନ୍ୟ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ସହାୟତାରେ ସୁଚାରୁ ରୂପରେ ସଂଗଠିତ ହୋଇ ପାରିଛି I

ଉକ୍ତ କାର୍ଯ୍ୟକ୍ରମ ରେ ଢେଙ୍କାନାଳ ସାଂସଦ ମାନ୍ୟବର ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ଅର୍ଚନା ପୁହାନ ,ବ୍ଲକ ଚେୟାର ମ୍ୟାନ ଶ୍ରୀମତୀ ରୀନାରାଣୀ ଖଟୁଆ, ବ୍ଲକ ଉନ୍ନୟନ ଅଧିକାରୀଙ ଆତିଶ ରଞ୍ଜନ ସାହୁ, ସରପଞ୍ଚ ମାନଭଞ୍ଜନ ମହାନ୍ତି ,ଡିପିଏଚଓ ଡା. ଜ୍ୟୋତିଷ ଚନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ I
ଆଖପାଖ ଅଞ୍ଚଳରୁ ପ୍ରାୟ ୭୫୬ ରୁ ଅଧିକ ରୋଗୀ ଏହି ଶିବିର ରେ ଯୋଗ ଦେଇ ବିଶେଷଜ୍ଞ ଡ଼କ୍ଟର ମାନକ ଦ୍ୱାରା ପରାମର୍ଶ ନେଇ ଚିକିତ୍ସିତ ହୋଇଥିଲେ I

୧୫୬ ଜଣଙ୍କର ସ୍ୱାସ୍ଥ୍ୟ ପରିଚୟ ପତ୍ର ପଞ୍ଜିକରଣ କରାଯାଇଥିଲା I ଏହି ଶିବିର ରେ ୨୫ ଟି ଷ୍ଟଲ୍ ହୋଇଥିଲା ,୨୩ ଜଣକର ଲେପରସି ସ୍କ୍ରିନିଂ ହୋଇଥିଲା ଏବଂ ୩ ପଜିଟିଭ ନିରୂପଣ ହୋଇଥିଲେ ,୫୮ ଜଣକର ଯକ୍ଷ୍ମା ଟେଷ୍ଟ ହୋଇଥିଲା କାଟ୍ରାକ୍ଟ ୫ ଜଣଙ୍କର ପରୀକ୍ଷା ହୋଇଥିଲା,୫୬ ଜଣଙ୍କର ମ୍ୟାଲେରିଆ ପରୀକ୍ଷା ,୩୪୨ ଜଣଙ୍କର ଅଣସଂକ୍ରମିକ,୫ ଜଣକର ଏଚଆଇଭି ପରୀକ୍ଷା ହୋଇଥିଲା I

ଏହି ଶିବିର ରେ ୧୦୧] ଜଣକର କୋଭିଡ ପରୀକ୍ଷା ,୧୦୦ ଜଣକୁ କୋଭିଡ଼ ଟୀକା, ୮ ଜଣକୁ ଟେଲିକନସଲଟାନସି ମାଧ୍ୟମରେ ବିଶେଷଜ୍ଞଙ୍କ ଦ୍ୱାରା ଚିକତ୍ସା ଏବଂ ବିଭିନ୍ନ ବିଶେଷଜ୍ଞଙ୍କ ଦ୍ୱାରା ଚିକତ୍ସା କରାଯାଇ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା I

Leave A Reply

Your email address will not be published.

17 − eleven =